Advertisment

ଦନ୍ତା କଲା ନାକେଦମ୍‌

ସୁନ୍ଦରଗଡ଼(ବିଜୟ ବରୁଆ): ସୁନ୍ଦରଗଡ଼ ସହରରେ ଦନ୍ତା ଆତଙ୍କ।  ଆଜି ସୁନ୍ଦରଗଡ଼ ସହରର ରାଣୀ ବଗିଚା ଅଞ୍ଚଳକୁ ଏକ ଦନ୍ତା ହାତୀ ପଶି ଆସିଥିଲା। ଇବ୍ ନଦୀ ଆରପଟୁ ହାତୀଟି ରାଣୀବଗିଚା ଅଞ୍ଚଳକୁ ପଶି ଆସି ପ୍ରାୟ ଅଧଘଣ୍ଟା ରହିବା ପରେ ବନବିଭାଗ କର୍ମଚାରୀ ନିକଟସ୍ଥ ସୁବୁଲିଆ ଜଙ୍ଗଲକୁ ତାକୁ ଘଉଡ଼ାଇ ଦେଇଥିଲେ। ସୁନ୍ଦରଗଡ଼ ଫରେଷ୍ଟ ରେଞ୍ଜ ଅଧିକାରୀ ଓ ଅତିରିକ୍ତ ବନ ସଂରକ୍ଷକଙ୍କ ନେତୃତ୍ୱରେ ବନବିଭାଗ କର୍ମଚାରୀ ହାତୀ ଉପରେ ନଜର ରଖିଛନ୍ତି।  ଆଜି ସଂଧ୍ୟାରେ ହାତୀକୁ […]

author-image
Sangita Sahu
ଦନ୍ତା କଲା ନାକେଦମ୍‌

elephant

ସୁନ୍ଦରଗଡ଼(ବିଜୟ ବରୁଆ): ସୁନ୍ଦରଗଡ଼ ସହରରେ ଦନ୍ତା ଆତଙ୍କ।  ଆଜି ସୁନ୍ଦରଗଡ଼ ସହରର ରାଣୀ ବଗିଚା ଅଞ୍ଚଳକୁ ଏକ ଦନ୍ତା ହାତୀ ପଶି ଆସିଥିଲା। ଇବ୍ ନଦୀ ଆରପଟୁ ହାତୀଟି ରାଣୀବଗିଚା ଅଞ୍ଚଳକୁ ପଶି ଆସି ପ୍ରାୟ ଅଧଘଣ୍ଟା ରହିବା ପରେ ବନବିଭାଗ କର୍ମଚାରୀ ନିକଟସ୍ଥ ସୁବୁଲିଆ ଜଙ୍ଗଲକୁ ତାକୁ ଘଉଡ଼ାଇ ଦେଇଥିଲେ।

Advertisment

ସୁନ୍ଦରଗଡ଼ ଫରେଷ୍ଟ ରେଞ୍ଜ ଅଧିକାରୀ ଓ ଅତିରିକ୍ତ ବନ ସଂରକ୍ଷକଙ୍କ ନେତୃତ୍ୱରେ ବନବିଭାଗ କର୍ମଚାରୀ ହାତୀ ଉପରେ ନଜର ରଖିଛନ୍ତି।  ଆଜି ସଂଧ୍ୟାରେ ହାତୀକୁ ଘଉଡ଼ାଇବା ପାଇଁ ଅପରେସନ୍ ଆରମ୍ଭ ହେବ ବୋଲି ସୁନ୍ଦରଗଡ଼ ଏସିଏଫ୍ କହିଛନ୍ତି।

ଗତ କିଛି ଦିନ ତଳେ ରୋମାନ କ୍ୟାଥଲିକ୍ ଚର୍ଚ୍ଚ ପରିସର ମଧ୍ୟ ଏକ ଦନ୍ତାହାତୀ ପଶିଆସିଥିଲା  ପ୍ରାୟ ୧୨ ଘଣ୍ଟାର କସରତ ପରେ ବନବିଭାଗ ତାକୁ ଘଉଡ଼ାଇବାରେ ସଫଳ ହୋଇଥିଲା।

Advertisment

Advertisment
Advertisment