Advertisment

ବୃଦ୍ଧଙ୍କୁ ଦଳିଦେଲା ହାତୀ

ଆସିକା(ମନୋଜ ମୁନି): ଗଞ୍ଜାମ ଜିଲ୍ଲା ଶେରଗଡ଼ ଶୋଭାଚନ୍ଦ୍ରପୁରରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ତାଙ୍କ ନା’ ଭୀମ ବେହେରା। ଆଜି ସକାଳେ ସେ କ୍ଷେତକୁ ପାଣି ମଡ଼େଇବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀଟି ତାଙ୍କୁ ଦଳି ଦେଇଥିଲା। ଘଟଣାସ୍ଥଳରେ ବନ ବିଭାଗ ଅଧିକାରୀମାନେ ପହଞ୍ଚିବାରେ ବିଳମ୍ବ ହେବା ଯୋଗୁ ଗାଁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ସୂଚନାଯୋଗ୍ୟ, ସେହି ଅଞ୍ଚଳରେ କିଛି ଦିନ ହେଲା ଗୋଟିଏ ବଣୁଆ […]

author-image
Sangita Sahu
ବୃଦ୍ଧଙ୍କୁ ଦଳିଦେଲା ହାତୀ

oldman

ଆସିକା(ମନୋଜ ମୁନି): ଗଞ୍ଜାମ ଜିଲ୍ଲା ଶେରଗଡ଼ ଶୋଭାଚନ୍ଦ୍ରପୁରରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ତାଙ୍କ ନା’ ଭୀମ ବେହେରା। ଆଜି ସକାଳେ ସେ କ୍ଷେତକୁ ପାଣି ମଡ଼େଇବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀଟି ତାଙ୍କୁ ଦଳି ଦେଇଥିଲା।

Advertisment

ଘଟଣାସ୍ଥଳରେ ବନ ବିଭାଗ ଅଧିକାରୀମାନେ ପହଞ୍ଚିବାରେ ବିଳମ୍ବ ହେବା ଯୋଗୁ ଗାଁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।

ସୂଚନାଯୋଗ୍ୟ, ସେହି ଅଞ୍ଚଳରେ କିଛି ଦିନ ହେଲା ଗୋଟିଏ ବଣୁଆ ହାତୀ ଆତଙ୍କ ଖେଳାଉଛି।

Advertisment
Advertisment