/odishatv-khabar/media/post_attachments/uploadimage/library/16_9/16_9_0/o0_1626849140.jpg)
o0
ଭୁବନେଶ୍ୱର: ବାତ୍ୟା ଫୋନିର ୬ ଦିନ ପରେ ରାଜଧାନୀ ଭୁବନେଶ୍ୱର ଓ କଟକ ସହରରେ ବିଜୁଳି ସ୍ଥିତିରେ ଆସିଛି ସାମାନ୍ୟ ସୁଧାର। କିନ୍ତୁ ଏବେ ବି ଟୁଇନ୍ ସିଟିର ଅଧିକାଂଶ ଅଞ୍ଚଳ ରହିଛି ଅନ୍ଧାରରେ । ଫୋନିର ବ୍ୟାପକ ବିପର୍ଯ୍ୟୟ ଭିତରେ ଏସବୁ ଅଞ୍ଚଳରେ ଶୀଘ୍ର ବିଜୁଳି ପହଞ୍ଚାଇବା ଓ ସବୁଠୁ ଅଧିକ କ୍ଷତିଗ୍ରସ୍ତ ପୁରୀକୁ ବିଦ୍ୟୁତ ସେବା ଦେବା ସରକାରଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ୍ ପାଲଟିଛି ।
ବାତ୍ୟା ଫୋନିର ୬ ଦିନ ପରେ ରାଜଧାନୀର ବିଜୁଳି ସ୍ଥିତିରେ ଆସିଛି ସାମାନ୍ୟ ସୁଧାର। ସହରର କିଛି ଅଂଚଳରେ ବିଜୁଳି ଆସିଥିବା ବେଳେ ଅନେକ ଅଞ୍ଚଳ କିନ୍ତୁ ଏବେ ବି ଅନ୍ଧାରରେ । ଯେଉଁଠି ବିଜୁଳି ପହଞ୍ଚିଛି ସେଇଠି ଖୁସି, କିନ୍ତୁ ଯେଉଁଠି ପହଞ୍ଚି ନାହିଁ ସେଠି ନିରାଶା । ବିଜୁଳି ଆସିବା ପରେ ଗରମରେ ଆଉଟୁ ପାଉଟୁ ହେଉଥିବା ଲୋକେ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି।
ଯେଉଁଠୁ ବିଜୁଳି ନାହିଁ ସେଠାରେ ଲୋକେ ଏବେ ବି ଗରମରେ ସନ୍ତୁଳି ହେଉଛନ୍ତି। ଭୁବନେଶ୍ୱରର କଟକ ରୋଡ୍, ବୁଦ୍ଧେଶ୍ୱରୀ, ଚିନ୍ତାମଣିଶ୍ୱର, ଲକ୍ଷ୍ମୀସାଗର, ରସୁଲଗଡ, ଯୁନିଟ ୩ ଓ ୯, ୟୁନିଟ୍-୨ର କିଛି ଅଂଚଳରେ ବିଦ୍ୟୁତ୍ ସେବା ଯୋଗାଇ ଦିଆଯାଇଛି। ସେପଟେ କଟକ ସହରର ସିଡିଏ, ବାଦାମବାଡି, ଏଲ୍ଆଇସି କଲୋନି, ବିଡାନାସୀ ଓ ପିଠାପୁରର କିଛି ଅଂଚଳରେ କରେଣ୍ଟ ଆସିଥିବା ବେଳେ ଅନେକ ଅଂଚଳରେ ଏବେ ବି ଅନ୍ଧାରରେ ରହିଛି।
ସରକାରୀ ତଥ୍ୟ ଅନୁସାରେ ଭୁବନେଶ୍ୱର ସହରରେ ଆଜି ସୁଦ୍ଧା ୧ଲକ୍ଷ ୩୧ ହଜାର ଉପଭୋକ୍ତଙ୍କୁ ବିଜୁଳି ଯୋଗାଇ ଦିଆଯାଇଛି। ତଥାପି ସମୁଦାୟ ସାଢ଼େ ୪ଲକ୍ଷ ଉପଭୋକ୍ତାଙ୍କ ଭିତରୁ ଅନେକ ଏବେ ବି ଅନ୍ଧାରରେ ରହିଛନ୍ତି । କଟକ ସହରରେ ଶତ ପ୍ରତିଶତ ବିଜୁଳି ସେବା ଯୋଗାଇ ଦିଆଯାଇଥିବା ରାଜ୍ୟ ସରକାର ଦମ୍ଭୋକ୍ତି ଦେଖାଇଥିଲେ ମଧ୍ୟ ବାସ୍ତିର ସ୍ଥିତି କିନ୍ତୁ ଭିନ୍ନ । ଏବେ ବି ଅନେକ ଅଂଚଳରେ ବିଜୁଳି ନାହିଁ। ଏମିତିକି କିଛି ସ୍ଥାନରେ ମରାମତି କାମ ବି ଆରମ୍ଭ ହୋଇନି । ସେପଟେ କଟକ ଆଖପାଖ ଗ୍ରାମାଚଂଳରେ ପଡିଥିବା ବିଦ୍ୟୁତ ଖୁଣ୍ଟ ବି ଉଠାଯାଇ ନାହିଁ ।
ଅନ୍ୟପକ୍ଷରେ ବାତ୍ୟାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ପୁରୀରେ ବିଦ୍ୟୁତ ସେବା ପୁଣି ଆରମ୍ଭ କରିବା ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବ। ୧୨ ତାରିଖରେ ବଡଦାଣ୍ଡ ଏବଂ ୧୫ରେ ପୁରୀ ଓ କୋଣାର୍କ ସହରରେ ବିଦ୍ୟୁତ ସେବା ସ୍ୱାଭାବିକ ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କହିଛନ୍ତି ସୂଚନା ଓ ଲୋକସଂପର୍କ ସଚିବ ସଂଜୟ ସିଂ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)