Advertisment

ଡ଼ୁଡ଼ୁମା ଜଳପ୍ରପାତରେ କମୁଛି ପର୍ଯ୍ୟଟକଙ୍କ ଭିଡ଼

କୋରାପୁଟ(ଜଗତ ଜୀବନ) ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର କୋଟାପୁଟ ଜିଲ୍ଲା। ସେଠାରେ ଥିବା ଅନେକ  ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ମଧ୍ୟରୁ ଡୁଡୁମା ଜଳପ୍ରପାତ ଅନ୍ୟତମ। ପ୍ରତିବର୍ଷ ପର୍ଯ୍ୟଟନ ଋତୁ ଆରମ୍ଭ ହେଲେ ସତେ ଯେମିତି ପର୍ଯ୍ୟଟକଙ୍କ ପାଇଁ ଏହି ସ୍ଥାନ ଭୂସ୍ୱର୍ଗ ପାଲଟିଥାଏ। କିନ୍ତୁ ଡୁଡୁମା ପର୍ଯ୍ୟଟନ ବିକାଶ ପ୍ରତି ପ୍ରଶାସନ ଦୃଷ୍ଟି ଦେଉନଥିବାବେଳେ ସୁରକ୍ଷା ବ୍ୟବସ୍ଥା ବି କରାଯାଉନଥିବା ଅଭିଯୋଗ ହୋଇଛି। ଫଳରେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ଏଠାକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକ। ପାହାଡ଼, ପର୍ବତ ଓ […]

author-image
Sarbeswar
ଡ଼ୁଡ଼ୁମା ଜଳପ୍ରପାତରେ କମୁଛି ପର୍ଯ୍ୟଟକଙ୍କ ଭିଡ଼

Duduma

କୋରାପୁଟ(ଜଗତ ଜୀବନ) ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର କୋଟାପୁଟ ଜିଲ୍ଲା। ସେଠାରେ ଥିବା ଅନେକ  ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ମଧ୍ୟରୁ ଡୁଡୁମା ଜଳପ୍ରପାତ ଅନ୍ୟତମ। ପ୍ରତିବର୍ଷ ପର୍ଯ୍ୟଟନ ଋତୁ ଆରମ୍ଭ ହେଲେ ସତେ ଯେମିତି ପର୍ଯ୍ୟଟକଙ୍କ ପାଇଁ ଏହି ସ୍ଥାନ ଭୂସ୍ୱର୍ଗ ପାଲଟିଥାଏ। କିନ୍ତୁ ଡୁଡୁମା ପର୍ଯ୍ୟଟନ ବିକାଶ ପ୍ରତି ପ୍ରଶାସନ ଦୃଷ୍ଟି ଦେଉନଥିବାବେଳେ ସୁରକ୍ଷା ବ୍ୟବସ୍ଥା ବି କରାଯାଉନଥିବା ଅଭିଯୋଗ ହୋଇଛି। ଫଳରେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ଏଠାକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକ।

Advertisment

ପାହାଡ଼, ପର୍ବତ ଓ ଝରଣା ଭିତରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର କୋରାପୁଟ ଜିଲ୍ଲାର ଡୁଡୁମା ଜଳପ୍ରପାତ। ଏହାର ମନୋରମ ଦୃଶ୍ୟ ଆନମନା କରେ ପର୍ଯ୍ୟଟକଙ୍କୁ। ପାହାଡ ଦେଇ କୁଳୁକୁଳୁ ନାଦରେ ବହି ଯାଉଥିବା ଡୁଡୁମା ଜଳପ୍ରପାତର ପାଣି, ବିସ୍ତୀର୍ଣ୍ଣ ବନାନୀ ପର୍ଯ୍ୟଟକ ମାନଙ୍କୁ ବେଶ୍ ଆକର୍ଷିତ କରେ ା

ସେପଟେ ଡୁଡୁମାକୁ ଆସିଥିବା ପର୍ଯ୍ୟଟକ କହିଛନ୍ତି ଯେ, ଏହି ସ୍ଥାନ ଅତ୍ୟନ୍ତ ସୁନ୍ଦର ଦେଖାଯାଉଛି। ତେଣୁ କେବଳ ଆମ ରାଜ୍ୟ ନୁହେଁ ବରଂ ଆନ୍ଧ୍ରାରୁ ବି ଅନେକ ଲୋକ ଏଠାକୁ ଆସିଥାଆନ୍ତି। କିନ୍ତୁ ଏଠାରେ କୌଣସି ସୁରକ୍ଷା ବ୍ୟବସ୍ଥା ନାହିଁ। ସେଥିଲାଗି ଲୋକମାନେ ଏଠାକୁ ଆସିବାକୁ ଇଚ୍ଛା କରୁନାହାନ୍ତି। 

Advertisment

ଆଉ ଜଣେ ପର୍ଯ୍ୟଟକଙ୍କ କହିବା ଅନୁସାରେ, ଆନ୍ଧ୍ର ନିଜ ଅଂଚଳରେ ଅନେକ ବିକାଶ କରୁଛି। କିନ୍ତୁ ସେହି ତୁଳନାରେ ଓଡ଼ିଶାରେ ବିକାଶ କରାଯାଉନାହିଁ। ତେଣୁ ଲୋକମାନେ ଏଠାକୁ ଆସୁନାହନ୍ତି। ଯଦି ଆନ୍ଧ୍ର ପରି ଓଡ଼ିଶାରେ ବିକାଶ ହୁଅନ୍ତା ତେବେ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବଢିପାରନ୍ତା, କେବଳ ଏତିକି ନୁହେଁ ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକତା ବୋଲି ପର୍ଯ୍ୟଟକ ଜଣକ କହିଛନ୍ତି।

ସେଥିପାଇଁ ରାଜ୍ୟ ତଥା ବାହାରୁ ଶହ ଶହ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସିଥାନ୍ତି। ତେବେ ଏଠାରେ ଆବଶ୍ୟକ ବ୍ୟବସ୍ଥା କରାଯାଉନଥିବାରୁ ଧୀରେ ଧୀରେ କମିବାରେ ଲାଗିଛି ଲୋକଙ୍କ ଭିଡ଼। ଅନ୍ୟ ସ୍ଥାନରେ ପର୍ଯ୍ୟଟନସ୍ଥଳୀର ଯେପରି ବିକାଶ ହେଉଛି, ଏଠାରେ ପ୍ରଶାସନ ବିକାଶ ପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ମଧ୍ୟ ହୋଇଛି। ବର୍ଷେ ହେଲା ଡୁଡୁମା ପର୍ଯ୍ୟଟନ ବିକାଶ କାମ ଅଧପନ୍ତରିଆ ହୋଇ ପଡିରହିଥିବାରୁ ଅଂଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି।

ଡୁଡୁମା ଜଳପ୍ରପାତ ପର୍ଯ୍ୟଟନସ୍ଥଳୀର ବିକାଶ ଲାଗି ପର୍ଯ୍ୟଟନ ବିଭାଗ ୨୦୧୯-୨୦ ମସିହାରେ ବିଭିନ୍ନ କାମ ଆରମ୍ଭ କରିଥିଲେ। ତେବେ କାମ ଆରମ୍ଭ ହୋଇ ହଠାତ୍ ବନ୍ଦ ହୋଇଯାଇଥିଲା। ଏନେଇ କୋରାପୁଟ ପର୍ଯ୍ୟଟନ ବିଭାଗ ଅଧିକାରୀ କହିଛନ୍ତି, କରୋନା ଯୋଗୁ କାମ ବନ୍ଦ କରାଯାଇଥିଲ॥ ପର୍ଯ୍ୟଟକ ଯେପରି ଅଧିକ ଆସିବେ, ସେନେଇ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।

Advertisment
Advertisment