Advertisment

ମାଆ ପରି କିଏ ହେବ...

ଭଦ୍ରକ  : ମଣିଷ ହେଉ କି ପଶୁ । ଛୁଆ ପାଇଁ ସବୁ ମାଆଙ୍କର ମମତା ଆଉ ଦରଦ । ସୋଶାଲ ମିଡିଆରେ ଘୁରି ବୁଲୁଥିବା ଏମିତି ଏକ ଭିଡିଓ  ସମସ୍ତଙ୍କୁ ଆନ୍ଦୋଳିତ କରୁଛି। ଘଟଣାଟି ଭଦ୍ରକ ସହରର ଆରଡ଼ି ଛକ ଅଞ୍ଚଳ ବୋଲି ଜଣାପଡ଼ିଛି । ଗାଡ଼ି ଧକ୍କାରେ ଆହତ ହୋଇଥିବା ଛୁଆ ପାଖରେ ମାଆ କୁକୁର ବସି ରହିଛି। ଛୁଆଟିର ଗୋଡ଼ ଭାଙ୍ଗି ଯାଇ ରକ୍ତ ବୋହୁଥିବାବେଳେ କଷ୍ଟ ସହି ନ ପାରି ମାଆ […]

author-image
Pradesh Pratyush
ମାଆ ପରି କିଏ ହେବ...

dog

ଭଦ୍ରକ  : ମଣିଷ ହେଉ କି ପଶୁ । ଛୁଆ ପାଇଁ ସବୁ ମାଆଙ୍କର ମମତା ଆଉ ଦରଦ । ସୋଶାଲ ମିଡିଆରେ ଘୁରି ବୁଲୁଥିବା ଏମିତି ଏକ ଭିଡିଓ  ସମସ୍ତଙ୍କୁ ଆନ୍ଦୋଳିତ କରୁଛି। ଘଟଣାଟି ଭଦ୍ରକ ସହରର ଆରଡ଼ି ଛକ ଅଞ୍ଚଳ ବୋଲି ଜଣାପଡ଼ିଛି ।

Advertisment

ଗାଡ଼ି ଧକ୍କାରେ ଆହତ ହୋଇଥିବା ଛୁଆ ପାଖରେ ମାଆ କୁକୁର ବସି ରହିଛି। ଛୁଆଟିର ଗୋଡ଼ ଭାଙ୍ଗି ଯାଇ ରକ୍ତ ବୋହୁଥିବାବେଳେ କଷ୍ଟ ସହି ନ ପାରି ମାଆ ତା ଗୋଡ଼କୁ ଚାଟୁଛି । ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବା ପରେ ସେହି ରାସ୍ତାରେ ଯାଉଥିବା କ୍ଷୀତିଶ ସାମନ୍ତ ନାମକ ଜଣେ ବ୍ୟକ୍ତି ଛୁଆଟିକୁ ଉଦ୍ଧାର କରି ଚିକିତ୍ସା କରାଇଛନ୍ତି । ଛୁଆକୁ ପଶୁ ଡାକ୍ତରଖାନା ନେଇ ଯାଇଥିଲେ ବି ମାଆ କୁକୁର ସେଇଠି ସେମିତି ବସି ରହିଥିଲା।

କ୍ଷୀତିଶ ଛୁଆଟିକୁ ଚିକିତ୍ସା କରି ଆଣି ତା ପାଖରେ ଛାଡ଼ିଛନ୍ତି। ଏଭଳି ଘଟଣାକୁ ନେଇ ସମସ୍ତେ କ୍ଷୀତିଶଙ୍କୁ ପ୍ରଶଂସା କରିଛନ୍ତି।

Advertisment
Advertisment
Advertisment