Advertisment

ବ୍ରହ୍ମ ବିଭ୍ରାଟ ମାମଲାରେ ରିପୋର୍ଟ ହେବନି ସାର୍ବଜନୀନ : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର

ପୁରୀ : ଶ୍ରୀମନ୍ଦିର ବ୍ରହ୍ମ ବିଭ୍ରାଟ ମାମଲାରେ ରିପୋର୍ଟ ହେବନି ସାର୍ବଜନୀନ। ସମ୍ବେଦନଶୀଳ ମାମଲା ଥିବାରୁ ଏହାକୁ ସାର୍ବଜନୀନ କରାଯିବ ନାହିଁ ବୋଲି ପୁଣି ଥରେ ଦୋହରେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର। ଅାଜି ଏନେଇ ପ୍ରତିକ୍ରିୟା ଦେଇ ମୁଖ୍ୟ ପ୍ରଶାସକ କହିଛନ୍ତି, ନୋଟିସ୍ ହୋଇଥିବା ସେବାୟତଙ୍କ ମଧ୍ୟରୁ ୪ ଜଣ ଜବାବ ରଖିଛନ୍ତି। ବ୍ରହ୍ମ ବିଭ୍ରାଟ ମାମଲାରେ ୧୦ ଜଣ ସେବାୟତଙ୍କୁ ନୋଟିସ୍ ହୋଇଥିଲା। ତେବେ ଏନେଇ ସମ୍ପୂର୍ଣ୍ଣ ତଦନ୍ତ ପରେ ରିପୋର୍ଟ ଅାସିବ। […]

author-image
Pradesh Pratyush
ବ୍ରହ୍ମ ବିଭ୍ରାଟ ମାମଲାରେ ରିପୋର୍ଟ ହେବନି ସାର୍ବଜନୀନ : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର

pradipta

ପୁରୀ : ଶ୍ରୀମନ୍ଦିର ବ୍ରହ୍ମ ବିଭ୍ରାଟ ମାମଲାରେ ରିପୋର୍ଟ ହେବନି ସାର୍ବଜନୀନ। ସମ୍ବେଦନଶୀଳ ମାମଲା ଥିବାରୁ ଏହାକୁ ସାର୍ବଜନୀନ କରାଯିବ ନାହିଁ ବୋଲି ପୁଣି ଥରେ ଦୋହରେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର।

Advertisment

ଅାଜି ଏନେଇ ପ୍ରତିକ୍ରିୟା ଦେଇ ମୁଖ୍ୟ ପ୍ରଶାସକ କହିଛନ୍ତି, ନୋଟିସ୍ ହୋଇଥିବା ସେବାୟତଙ୍କ ମଧ୍ୟରୁ ୪ ଜଣ ଜବାବ ରଖିଛନ୍ତି। ବ୍ରହ୍ମ ବିଭ୍ରାଟ ମାମଲାରେ ୧୦ ଜଣ ସେବାୟତଙ୍କୁ ନୋଟିସ୍ ହୋଇଥିଲା। ତେବେ ଏନେଇ ସମ୍ପୂର୍ଣ୍ଣ ତଦନ୍ତ ପରେ ରିପୋର୍ଟ ଅାସିବ।

ତତ୍କାଳୀନ ମୁଖ୍ୟ ପ୍ରଶାସକଙ୍କ ରିପୋର୍ଟ ଅାଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ପ୍ରଶାସନ। ରିପୋର୍ଟକୁ ଗଠିତ ସବ୍ କମିଟି ତର୍ଜମା କରିବା ପରେ ୧୦ ଜଣଙ୍କୁ ନୋଟିସ୍ ହୋଇଥିଲା। ଶ୍ରୀଜିଉଙ୍କ ସେବାରେ ବିଭ୍ରାଟ ଓ ବିଳମ୍ବ ଅଭିଯୋଗରେ ନୋଟିସ୍ କରାଯାଇଛି। ୨୦୧୫ ଜୁନ୍ ୧୫ ତାରିଖରେ ଶ୍ରୀଜିଉଙ୍କ ନବକଳେବର ବେଳେ ବ୍ରହ୍ମ ସଂସ୍ଥାପନ ନିଶାର୍ଦ୍ଧରେ ହେବାର ଥିଲା। କିନ୍ତୁ ଏଥିରେ ବିଭ୍ରାଟ ଘଟି ଜୁନ୍ ୧୬ରେ ବ୍ରହ୍ମ ସଂସ୍ଥାପନ ହୋଇଥିଲା।

Advertisment

Advertisment
Advertisment