Advertisment

ବିଶ୍ୱସ୍ତ ଜୀବ ; ବିଷଧର ସାପକୁ ଘର ଭିତରକୁ ଛାଡ଼ିଲେନି

ଖୋର୍ଦ୍ଧା (ବଳରାମ ଲେଙ୍କା) : କୁହାଯାଏ କୁକୁର ହେଉଛି ସବୁଠାରୁ ବିଶ୍ୱସ୍ତ ପ୍ରାଣୀ। ସମୟ ଆସିଲେ ମାଲିକ ପାଇଁ ନିଜ ଜୀବନ ଦେବାକୁ ବି ପଛାଇ ନ ଥାଏ। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଜଟଣୀ ସହର କୁଦିଆରୀରେ। କୁଦିଆରୀର ସରୋଜ କୁମାର ସ୍ୱାଇଁ ଦୁଇଟି ପୋଷା କୁକୁର ରଖିଛନ୍ତି। ଏହି ପୋଷାକୁକୁର ଦୁଇଟି ଘର ବାହାରେ ବୁଲୁଥିଲେ।ଏହିସମୟରେ ଏକ ବିଷଧର ସାପ ସରୋଜ ଘର ଭିତରକୁ ପଶିଆସୁଥିଲା ଏହି ବିଷଧର ସାପ […]

author-image
Pradesh Pratyush
ବିଶ୍ୱସ୍ତ ଜୀବ ; ବିଷଧର ସାପକୁ ଘର ଭିତରକୁ ଛାଡ଼ିଲେନି

dog

ଖୋର୍ଦ୍ଧା (ବଳରାମ ଲେଙ୍କା) : କୁହାଯାଏ କୁକୁର ହେଉଛି ସବୁଠାରୁ ବିଶ୍ୱସ୍ତ ପ୍ରାଣୀ। ସମୟ ଆସିଲେ ମାଲିକ ପାଇଁ ନିଜ ଜୀବନ ଦେବାକୁ ବି ପଛାଇ ନ ଥାଏ। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଜଟଣୀ ସହର କୁଦିଆରୀରେ।

Advertisment

କୁଦିଆରୀର ସରୋଜ କୁମାର ସ୍ୱାଇଁ ଦୁଇଟି ପୋଷା କୁକୁର ରଖିଛନ୍ତି। ଏହି ପୋଷାକୁକୁର ଦୁଇଟି ଘର ବାହାରେ ବୁଲୁଥିଲେ।ଏହିସମୟରେ ଏକ ବିଷଧର ସାପ ସରୋଜ ଘର ଭିତରକୁ ପଶିଆସୁଥିଲା ଏହି ବିଷଧର ସାପ ଉପରେ ଦୁଇଟି କୁକୁରଙ୍କର ନଜର ପଡ଼ି ଯାଇଥିଲା। ଦୁଇଟି ପୋଷାକୁକୁର ତୁରନ୍ତ ଡୌଡ଼ି ଯାଇ ସାପକୁ ଆକ୍ରମଣ କରିବା ସହ ଘର ଭିତରକୁ ଯିବାକୁ ଦେଇ ନ ଥିଲେ । ପରେ ଦୁଇ କୁକୁର ସାପକୁ ମାରି ଏକ ନିଶ୍ଚିତ ଅଘଟଣରୁ ପରିବାରକୁ ରକ୍ଷା କରିଥିଲେ। ତେବେ ଉଭୟ କୁକୁର ସୁରକ୍ଷିତ ଥିବା ଜଣାପଡିଛି।

Advertisment
Advertisment