Advertisment

ଫୋନି ପ୍ରଭାବିତ ଅଞ୍ଚଳରୁ କେବେ ଘୁଞ୍ଚିବ ବିଜୁଳି ଦୁଃଖ, ଆଜି ବି ଅନ୍ଧାରରେ ପୁରୀ ଜିଲ୍ଲାର ଶତାଧିକ ଗାଁ

ଭୁବନେଶ୍ୱର:  ଫୋନି ପ୍ରଭାବିତ ଅଞ୍ଚଳରୁ କେବେ ଘୁଞ୍ଚିବ ବିଜୁଳି ଦୁଃଖ? ବାତ୍ୟାକୁ ଦେଢ଼ମାସ ପୂରିବାକୁ ଯାଉଥିବା ବେଳେ ଏ ପ୍ରଶ୍ନର ଉତ୍ତର ଯେମିତି କାହା ପାଖରେ ନାହିଁ । ଆଜି ବି ପୁରୀ ଜିଲ୍ଲାର ଶତାଧିକ ଗାଁରେ ଅନ୍ଧାର ଆଉ ଗରମ ଗୁଳୁଗୁଳିରେ ଷଢୁଛନ୍ତି ଲକ୍ଷ ଲକ୍ଷ ବିପନ୍ନ । ବାତ୍ୟାମାଡ଼ୁଆ ଥୁଣ୍ଟା ଗଛସବୁ ଶାଖା ମେଲିଲେଣି। ପତ୍ର ଆସିଲାଣି। ଧିରେ ଧିରେ ଭାଙ୍ଗିପଡ଼ିଥିବା ଗୋସେଁବାପ ଅମଳର ଘର ପାଖରେ ମୁଣ୍ଡ ଗୁଞ୍ଜିବାକୁ ପଲିଥିନ୍ ଘେରା ଘର […]

author-image
Mihir Pattnayak
ଫୋନି ପ୍ରଭାବିତ ଅଞ୍ଚଳରୁ କେବେ ଘୁଞ୍ଚିବ ବିଜୁଳି ଦୁଃଖ, ଆଜି ବି ଅନ୍ଧାରରେ ପୁରୀ ଜିଲ୍ଲାର ଶତାଧିକ ଗାଁ

electricity

ଭୁବନେଶ୍ୱର:  ଫୋନି ପ୍ରଭାବିତ ଅଞ୍ଚଳରୁ କେବେ ଘୁଞ୍ଚିବ ବିଜୁଳି ଦୁଃଖ? ବାତ୍ୟାକୁ ଦେଢ଼ମାସ ପୂରିବାକୁ ଯାଉଥିବା ବେଳେ ଏ ପ୍ରଶ୍ନର ଉତ୍ତର ଯେମିତି କାହା ପାଖରେ ନାହିଁ । ଆଜି ବି ପୁରୀ ଜିଲ୍ଲାର ଶତାଧିକ ଗାଁରେ ଅନ୍ଧାର ଆଉ ଗରମ ଗୁଳୁଗୁଳିରେ ଷଢୁଛନ୍ତି ଲକ୍ଷ ଲକ୍ଷ ବିପନ୍ନ ।

Advertisment

ବାତ୍ୟାମାଡ଼ୁଆ ଥୁଣ୍ଟା ଗଛସବୁ ଶାଖା ମେଲିଲେଣି। ପତ୍ର ଆସିଲାଣି। ଧିରେ ଧିରେ ଭାଙ୍ଗିପଡ଼ିଥିବା ଗୋସେଁବାପ ଅମଳର ଘର ପାଖରେ ମୁଣ୍ଡ ଗୁଞ୍ଜିବାକୁ ପଲିଥିନ୍ ଘେରା ଘର ମଥା ଟେକିଲାଣି। ହେଲେ ବିଜୁଳି ? ଝଡ଼ମାଡ଼ରେ ସେବେଠୁ ଲେପ୍ଟେଇ ପଡ଼ିଥିବା ଖୁଣ୍ଟ, ଟ୍ରାନ୍ସଫର୍ମର, ତାର, ଆଜି ବି ସେମିତି ପଡ଼ିଛି ଏଠିସେଠି।  ଆଉ ଏପଟେ ଅଣସର ଗୁଳୁଗୁଳିରେ ଆଉଟୁପାଉଟୁ ମଣିଷ।  ଗାମୁଛା ନ ହେଲେ ବିଚଣା ବୁଲେଇ ଚାଲିଛି ସଦାବେଳେ। ଆଉ ଚାରା ବା କଣ? ପୁରୀ ଜିଲ୍ଲା ଗୋପ ବ୍ଲକ୍ ବନ୍ତୁଳି ପଞ୍ଚାୟତର ଏ ସ୍ଥିତି ଯାହା, ପାଖ ୫ଟି ପଞ୍ଚାୟତର ୫୨ ମଉଜାରେ ପାଖାପାଖି ସ୍ଥିତି ସେୟା। କେଉଁଠି ଖୁଣ୍ଟି ଅଛି, ତାର ଟଣାହେଇନି ତ କେଉଁଠି ଏ ପର୍ଯ୍ୟନ୍ତ ଖୁଣ୍ଟି ବି ପଡ଼ିନି।

ସାତପଡ଼ା ଅଞ୍ଚଳରେ ବିଜୁଳି ସେବାର ହାଲତ ଏକା ଦୃଶ୍ୟ।  ଅବଶ୍ୟ କିଛି କିଛି ଯାଗାରେ ଖୁଣ୍ଟ ପଡ଼ିଲାଣି, ତାର ଟଣା ଚାଲିଲାଣି। କିନ୍ତୁ ଘର ଘରକୁ ବିଜୁଳି ଆଲୁଅ କେବେ ପହଞ୍ଚିବ, ସେ ଉତ୍ତର କାହା ପାଖରେ ନାହିଁ। ଫୋନି ତାଣ୍ଡବକୁ ଦେଢ଼ମାସ ପୂରିବାକୁ ଯାଉଥିବା ବେଳେ ବିପନ୍ନ ଅଞ୍ଚଳରେ ବିଜୁଳି ବ୍ୟବସ୍ଥାର ଏ ସ୍ଥିତି ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟରେ ବ୍ୟବସ୍ଥାର ପାରିବାପଣିଆକୁ ପଦାରେ ପକାଇଦେଇଛି।

Advertisment
Left Top
Advertisment
Advertisment