/odishatv-khabar/media/post_attachments/uploadimage/library/16_9/16_9_0/Untitled-1-91_1626259924.jpg)
Evacution
ଭୁବନେଶ୍ୱର : ବାତ୍ୟା ୟାସ ଦ୍ୱାରା ପ୍ରଭାବିତ ହେବାକୁ ଥିବା କେନ୍ଦ୍ରାପଡ଼ା ଜିଲ୍ଲାର ସମୁଦ୍ର ଉପକୂଳିଆ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ବର୍ତ୍ତମାନ ସୁଦ୍ଧା ୧୦ରୁ ୧୧ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ବାତ୍ୟା ଆଶ୍ରୟସ୍ଥଳୀକୁ ଯିବାକୁ ଲୋକଙ୍କୁ ଆହ୍ୱାନ କରିଛନ୍ତି ଜିଲ୍ଲାପାଳ। ବାତ୍ୟା ଆଶ୍ରୟସ୍ଥଳୀକୁ ଆଶୁଥିବା ବ୍ୟକ୍ତିଙ୍କ କରୋନା ଲକ୍ଷଣ ଦେଖାଗଲେ ସେମାନଙ୍କୁ ଯାଞ୍ଚ ପାଇଁ ମେଡିକାଲ ଟିମ ପ୍ରସ୍ତୁତ ଅଛନ୍ତି । କରୋନା ପାଇଁ ମେଡିକାଲ ଟିମ୍ ମଧ୍ୟ ପ୍ରସ୍ତୁତ ଅଛନ୍ତି । ଲକ୍ଷଣ ଥିଲେ ସେହି ଅନୁସାରେ ପଦକ୍ଷେପ ନିଆଯିବ। ବାତ୍ୟା ଲାଗି ଜିରୋ କାଜୁଆଲିଟି ଲକ୍ଷ୍ୟ ରଖି କାମ କରାଯାଉଛି । ଯେତେଶୀଘ୍ର ଲୋକଙ୍କୁ ସ୍ଥାନାନ୍ତର କରାଯିବ କ୍ଷୟକ୍ଷତିକୁ ରୋକିହେବ । ମହାକାଳପଡ଼ା ଓ ରାଜନଗର ବ୍ଲକ ଅଂଚଳରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।
ବାତ୍ୟା ୟାସ୍ ର ସମସ୍ତ ଲାଇଭ ଉପଡେଟ୍ ପଢନ୍ତୁ
ତେବେ ବାତ୍ୟା ୟାସକୁ ନେଇ ଭୟଭୀତ ଅଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଉପୁଳାଇ ଗାଁ ଲୋକେ। ବୈତରଣୀ ନଦୀ କୂଳରେ ପ୍ରାୟ ୩୦୦ରୁ ଅଧିକ ପରିବାର ରହୁଥିବାବେଳେ ବର୍ଷା,ପବନ ଆରମ୍ଭ ହୋଇଯାଇଥିବାରୁ ଆଶା ଆଉ ଆଶଙ୍କା ଭିତରେ ରହିଛନ୍ତି ଗାଁ ଲୋକେ। ପ୍ରଶାସନ ପକ୍ଷରୁ ମଧ୍ୟ ଗାଁବାସୀଙ୍କ ପାଇଁ କୌଣସି ବ୍ୟବସ୍ଥା ହୋଇ ନ ଥିବାରୁ ଅସନ୍ତୋଷ ଦେଖାଦେଇଛି।
ସେପଟେ ବାତ୍ୟା ୟାସର ବାତ୍ୟାଜନିତ ପରିସ୍ଥିତିର ମୁକାବିଲା ଏବଂ ବାତ୍ୟା ପରବର୍ତ୍ତୀ ଉଦ୍ଧାର ଓ ଥଇଥାନ କାର୍ଯ୍ୟର ତଦାରଖ କରିବା ପାଇଁ ଗତକାଲି ଅପରାହ୍ନରେ ବରିଷ୍ଠ ଆଇଏଏସ ଶାଶ୍ୱତ ମିଶ୍ର ପହଁଚି ସର୍କିଟ ହାଉସ ଠାରେ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ସହିତ ବାତ୍ୟା ମୁକାବିଲା ପ୍ରସ୍ତୁତି ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଜିଲ୍ଲରେ ମୋଟ ୪୨ଟି ବାତ୍ୟା ଆଶ୍ରୟସ୍ଥଳୀ ଏବଂ ୧୮୧ ଟି ବିଦ୍ୟାଳୟରେ ତଳିଆ ଅଞ୍ଚଳ ଲୋକଙ୍କୁ ରଖାଯିବାର ବ୍ୟବସ୍ଥା ହୋଇଥିବା ବେଳେ ଆଜି ସକାଳ ସୁଦ୍ଧା ଜିଲ୍ଲାର ବିଭିନ୍ନ ବ୍ଳକ ଓ ପୌରାଞ୍ଚଳର ୨୦୦୦ ପାଖାପାଖି ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।
ଜିଲ୍ଲାର ମୋଟ ୧୫ ହଜାର ପାଖାପାଖି ଲୋକଙ୍କୁ ସ୍ଥାନାନ୍ତର ପାଇଁ ସ୍ଥିର ହୋଇଛି ଏବଂ ଆଜି ଅପରାହ୍ନ ସୁଦ୍ଧା ଏହା ସରିବ। ଗତକାଲି ମଧ୍ୟାହ୍ନ ଠାରୁ ସମଗ୍ର ଜଗତସିଂହପୁର ଜିଲ୍ଲାରେ ହାଲୁକା ପବନ ସହିତ ବର୍ଷା ଜାରି ରହିଛି । ସମୁଦ୍ର ଜୁଆର ମାଡ଼ରେ ଏରସମାସ୍ଥିତ ଶିଆଳି ବେଳାଭୂମିରେ ଥିବା ଭିଉ ଟାଓ୍ୱାର୍ ନିକଟରେ ବାଲି ଧସି ଯାଇଥିବା ଦେଖାଯାଇଛି । ବିଭିନ୍ନ ସ୍ଥାନରେ ତମ୍ବୁ ତଳେ ରହିଥିବା ଶ୍ରମିକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।
ଏହାରି ଭିତରେ ବାତ୍ୟାକୁ ନେଇ ନୂଆ ତଥ୍ୟ ରଖିଛନ୍ତି IMD ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର। ୨୬ ତାରିଖ ମଧ୍ୟାହ୍ନରେ ଧାମରା ପାଖରେ ୟାସ ଅତିକ୍ରମ କରିବ ବୋଲି ସେ କହିଛନ୍ତି। ତେବେ ଆଜି ଦିନ ୧୨ଟାରେ ବାତ୍ୟା ନେଇ ଅଧିକ ସୂଚନା ଦେବେ SRC। ବାତ୍ୟା ମୁକାବିଲା ନେଇ ରାଜ୍ୟବାସୀଙ୍କୁ ସବିଶେଷ ତଥ୍ୟ ଦେବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)