Advertisment

Doctor Shortage in CHC: ଜଣେ ଡାକ୍ତରରେ ଚାଲିଛି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ମିଳୁନି ସ୍ୱାସ୍ଥ୍ୟ ସେବା

ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ମରୁଡି। ୭ ଜଣ ଡାକ୍ତରଙ୍କ ସ୍ଥାନରେ ଅଛନ୍ତି ମାତ୍ର ଜଣେ ସ୍ଥାୟୀ ଡାକ୍ତର। ପାଖ ପ୍ରାଥମିକ ଚିକିତ୍ସାଳୟରୁ ଜଣେ ଡାକ୍ତର କାମଚଳା ଭାବେ ସପ୍ତାହରେ ଗୋଟିଏ ଦିନ ଆସୁଥିବାରୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପାଲଟିଛି ରେଫରାଲ ହସ୍ପିଟାଲ।

author-image
Pramod Behera
Doctor Shortage in CHC

ଜଣେ ଡାକ୍ତରରେ ଚାଲିଛି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର Photograph: (OTV)

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ମରୁଡି। ୭ ଜଣ ଡାକ୍ତରଙ୍କ ସ୍ଥାନରେ ଅଛନ୍ତି ମାତ୍ର ଜଣେ ସ୍ଥାୟୀ ଡାକ୍ତର। ପରିସ୍ଥିତିକୁ ଦେଖି ପାଖ ପ୍ରାଥମିକ ଚିକିତ୍ସାଳୟରୁ ଜଣେ ଡାକ୍ତର କାମଚଳା ଭାବେ ସପ୍ତାହରେ ଗୋଟିଏ ଦିନ ଆସି ଚିକିତ୍ସା କରୁଥିବା ବେଳେ ଡାକ୍ତର ସମସ୍ୟା ଯୋଗୁଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପାଲଟିଛି ରେଫରାଲ ହସ୍ପିଟାଲ।

Advertisment

ପ୍ରତ୍ୟେକ ଦିନ ସହ ସହ ରୋଗୀ ଚିକିତ୍ସା ପାଇଁ ମେଡିକାଲକୁ ଆସୁଥିଲେ ମଧ୍ୟ ଏଠି ମିଳୁନି ସ୍ୱାସ୍ଥ୍ୟସେବା। ଡାକ୍ତର ଅଭାବରୁ ରୋଗୀ ସେବା ବ୍ୟାଘାତ ହେଉଥିବା ବେଳେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସାମାନ୍ୟ ସମସ୍ୟା ଥିଲେ ମଧ୍ୟ ଏଠି ଚିକିତ୍ସା ସେବା ମିଳିପାରୁ ନଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।

ସରକାର ଯଥାଶୀଘ୍ର ଡାକ୍ତର ନିଯୁକ୍ତି ସହ ମେଡିକାଲରେ ସ୍ୱାସ୍ଥ୍ୟସେବା ସ୍ୱାଭାବିକ କରିବାକୁ ଦାବି ହେଉଥିବା ବେଳେ ଅନ୍ୟପଟେ ମେଡିକାଲରେ ଡାକ୍ତର ସମସ୍ୟାକୁ କର୍ତ୍ତୃପକ୍ଷ ସ୍ୱୀକାର କରିବା ସହ ଜିଲ୍ଲା ଅଧିକାରୀଙ୍କୁ ସମସ୍ୟା ନେଇ ଅବଗତ କରାଯାଇଥିବା କହିଛନ୍ତି।

Advertisment
Doctor Shortage Health News Polsara
Advertisment
Advertisment