Advertisment

ଧରାପଡ଼ିଲା ନରହନ୍ତା ଦନ୍ତା

ଯାଜପୁର : ପ୍ରାୟ ୧୦ ଦିନର ଆତଙ୍କ ଏବଂ ତନାଘନା ପରେ ଶେଷରେ କାବୁ ହେଲା ଯାଜପୁର ଜିଲ୍ଲାର ସେହି ନରହନ୍ତା ଦନ୍ତା। ଯାଜପୁର ଜିଲ୍ଲା ଦାନଗଦି ବ୍ଲକ କଣ୍ଟିପୁର ଜଙ୍ଗଲରୁ ଦନ୍ତାକୁ ଟ୍ରାଙ୍କୁଲାଇଜ୍ କରାଯାଇଛି। ୨ଥର ଟ୍ରାଙ୍କୁଲାଇଜ୍ କରାଯାଇ ହାତୀକୁ କାବୁ କରିଛନ୍ତି ବନବିଭାଗ କର୍ମଚାରୀ। ଗତକାଲିଠୁ ଏହି ହାତୀକୁ ଠାବ କରିବା ପରେ ‌ଆଜି ଡ୍ରୋନ୍ କ୍ୟାମେରା ସାହାଯ୍ୟରେ ତାର ଗତିବିଧିକୁ ଅନୁଧ୍ୟାନ କରାଯାଇଥିଲା। ଏହାପରେ ଆଜି ପୂର୍ବାହ୍ନରୁ ନନ୍ଦନକାନନ ଓ ଶିମିଳିପାଳର ଏକ୍ସପର୍ଟ […]

author-image
Pradesh Pratyush
ଧରାପଡ଼ିଲା ନରହନ୍ତା ଦନ୍ତା

elephant

ଯାଜପୁର : ପ୍ରାୟ ୧୦ ଦିନର ଆତଙ୍କ ଏବଂ ତନାଘନା ପରେ ଶେଷରେ କାବୁ ହେଲା ଯାଜପୁର ଜିଲ୍ଲାର ସେହି ନରହନ୍ତା ଦନ୍ତା। ଯାଜପୁର ଜିଲ୍ଲା ଦାନଗଦି ବ୍ଲକ କଣ୍ଟିପୁର ଜଙ୍ଗଲରୁ ଦନ୍ତାକୁ ଟ୍ରାଙ୍କୁଲାଇଜ୍ କରାଯାଇଛି। ୨ଥର ଟ୍ରାଙ୍କୁଲାଇଜ୍ କରାଯାଇ ହାତୀକୁ କାବୁ କରିଛନ୍ତି ବନବିଭାଗ କର୍ମଚାରୀ।

Advertisment

ଗତକାଲିଠୁ ଏହି ହାତୀକୁ ଠାବ କରିବା ପରେ ‌ଆଜି ଡ୍ରୋନ୍ କ୍ୟାମେରା ସାହାଯ୍ୟରେ ତାର ଗତିବିଧିକୁ ଅନୁଧ୍ୟାନ କରାଯାଇଥିଲା। ଏହାପରେ ଆଜି ପୂର୍ବାହ୍ନରୁ ନନ୍ଦନକାନନ ଓ ଶିମିଳିପାଳର ଏକ୍ସପର୍ଟ ଟିମ୍ ସମେତ ସ୍ଥାନୀୟ ବନକର୍ମଚାରୀ ଜଙ୍ଗଲ ଭିତରକୁ ଯାଇ ଟ୍ରାଙ୍କୁଲାଇଜ୍ କରି ଉକ୍ତ ଦନ୍ତାକୁ କାବୁ କରିବାରେ ସଫଳ ହୋଇଥିଲେ ।

ଗତ ୧୦ ଦିନ ହେଲା ଯାଜପୁର ଜିଲ୍ଲାର ସୁକିନ୍ଦା, କୋରେଇ ଏବଂ ଧର୍ମଶାଳା ଇଲାକାରେ ଘରଦ୍ୱାର ଭଙ୍ଗାରୁଜା କରିବା ସହ ୪ ଜଣଙ୍କ ଜୀବନ ନେଇଥିଲା ଦନ୍ତା। ଦାନଗଦି ଧପଙ୍ଖିର ଜଣେ, କୋରୋଇ ଗୋଡିପାଟଣାର ୨ ଜଣ ଏବଂ ଟମକା ଅଞ୍ଚଳରେ ଜଣଙ୍କୁ ହତ୍ୟା କରିଥିଲା ଟମକା ରେଞ୍ଜରୁ ଆସିଥିବା ଏହି ବଣୁଆ ହାତୀ।

Advertisment
Advertisment
Advertisment