Advertisment

Elephant Calf Trapped in Fishing Net: ନଦୀ ପାର ହେବାବେଳେ ଜାଲରେ ଫସିଲା ହାତୀ ଛୁଆ

ମାଛ ଜାଲରେ ଫସିଲା ଛୁଆ ହାତୀ। ନଦୀ ପାର ହେବାବେଳେ ଜାଲରେ ଫସିଲା। ଅନୁଗୁଳ ପାଳଲହଡା ବନାଞ୍ଚଳ ଦେବଗଡ଼ ବନଖଣ୍ଡର ହରିପୁର ଗାଁ ନିକଟରେ ଥିବା ରେଙ୍ଗାଳି ନଦୀବନ୍ଧରେ ବିଛା ଯାଇଥିବା ମାଛ ଜାଲରେ ଛନ୍ଦି ହୋଇ ପାଣି ଭିତରେ ଫସିଗଲା ହାତୀ ଛୁଆ। ହାତୀକୁ ଉଦ୍ଧାର କଲା ବନବିଭାଗର ଟିମ୍।

author-image
Pramod Behera
Elephant Calf Trapped in Fishing Net

ନଦୀ ପାର ହେବାବେଳେ ଜାଲରେ ଫସିଲା ହାତୀ ଛୁଆ Photograph: (OTV)

ମାଛ ଜାଲରେ ଛନ୍ଦି ହୋଇ ଫସିଲା ହାତୀ ଛୁଆ। ଅନୁଗୁଳ ପାଳଲହଡା ବନାଞ୍ଚଳ ଦେବଗଡ଼ ବନଖଣ୍ଡର ହରିପୁର ଗାଁ ନିକଟରେ ଥିବା ରେଙ୍ଗାଳି ନଦୀବନ୍ଧରେ ବିଛା ଯାଇଥିବା ମାଛ ଜାଲରେ ଛନ୍ଦି ହୋଇ ପାଣି ଭିତରେ ଫସିଗଲା ହାତୀ ଛୁଆ। ଦୀର୍ଘ ଘଣ୍ଟାର କସରତ ପରେ ପାଣିରୁ ଉଦ୍ଧାର କଲା ବନ ବିଭାଗ। ଦୀର୍ଘ ଦିନ ହେବ ୧୧ ଟିକିଆ ହାତୀପଲ ଚସାଗୁରୁଜାଙ୍ଗ ଓ ପବିତ୍ରପୁର ପଞ୍ଚାୟତର ବିଭିନ୍ନ ଗାଁରେ ବ୍ୟାପକ କ୍ଷୟକ୍ଷତି କରୁଥିଲେ।

Advertisment

ପବିତ୍ରପୁର ପଞ୍ଚାୟତ ପଟୁ ନଦୀ ପାର ହୋଇ ଯାଉଥିବା ବେଳେ ଛୁଆ ହାତୀଟି ପାଣିରେ ବିଛା ଯାଇଥିବା ମାଛ ଜାଲରେ ଫସି ଯାଇଥିଲା। ସ୍ଥାନୀୟ ଲୋକେ ଦେଖି ତୁରନ୍ତ ପାଳଲହଡା ବନ ବିଭାଗକୁ ସୂଚନା ଦେଇଥିଲେ। ସକାଳୁ ଘଟଣାସ୍ଥଳରେ ପହଂଚି ହାତୀ ଛୁଆକୁ ଉଦ୍ଧାର କରି ମା ହାତୀ ପାଖରେ ଛଡାଯାଇଛି।

Elephant Rescue Angul Odisha News
Advertisment
Advertisment