/odishatv-khabar/media/media_files/2026/01/23/elephant-calf-trapped-in-fishing-net-2026-01-23-19-25-57.jpg)
ନଦୀ ପାର ହେବାବେଳେ ଜାଲରେ ଫସିଲା ହାତୀ ଛୁଆ Photograph: (OTV)
ମାଛ ଜାଲରେ ଛନ୍ଦି ହୋଇ ଫସିଲା ହାତୀ ଛୁଆ। ଅନୁଗୁଳ ପାଳଲହଡା ବନାଞ୍ଚଳ ଦେବଗଡ଼ ବନଖଣ୍ଡର ହରିପୁର ଗାଁ ନିକଟରେ ଥିବା ରେଙ୍ଗାଳି ନଦୀବନ୍ଧରେ ବିଛା ଯାଇଥିବା ମାଛ ଜାଲରେ ଛନ୍ଦି ହୋଇ ପାଣି ଭିତରେ ଫସିଗଲା ହାତୀ ଛୁଆ। ଦୀର୍ଘ ଘଣ୍ଟାର କସରତ ପରେ ପାଣିରୁ ଉଦ୍ଧାର କଲା ବନ ବିଭାଗ। ଦୀର୍ଘ ଦିନ ହେବ ୧୧ ଟିକିଆ ହାତୀପଲ ଚସାଗୁରୁଜାଙ୍ଗ ଓ ପବିତ୍ରପୁର ପଞ୍ଚାୟତର ବିଭିନ୍ନ ଗାଁରେ ବ୍ୟାପକ କ୍ଷୟକ୍ଷତି କରୁଥିଲେ।
Advertisment
ପବିତ୍ରପୁର ପଞ୍ଚାୟତ ପଟୁ ନଦୀ ପାର ହୋଇ ଯାଉଥିବା ବେଳେ ଛୁଆ ହାତୀଟି ପାଣିରେ ବିଛା ଯାଇଥିବା ମାଛ ଜାଲରେ ଫସି ଯାଇଥିଲା। ସ୍ଥାନୀୟ ଲୋକେ ଦେଖି ତୁରନ୍ତ ପାଳଲହଡା ବନ ବିଭାଗକୁ ସୂଚନା ଦେଇଥିଲେ। ସକାଳୁ ଘଟଣାସ୍ଥଳରେ ପହଂଚି ହାତୀ ଛୁଆକୁ ଉଦ୍ଧାର କରି ମା ହାତୀ ପାଖରେ ଛଡାଯାଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)