/odishatv-khabar/media/post_attachments/uploadimage/library/16_9/16_9_0/accident_1622784381.jpg)
series accident
ବାରିପଦା: ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ବଡ଼ଡାଳିମାରେ ଘଟିଛି ସିରିଜି ଦୁର୍ଘଟଣା । ଲୁହାପଥର ବୋଝେଇ ଗୋଟିଏ ଟ୍ରକ ଭାରସାମ୍ୟ ହରାଇ ମାଡ଼ି ଯିବାରୁ ୩ ଜଣଙ୍କର ମୃତ୍ୟୁ ଘଟିଛି । ଘଟଣା ଘଟିଛି ଗତକାଲି ବିଳମ୍ବିତ ରାତିରେ ।
ଗତକାଲି ବିମ୍ବଳିତ ରାତିରେ ବାଦାମପାହାଡ ଖଣିରୁ ଲୁହାପଥର ବୋଟେଇ କରି ଏକ ଟ୍ରକ ଦ୍ରୁତ ଗତିରେ ଆସୁଥିଲା। ତିରିଂ ଥାନା ବଡ଼ ଡାଳିମା ନିକଟରେ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତା କଡରେ ଛିଡ଼ା ହୋଇଥିବା କକା ଓ ପୁତୁରାଙ୍କ ଉପରେ ଚଢି ଯାଇଥିଲା। ଫଳରେ ଘଟଣାସ୍ଥଳରେ ପୁତୁରାଙ୍କର ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ କକାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ହେଁ ସେଠାରେ ଆଜି ତାଙ୍କର ମୃତ୍ୟୁ ଘଟିଛି।
ଦୁର୍ଘଟଣା ପରେ ଟ୍ରକଟି ଆଉ ଜଣେ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିଲା। ଉତ୍ତ୍ୟକ୍ତ ଗାଁ ଲୋକେ ଲୁହାପଥର ବୋଝେଇ ଟ୍ରକ ଓ ଡ୍ରାଇଭରକୁ ଅଟକ ରଖିଛନ୍ତି । ଦୁର୍ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଫଳରେ ବହୁ ଲୁହାପଥର ଗାଡ଼ି ଅଟକ ରହିଛି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)