Advertisment

୧୮ରୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ଦକ୍ଷତା ଟେଷ୍ଟ

ଭୁବନେଶ୍ୱର: ସେପ୍ଟେମ୍ୱର ୧୮ ତାରିଖରୁ ରାଜ୍ୟରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଦକ୍ଷତା ଟେଷ୍ଟ ଆରମ୍ଭ ହେବ। ଆଜି ରାଜ୍ୟ ପରିବହନ ପ୍ରାଧିକରଣ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ଟେଷ୍ଟିଂ ନିମନ୍ତେ ଅନଲାଇନ୍ ସ୍ଲଟ୍ ବୁକିଂ ସେବା ୧୪ତାରିଖ ଦିନ ୧୧ଟା ପରଠୁ କରାଯାଇପାରିବ। ମାତ୍ର ନୂଆ ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣିଂ ଲାଇସେନ୍ସ ଆବେଦନ ସେବା ବନ୍ଦ ରହିବ। ରାଜ୍ୟ ପରିବହନ ପ୍ରାଧିକରଣଙ୍କ ପକ୍ଷରୁ ଜାରି ନୋଟିସ୍ ଅନୁସାରେ, ଯେଉଁମାନଙ୍କ ଲର୍ଣ୍ଣି ଲାଇସେନ୍ସ ଅବଧି ମାର୍ଚ୍ଚ […]

author-image
Ranjeet Kumar Jena
ଅଦ୍ୟତନ ହୋଇଛି
୧୮ରୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ଦକ୍ଷତା ଟେଷ୍ଟ

dl

ଭୁବନେଶ୍ୱର: ସେପ୍ଟେମ୍ୱର ୧୮ ତାରିଖରୁ ରାଜ୍ୟରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଦକ୍ଷତା ଟେଷ୍ଟ ଆରମ୍ଭ ହେବ। ଆଜି ରାଜ୍ୟ ପରିବହନ ପ୍ରାଧିକରଣ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ଟେଷ୍ଟିଂ ନିମନ୍ତେ ଅନଲାଇନ୍ ସ୍ଲଟ୍ ବୁକିଂ ସେବା ୧୪ତାରିଖ ଦିନ ୧୧ଟା ପରଠୁ କରାଯାଇପାରିବ। ମାତ୍ର ନୂଆ ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣିଂ ଲାଇସେନ୍ସ ଆବେଦନ ସେବା ବନ୍ଦ ରହିବ।

Advertisment

ରାଜ୍ୟ ପରିବହନ ପ୍ରାଧିକରଣଙ୍କ ପକ୍ଷରୁ ଜାରି ନୋଟିସ୍ ଅନୁସାରେ, ଯେଉଁମାନଙ୍କ ଲର୍ଣ୍ଣି ଲାଇସେନ୍ସ ଅବଧି ମାର୍ଚ୍ଚ ୧୮ରୁ ଡିସେମ୍ବର ୩୧ତାରିଖ ମଧ୍ୟରେ ସମାପ୍ତ ହେଉଛି ତାହା ୨୦୨୦ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ବୈଧ ରହିବ। ମାର୍ଚ୍ଚ ୧୮ତାରିଖ ପରଠୁ ଡିଏଲ ଟେଷ୍ଟ ଓ ଏଲଏଲ୍ ଟେଷ୍ଟ ପାଇଁ ସ୍ଲଟ ବୁକିଂକୁ ରଦ୍ଦ କରାଯାଇଛି। ତେବେ ଏଥିପାଇଁ ଯେଉଁମାନେ ଫି’ ଦେଇଥିଲେ ତାହା ବୈଧ ରହିଛି।

ଡିଏଲ ନବୀକରଣ ସହ ପୁନଃ ଟେଷ୍ଟ୍ ପାଇଁ ମଧ୍ୟ ଅନୁମତି ମିଳିବ। ଆବେଦନକାରୀମାନେ ନିଶ୍ଚିତ ଭାବେ ମାସ୍କ ପିନ୍ଧିବା ସହ ଟେଷ୍ଟିଂ ସେଣ୍ଟର ଓ ଆରଟିଓ ଅଫିସରେ ସାମାଜିକ ଦୂରତ୍ୱ ନିୟମ ପାଳନ କରିବେ। କଣ୍ଟେନମେଣ୍ଟ ଜୋନରୁ ଆସିଥିବା ଆବେଦନକାରୀଙ୍କୁ ଟେଷ୍ଟ ପାଇଁ ଅନୁମତି ଦିଆଯିବ ନାହିଁ। ଯଦି ଏଭଳି କୌଣସି ଆବେଦନକାରୀ ଅଫିସ୍ କିମ୍ବା ଡିଏଲ୍ ଟେଷ୍ଟ ସେଣ୍ଟରକୁ ଆସିବେ ସଙ୍ଗେସଙ୍ଗେ ସ୍ଥାନୀୟ ପୁଲିସକୁ ସୂଚନା ଦିଆଯିବ।

Advertisment
Advertisment
Advertisment