/odishatv-khabar/media/post_attachments/uploadimage/library/16_9/16_9_0/docter_1626698206.jpg)
docter
ସାଲେପୁର: ସାଲେପୁର ମେଡିକାଲ୍ରେ କାର୍ଯ୍ୟରତ ଡାକ୍ତରଙ୍କୁ ମାଡ଼ ଅଭିଯୋଗ । ରୋଗୀଙ୍କ ସମ୍ପର୍କୀୟ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି। ଖବର ଅନୁଯାୟୀ, ନରୋତ୍ତମ ସେଠୀ ଆଜି ଜଣେ ରୋଗୀଙ୍କୁ ନେଇ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥିଲେ। କିନ୍ତୁ ରୋଗୀଙ୍କୁ ଦେଖିବା ପାଇଁ କେହି ଆସିନଥିଲେ। ମେଡିକାଲ ପରିସରରେ ସମସ୍ତଙ୍କୁ ଖୋଜିଥିଲେ ମଧ୍ୟ କାହାକୁ ପାଇନଥିଲେ।
ତେବେ ଦୁଇ ଜଣ ମେଡିକାଲ କର୍ମଚାରୀ ମୋବାଇଲ୍ରେ ଲୁଡୋ ଖେଳୁଥିବାର ଦେଖି ନରୋତ୍ତମ ନିଜ ଫୋନ୍ରେ ଭିଡିଓ ଉତ୍ତୋଳନ କରିଥିଲେ। ଯାହାକୁ ଅନ୍ୟ କର୍ମଚାରୀମାନେ ବିରୋଧ କରିଥିଲେ। ତେବେ ଏହା ଲେବର ରୁମ୍ ହୋଇଥିବାରୁ ଏନେଇ ଡାକ୍ତର ଓ ସଂପୃକ୍ତ ବ୍ୟକ୍ତିଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।
ତେବେ ଡାକ୍ତର ଦେବାଂଶୁ ସରକାର କହିଛନ୍ତି, ଲେବର୍ ରୁମ୍ ଭିତରେ ଫଟୋ ଉଠାଇବା ବେଆଇନ୍। ଏହା ବିରୋଧରେ ସେ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଅନ୍ୟପକ୍ଷରେ ଏହି ଅଭିଯୋଗକୁ ନରୋତ୍ତମ ସେଠୀ ଖଣ୍ଡନ କରିଛନ୍ତି। ସେ କହିବା ଅନୁଯାୟୀ, ଯେତେବେଳେ ଚିକିତ୍ସା ପାଇଁ ଡାକ୍ତର ଓ ନର୍ସଙ୍କୁ ଡାକିଥିଲୁ ସେମାନେ ଓଲଟା ଆମ ଉପରେ ବିଗିଡ଼ିଥିଲେ। ସମସ୍ତେ ବସି ମୋବାଇଲ୍ରେ ଲୁଡୋ ଖେଳୁଥିଲେ। ଆମେ କିଛି ବି କହିନୁ। ସିସିଟିଭି କ୍ୟାମେରା ଚେକ୍ କରନ୍ତୁ। ସତ୍ୟତା ଆପେ ଆପେ ଜାଣିପାରିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)