Advertisment

ମୟୂରଭଞ୍ଜ କରଞ୍ଜିଆରେ ହାତୀ ଆତଙ୍କ

ମୟୂରଭଞ୍ଜ କରଞ୍ଜିଆରେ ହାତୀ ଆତଙ୍କ। ୨୨ ଟିକିଆ ହାତୀ ପଲ ଗତ ୧୧ ଦିନ ହେଲା ଉପଦ୍ରବ ଚଳାଇଛନ୍ତି। ହାତୀ ପଲ ବ୍ୟାପକ ଅଞ୍ଚଳରେ ଧାନ ଫସଲ ନଷ୍ଟ କରିବା ସହ ୫ରୁ ଅଧିକ ଘର ଭାଙ୍ଗିଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ଧାନ ଅମଳ ସମୟ  ହଇଥିବା ବେଳେ ହାତୀପଲ ଧାନ ଖାଇବା ସହିତ ମାଡି ମକଚି ବହୁ ଫସଲ ନଷ୍ଟ କରୁଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଗତ ରାତିରେ ହାତୀ ପଲ କରଞ୍ଜିଆ ବ୍ଲକ […]

author-image
Biswobandita Swain
ମୟୂରଭଞ୍ଜ କରଞ୍ଜିଆରେ ହାତୀ ଆତଙ୍କ

hati

ମୟୂରଭଞ୍ଜ କରଞ୍ଜିଆରେ ହାତୀ ଆତଙ୍କ। ୨୨ ଟିକିଆ ହାତୀ ପଲ ଗତ ୧୧ ଦିନ ହେଲା ଉପଦ୍ରବ ଚଳାଇଛନ୍ତି। ହାତୀ ପଲ ବ୍ୟାପକ ଅଞ୍ଚଳରେ ଧାନ ଫସଲ ନଷ୍ଟ କରିବା ସହ ୫ରୁ ଅଧିକ ଘର ଭାଙ୍ଗିଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ଧାନ ଅମଳ ସମୟ  ହଇଥିବା ବେଳେ ହାତୀପଲ ଧାନ ଖାଇବା ସହିତ ମାଡି ମକଚି ବହୁ ଫସଲ ନଷ୍ଟ କରୁଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।

Advertisment

ଗତ ରାତିରେ ହାତୀ ପଲ କରଞ୍ଜିଆ ବ୍ଲକ ଅନ୍ତର୍ଗତ ଚାଞ୍ଚବଣି ଗାଁରେ ଥିବା ଏକ ରାଇସ ମିଲ, ଚୁଡା ମିଲ ଏବଂ ଗୋଟିଏ ଫାର୍ମ ହାଉସର ବଡ଼ ବଡ଼ ପାଚେରୀ ଭାଙ୍ଗିବା ସହ ବହୁ ଜିନିଷ ପତ୍ର ନଷ୍ଟ କରିଛନ୍ତି।  ହାତୀ ପଲଙ୍କୁ ଘଉଡ଼ାଇବା ପାଇଁ ବନବିଭାଗ ପକ୍ଷରୁ ପ୍ରୟାସ ଜାରି ରହିଛି । ତେବେ ହାତୀ ପଲ ଜନବସତି ଅଞ୍ଚଳ ଛାଡ଼ି ଯାଉ ନଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

Advertisment
Advertisment