/odishatv-khabar/media/post_attachments/uploadimage/library/16_9/16_9_0/current3_1626687219.jpg)
current3
ନୂଆପଡ଼ା : ଛୁଇଁଲେ ମାରିବ କରେଣ୍ଟ । ମହିଳାଙ୍କ ସୁରକ୍ଷା ଲାଗି ଏଭଳି ଏକ ବୈଦ୍ୟୁତିକ ସରଞ୍ଜାମ ପ୍ରସ୍ତୁତ କରିଛନ୍ତି ନୂଆପଡ଼ା ଜିଲ୍ଲାର ଜଣେ କଲେଜ ଛାତ୍ର। ଖଡ଼ିଆଳ ସ୍ଥିତ ଲୋକଦୃଷ୍ଟି କଲେଜ ଅଫ୍ ଆଡଭାନ୍ସଡ୍ ଟେକ୍ନୋଲଜିର ଯୁକ୍ତ ୩ ଛାତ୍ର ଲଛମନ ଡୁଣ୍ଡି ଏହି ସରଞ୍ଜାମର ଉଦ୍ଭାବନ କରିଛନ୍ତି। ଏହି ସରଞ୍ଜାମକୁ ମହିଳାମାନେ ସେମାନଙ୍କ ଦେହରେ ଲଗାଇଲେ ସୁରକ୍ଷିତ ରହିବେ।
Advertisment
ମନ୍ଦ ଉଦ୍ଦେଶ୍ୟ ରଖି ମହିଳାଙ୍କୁ ଯେ କେହିବି ସ୍ପର୍ଶ କରିବ ତାକୁ ୨୨୦ ଭୋଲ୍ଟର କରେଣ୍ଟ ଲାଗିବ । ଏହାକୁ ପରିଚାଳନା କରିବା ପାଇଁ ସେ ଅନେକ ସୁବିଧା ମଧ୍ୟ କରିଛନ୍ତି। ଏଥିରେ ଗୋଟିଏ ଟ୍ରାଂଜିଷ୍ଟର ଓ ଗୋଟିଏ ଟ୍ରାନ୍ସଫର୍ମର ରହିଛି। ଏହାକୁ ଥରେ ଚାର୍ଜ କଲେ ଏହା ୬୦ ଘଣ୍ଟା କାମ କରିବ। ସରଞ୍ଜାମଟିକୁ ରିମୋଟ ମାଧ୍ୟମରେ ପରିଚାଳନା କରିହେବ ।
ବର୍ତ୍ତମାନ ସ୍ଥିତିରେ ଦେଶରେ ଶିଶୁ, ନାବାଳିକା, ଯୁବତୀ ଓ ମହିଳାଙ୍କ ଉପରେ ଶାରୀରିକ ନିର୍ଯାତନା ବଢିଥିବାବେଳେ ଏଭଳି ସ୍ଥିତିର ସାମନା କରିବାକୁ ସେ ଏହି ସରଞ୍ଜାମ ପ୍ରସ୍ତୁତ କରିଥିବା କହିଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)