Advertisment

ମନଇଚ୍ଛା ସାମ୍ବାଦିକଙ୍କ ବିରୋଧରେ ହୋଇପାରିବନି ଦେଶଦ୍ରୋହ ମାମଲା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମନଇଚ୍ଛା ସାମ୍ବାଦିକଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇପାରିବ ନାହିଁ କି ସେମାନଙ୍କୁ ଏହାର ଆଳରେ ଗିରଫ କରାଯାଇପାରିବ ନାହିଁ। କେଦାର ନାଥ ସିଂହ ଜଜମେଣ୍ଟ ଆଧାରରେ ସମସ୍ତ ସାମ୍ବାଦିକଙ୍କୁ ଏହି ସୁରକ୍ଷା ମିଳିଛି ବୋଲି କହିଛନ୍ତି ସୁପ୍ରିମକୋର୍ଟ ।…

author-image
Chandan Shishu
ମନଇଚ୍ଛା ସାମ୍ବାଦିକଙ୍କ ବିରୋଧରେ ହୋଇପାରିବନି ଦେଶଦ୍ରୋହ ମାମଲା: ସୁପ୍ରିମକୋର୍ଟ

supreme court

ନୂଆଦିଲ୍ଲୀ: ମନଇଚ୍ଛା ସାମ୍ବାଦିକଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇପାରିବ ନାହିଁ କି ସେମାନଙ୍କୁ ଏହାର ଆଳରେ ଗିରଫ କରାଯାଇପାରିବ ନାହିଁ। କେଦାର ନାଥ ସିଂହ ଜଜମେଣ୍ଟ ଆଧାରରେ ସମସ୍ତ ସାମ୍ବାଦିକଙ୍କୁ ଏହି ସୁରକ୍ଷା ମିଳିଛି ବୋଲି କହିଛନ୍ତି ସୁପ୍ରିମକୋର୍ଟ । ବିଶିଷ୍ଟ ସାମ୍ବାଦିକ ବିନୋଦ ଦୁଆଙ୍କ ବିରୋଧରେ ଏକ ଦେଶଦ୍ରୋହ ମାମଲାକୁ ଖାରଜ କରି ଏହା କହିଛନ୍ତି ସୁପ୍ରିମକୋର୍ଟ ।

Advertisment

୨୦୧୯ ଦିଲ୍ଲୀ ହିଂସାକୁ ନେଇ ବିନୋଦ ଦୁଆଙ୍କ ଏକ କାର୍ଯ୍ୟକ୍ରମ ଉପରେ ଆପତ୍ତି ଉଠାଇ ହିମାଚଳ ପ୍ରଦେଶର ଜଣେ ବିଜେପି ନେତା ଅଭିଯୋଗ କରିଥିଲେ। ଏହା ପରେ ବିନୋଦ ଦୁଆଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା। ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ବିନୋଦ ଦୁଆ। ଏହାର ଶୁଣାଣି କରି ବିନୋଦ ଦୁଆଙ୍କ ବିରୋଧରେ ରୁଜୁ ହୋଇଥିବା ଦେଶଦ୍ରୋହ ମାମଲାକୁ ଖାରଜ କରିଛନ୍ତି।

ତେବେ ୧୦ ବର୍ଷରୁ ଅଧିକ ଅଭିଜ୍ଞତା ଥିବା କୌଣସି ସାମ୍ବାଦିକଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ପୂର୍ବରୁ ହାଇକୋର୍ଟର ଜଣେ ବିଚାରପତିଙ୍କ ଦ୍ୱାରା ଗଠିତ ପ୍ୟାନେଲର ମଂଜୁରୀ ଜରୁରୀ କରାଯାଉ ବୋଲି ବିନୋଦ ଦୁଆ ଯେଉଁ ଆବେଦନ କରିଥିଲେ, ତାକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି।

Advertisment
Advertisment
Advertisment