/odishatv-khabar/media/post_attachments/uploadimage/library/16_9/16_9_0/vlcsnap-error887_1625062628.jpg)
vlcsnap-error887
ପାରାଦୀପ: ପାରାଦୀପ ହନୁମାନ ମନ୍ଦିର ନିକଟ ସମୁଦ୍ର କୂଳରୁ ଏକ ମୃତ ଡଲଫିନ ଉଦ୍ଧାର ହୋଇଛି । ମୃତ ଡଲଫିନର ଓଜନ ୩୦ କିଲୋଗ୍ରାମ ହୋଇଥିବା ବେଳେ ଲମ୍ବ ସାଢେ ୪ଫୁଟ ରହିଛି । ପେଟ ଧଳା ଥିବା ଏହି ସମ୍ପୂର୍ଣ୍ଣ କଳା ରଂଗର ଡଲଫିନ୍ ବିରଳ ସ୍ପିନର ପ୍ରଜାତିର ବୋଲି ବନ ବିଭାଗ ଅନୁମାନ କରୁଛି ।
Advertisment
/odishatv-khabar/media/post_attachments/wp-content/uploads/2021/06/vlcsnap-error056.png)
ଅନପଟେ ଡଲଫିନ୍ ଦେହରେ କୌଣସି କ୍ଷତଚିହ୍ନ ନଥିବାରୁ ମୃତ୍ୟୁର କାରଣ ସମ୍ପର୍କରେ ପୋଷ୍ଟମର୍ଟମ ପରେ ସ୍ପଷ୍ଟ ହେବ ବୋଲି ବନ ଅଧିକାରୀ ସୂଚନା ଦେଇଛନ୍ତି । ସ୍ପିନର ପ୍ରଜାତିର ଡଲଫିନ୍ ସାଧାରଣତଃ ପ୍ରଶାନ୍ତ ମହାସାସର, ଭାରତ ମହାସାଗର ଓ ଆଟଲାଣ୍ଟିକ ମହାସାଗରରେ ଦେଖାଯଆନ୍ତି । ପାଣିରୁ ପ୍ରାୟ ୧୦ ଫୁଟ ଉପରକୁ ଘୁରି ଘୁରି ସ୍ପିନର ଡଲଫିନ୍ ଲମ୍ଫ ମାରିଥାଏ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)