Advertisment

'କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…'

ଭୁବନେଶ୍ୱର: ଚାରିଆଡ଼େ କରୋନାର ଭୟ। କରୋନାରୁ ରକ୍ଷା ପାଇବା ପାଇଁ ଲୋକେ ମନଇଚ୍ଛା ଔଷଧ ଖାଉଛନ୍ତି। ବିଶେଷକରି ଗ୍ରାମାଞ୍ଚଳରେ ଏହା ଅଧିକ ଦେଖିବାକୁ ମିଳୁଛି। କିନ୍ତୁ ମନଇଚ୍ଛା ଔଷଧ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ବିପଜ୍ଜନକ ହୋଇପାରେ। ସେମିତି ନକରି ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଆନ୍ତୁ। ସ୍ୱାସ୍ଥ୍ୟ ବିଭାଗ ବୈଷୟିକ ପରାମର୍ଶଦାତା ଡାକ୍ତର ଜୟନ୍ତ ପଣ୍ଡା ଲୋକମାନଙ୍କୁ ଏହି ସତର୍କବାଣୀ ଶୁଣାଇଛନ୍ତି। ଡାକ୍ତର ପଣ୍ଡା କହିଛନ୍ତି, “କରୋନା ଆକ୍ରାନ୍ତଙ୍କ ପାଇଁ ସ୍ୱତନ୍ତ୍ର ଡାଇଲିସିସ ବ୍ୟବସ୍ଥା କରାଯାଇଛି। ସମସ୍ତ କୋଭିଡ୍‌ […]

author-image
Ranjeet Kumar Jena
'କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…'

jayant-panda

ଭୁବନେଶ୍ୱର: ଚାରିଆଡ଼େ କରୋନାର ଭୟ। କରୋନାରୁ ରକ୍ଷା ପାଇବା ପାଇଁ ଲୋକେ ମନଇଚ୍ଛା ଔଷଧ ଖାଉଛନ୍ତି। ବିଶେଷକରି ଗ୍ରାମାଞ୍ଚଳରେ ଏହା ଅଧିକ ଦେଖିବାକୁ ମିଳୁଛି। କିନ୍ତୁ ମନଇଚ୍ଛା ଔଷଧ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ବିପଜ୍ଜନକ ହୋଇପାରେ। ସେମିତି ନକରି ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଆନ୍ତୁ। ସ୍ୱାସ୍ଥ୍ୟ ବିଭାଗ ବୈଷୟିକ ପରାମର୍ଶଦାତା ଡାକ୍ତର ଜୟନ୍ତ ପଣ୍ଡା ଲୋକମାନଙ୍କୁ ଏହି ସତର୍କବାଣୀ ଶୁଣାଇଛନ୍ତି।

Advertisment

ଡାକ୍ତର ପଣ୍ଡା କହିଛନ୍ତି, “କରୋନା ଆକ୍ରାନ୍ତଙ୍କ ପାଇଁ ସ୍ୱତନ୍ତ୍ର ଡାଇଲିସିସ ବ୍ୟବସ୍ଥା କରାଯାଇଛି। ସମସ୍ତ କୋଭିଡ୍‌ ହସ୍ପିଟାଲରେ ଏହି ବ୍ୟବସ୍ଥା କରାଯାଇଛି। ହୋମ୍‌ ଆଇସୋଲେସନରେ ରହୁଥିବା ରୋଗୀ ଅକ୍ସିଜେନ ନେଇପାରିବେ। ଡାକ୍ତରଙ୍କ ପରାମର୍ଶ କରି ଘରେ ଅକ୍ସିଜେନ ନେଇପାରିବ। ଲକ୍ଷଣ ନଥିଲେ ଓ ରୋଗ ଗୁରୁତର ନଥିଲେ ଘରେ ରହି ଚିକିତ୍ସା ହୋଇପାରିବେ।

ଜ୍ୱର, କାଶ ବଢ଼ିଲେ, ପତଳା ଝାଡ଼ା ହେଲେ କୋଭିଡ୍‌ ହସ୍ପିଟାଲ ଯାଇପାରିବେ। ୧୦୪କୁ ଫୋନ କରି କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର ହୋଇପାରିବେ ରୋଗୀ। ଛୋଟ ଛୋଟ ସମସ୍ୟା ପାଇଁ ହସ୍ପିଟାଲ ଆସନ୍ତୁନି, ରିସ୍କ ବଢ଼ିପାରେ। ଗର୍ଭବତୀ ମହିଳା ଓ ଛୋଟ ପିଲାଙ୍କୁ ଟିକା ଦେବା ବନ୍ଦ କରନ୍ତୁ ନାହିଁ। ଟିକା ନେବା ଦ୍ୱାରା ଛୁଆର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ।”

Advertisment
Advertisment
Advertisment