/odishatv-khabar/media/post_attachments/uploadimage/library/16_9/16_9_0/teacher_1626686800.jpg)
teacher
ଯାଜପୁର : ମାତାଲ ସାର୍ଙ୍କ କଙ୍ଗାରୁ କୋର୍ଟ। ନିଶାରେ ଚୁର୍ ହୋଇ ଡେରିରେ ସ୍କୁଲ୍କୁ ଆସିଲେ, ପିଲା ହୋହଲ୍ଲା କରିବାରୁ ହତା ବାହାରେ ସବୁ ପିଲାଙ୍କୁ ଆଣ୍ଠେଇ ଦେଇ ନିଜେ ଫଟୋ ପାଇଁ ପୋଜ୍ ଦେଲେ। ଯାଜପୁର ଜିଲ୍ଲା ସୁକିନ୍ଦା ଲେମ୍ବୋ ପଞ୍ଚାୟତ ବାଲିଆ ପ୍ରାଥମିକ ବିଦ୍ୟାଳୟର ଏହି ଶିକ୍ଷକଙ୍କ ନାଁ ମକରନ୍ଦ ମହାନ୍ତ।
ପୁରା ଶିକ୍ଷା ବ୍ୟବସ୍ଥାକୁ ଏବଂ ଗୁରୁ ପଣିଆକୁ ଲଜ୍ଜିତ କଲା ଭଳି ଦୃଶ୍ୟ ଦେଖିବାକୁ ମିଳିଛି ଏଇ ଭାଇରାଲ୍ ଭିଡିଓଟିରେ। ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଶିକ୍ଷକ ମକରନ୍ଦ ସବୁଦିନ ଭଳି ଗତକାଲି ମଧ୍ୟ କୁଆଡ଼େ ନିଶାରେ ଟଳି ଟଳି ଡେରିରେ ସ୍କୁଲ ଆସିଥିଲେ। ନିଶାରେ ଏମିତି ଥିଲେ ଯେ ନିଜ ମୋଟର ସାଇକେଲ୍କୁ ମଧ୍ୟ ଠିକ୍ରେ ରଖି ପାରି ନଥିଲେ। ଆଉ ସେତେବେଳେ ପିଲାମାନେ ସ୍କୁଲରେ ହୋହଲ୍ଲା କରୁଥିବାରୁ ସମସ୍ତଙ୍କୁ ସ୍କୁଲ ବାଉଣ୍ଡାରୀ ବାହାରକୁ ନେଇ ଆସି ଧାଡ଼ି କରି ଆଣ୍ଠେଇ ଦେଇଥିଲେ।
ଏପରିକି ଗ୍ରାମବାସୀ ମାନେ ଏହାର ବିରୋଧ କରି ମୋବାଇଲ୍ରେ ଭିଡିଓ ଉତ୍ତୋଳନ କରିବାରୁ ଶିକ୍ଷକ ଜଣକ ମୋ ଫଟୋ ଉଠା କହି ରାସ୍ତା ଉପରେ ପିଲାଙ୍କ ସହ ବସିଯାଉଥିବା ଭିଡିଓରେ ଦେଖିବାକୁ ମିଳୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)