/odishatv-khabar/media/post_attachments/uploadimage/library/16_9/16_9_0/deadbody_1621166227.jpg)
deadbody
ବଲାଙ୍ଗିର: ଏଣେ ତେଣେ ପଡ଼ି ରହିଛି ମୃତଦେହର ଅବଶେଷ। କିଛି ଦରପୋଡ଼ା ହୋଇ ପଡ଼ିଛି। ତପୁଣି କିଛିକୁ ଝୁଣି ଖାଉଛନ୍ତି କୁକୁର। ଏଦୃଶ୍ୟ ଯେତେ ହୃଦୟ ବିଦାରକ ସେତେ ଅମାନବୀୟ। ଏହେଉଛି ବଲାଙ୍ଗିର ବିଜାଖମନ ନିକଟ ଶ୍ମଶାନର ଚିତ୍ର। ଓଟିଭିରେ ଖବର ପ୍ରସାରଣ ପରେ ପ୍ରଶାସନ ସିନା ଚେତିଛି କିନ୍ତୁ ସ୍ଥିତି ବଦଳିନି। କାରଣ ଦରପୋଡ଼ା ଶ୍ମଶାନରେ ଜେସିବି ଲଗାଇ ପୁରା ଅଞ୍ଚଳକୁ ସଫା କରାଯାଇଛି। ହେଲେ ମୃତଦେହର ଅବଶେଷ ନେଇ ଶ୍ମଶାନ ନିକଟ ଜମିରେ ଫୋପାଡ଼ା ଯାଇଛି। ଯେଉଁଠୁ କୁକୁର ଏହାକୁ ଝୁଣି ଖାଉଥିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି। ମୃତକଙ୍କ ସମ୍ପର୍କୀୟଙ୍କ ସମ୍ମୁଖରେ ଏଭଳି ଘଟଣା ତାଙ୍କୁ ବିଚଳିତ କରିଛି।
ସେପଟେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିବାକୁ ମନା କରିଛନ୍ତି ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ହରେକୃଷ୍ଣ ରାଉତ। ଜିଲ୍ଲା ପ୍ରଶାସନ ପକ୍ଷରୁ ମୃତଦେହର ଅନ୍ତିମ ସତ୍କାର ଦାୟିତ୍ୱ ତାଙ୍କୁ ମିଳିଛି। ମୃତଦେହ ପୋଡ଼ି ହେବା ଯାଏଁ ସେ ଶ୍ମଶାନରେ ରହିବେ। କିନ୍ତୁ ମୃତଦେହ ଅବଶେଷ ପଡ଼ିଥିବା ନେଇ ସେ ଜାଣିନଥିବା କହିଛନ୍ତି।
ଗତ ୧୪ ତାରିଖରେ ବଲାଙ୍ଗିରର ଏହି ମଶାଶୀର ଅବ୍ୟବସ୍ଥାକୁ ନେଇ ଓଟିଭିରେ ଖବର ପ୍ରସାରଣ ହୋଇଥିଲା। ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣେ ଅତିରିକ୍ତ ତହସିଲଦାରଙ୍କୁ ଏଠି ନିଯୁକ୍ତ କରାଯାଇଛି।
" frameborder="0" allow="accelerometer; autoplay; clipboard-write; encrypted-media; gyroscope; picture-in-picture" allowfullscreen>
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)