/odishatv-khabar/media/post_attachments/uploadimage/library/16_9/16_9_0/elephant2_1626416417.jpg)
elephant2
ବାଲେଶ୍ୱର : ବାଲେଶ୍ୱର ନୀଳଗିରି ଅଞ୍ଚଳରେ ଅାତଙ୍କ ଖେଳାଉଛନ୍ତି ଝାଡ଼ଖଣ୍ଡୀ ହାତୀ ପଲ। ନୀଳଗିରି ତିନିକୋସିଅା ଜଙ୍ଗଲରେ ୫୦ରୁ ଅଧିକ ହାତୀ ଥିବାରୁ ଏହାକୁ ନେଇ ଅାତଙ୍କରେ ରହୁଛନ୍ତି ସ୍ଥାନୀୟ ଲୋକେ। ଏହି ହାତୀ ପଲ ଗାଁରେ ଘର ଭାଙ୍ଗିବା ସହ ବ୍ୟାପକ ଧାନ ଫସଲ ମଧ୍ୟ ନଷ୍ଟ କରୁଥିବା ଅଭିଯୋଗ ହୋଇଛି।
Advertisment
ଧାନ ଏବେ ପାଚିବା ସମୟ ହୋଇଥିବାରୁ ହାତୀ ପଲଙ୍କ ଦୌରାତ୍ମରୁ ସ୍ଥାନୀୟ ଅଞ୍ଚଳରେ ଚାଷୀଙ୍କର ନାହିଁ ନଥିବା କ୍ଷତି ହୋଇଛି। ସେପଟେ ହାତୀପଲଙ୍କୁ ବନ ବିଭାଗ ତିନିକୋସିଅା ଏବଂ ଜଡିବାଲି ଜଙ୍ଗଲରେ ଅାବଦ୍ଧ କରି ରଖିଥିବା ଜଣାପଡିଛି। ବନ ବିଭାଗର ବରିଷ୍ଠ ଅଧିକାରୀ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ହାତୀଙ୍କ ଉପରେ ନଜର ରଖିବା ସହ ଲୋକଙ୍କ ସୁରକ୍ଷା ଉପରେ ବି ଦୃଷ୍ଟି ଦେଉଛନ୍ତି।
ହାତୀପଲଙ୍କୁ କିଭଳି ସୁରକ୍ଷିତ ଭାବେ ଝାଡଖଣ୍ଡ ଡଲମା ଜଙ୍ଗଲକୁ ଫେରାଇ ଦିଅାଯିବ, ସେ ଉପରେ ନଜର ରଖିଛି ବନବିଭାଗ। ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ଜଡିବାଲିରେ ଏକ ପ୍ଲାଟୁନ୍ ପୁଲିସ୍ ଫୋର୍ସ ବି ମୁତୟନ କରାଯାଇଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)