kalapani
ଯାଜପୁର: ସାମାନ୍ୟ ଘଟଣାରୁ ଯୁକ୍ତିତର୍କ। ଆଉ ଯୁକ୍ତତର୍କରୁ ଦୁଇ ଭାଇଙ୍କ ଡବଲ ମର୍ଡର ଭଳି ଜଘନ୍ୟ ଘଟଣା ଘଟିଛି ଯାଜପୁର ଜିଲ୍ଲା କାଳିଆପାଣି ଥାନା ମହ୍ଲାର ସାହିର। ମୃତକ ହେଲେ ବଡ଼ ଭାଇ ନଣ୍ଡା ମାଙ୍କେଡ଼ାଇ ଓ ସାନ ଭାଇ ରସିକ ମାଙ୍କେଡ଼ାଇ। ମଜୁରି ଦିଆନିଆକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା। ପ୍ରଥମେ ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ଭାଇର ଜୀବନ ଯାଇଥିବା ବେଳେ ପରିବାରର ଅନ୍ୟ ଲୋକଙ୍କ ନିସ୍ତୁକ ମାଡ଼ରେ ସାନ ଭାଇର ମୃତ୍ୟୁ ହୋଇଛି।
ପୋଲିସ ମୃତଦେହ ଜବତ କରି ତଦନ୍ତ କରୁଛି। ଗତ ସୋମବାର ବିଦ୍ୟୁତ ଖୁଣ୍ଟରେ ଏକ ଗଛ ପଡ଼ିଯାଇଥିଲା। ଦୁଇ ଭାଇ ଏହି ଗଛର ଡାଳ କାଟି ସଫା କରିଥିଲେ। ଏହାର ମଜୁରି ଭାଗବଣ୍ଟାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ସୁକିନ୍ଦା ହସ୍ପିଟାଲରେ ଦୁଇ ଭାଇଙ୍କ ମୃତ୍ୟୁ ହୋଇଥିବା ପୋଲିସ କହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/kalapani_1625368967.jpg)