Advertisment

କରୋନା ମୃତ୍ୟୁ ସଂଖ୍ୟା କାହିଁକି ବଢୁଛି ? କାରଣ କହିଲେ DMET

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଗୋଟିଏ ସ୍ତରକୁ ଯାଇ ପାଖାପାଖି ସେଇଠି ରହି ଯାଇଛି। ଏହା କହିଛନ୍ତି ଡିଏମ୍ଇଟି ସିବିକେ ମହାନ୍ତି । ଡିଏମ୍ଇଟିଙ୍କ ଅନୁସାରେ ରାଜ୍ୟରେ କରୋନା ସଂକ୍ରମଣ ଏବେ ଦ୍ରୁତ ଗତିରେ ବଢୁ ନାହିଁ । ଆକ୍ରାନ୍ତଙ୍କ ସଂଖ୍ୟା…

author-image
Minati Mishra
ଅଦ୍ୟତନ ହୋଇଛି
କରୋନା ମୃତ୍ୟୁ ସଂଖ୍ୟା କାହିଁକି ବଢୁଛି ? କାରଣ କହିଲେ DMET

cbk mohanty

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଗୋଟିଏ ସ୍ତରକୁ ଯାଇ ପାଖାପାଖି ସେଇଠି ରହି ଯାଇଛି। ଏହା କହିଛନ୍ତି ଡିଏମ୍ଇଟି ସିବିକେ ମହାନ୍ତି । ଡିଏମ୍ଇଟିଙ୍କ ଅନୁସାରେ ରାଜ୍ୟରେ କରୋନା ସଂକ୍ରମଣ ଏବେ ଦ୍ରୁତ ଗତିରେ ବଢୁ ନାହିଁ । ଆକ୍ରାନ୍ତଙ୍କ ସଂଖ୍ୟା ୮ରୁ ୧୦ ହଜାର ଭିତରେ ରହୁଛି ।

Advertisment

କରୋନାର ଦ୍ୱିତୀୟ ଲହର ସାରା ଦେଶରେ ମୃତ୍ୟୁର ତାଣ୍ଡବ ସୃଷ୍ଟି କରିଛି। ଓଡ଼ିଶା ମଧ୍ୟ ଏହାର ପ୍ରଭାବରୁ ବାଦ ଯାଇନି। ତେବେ ଏହାର ପ୍ରଭାବ କିଛି ଦିନ ହେବ ସାମାନ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳିଛି।ଏବେ ଡାଉନ ଟ୍ରେଣ୍ଡ ଦେଖାଯାଉଛି । ଏହି ଟ୍ରେଣ୍ଡ କିଛି ଦିନ ରହିବା ପରେ ତାହା କମିବ ବୋଲି ଆଶା ପ୍ରକାଶ କରିଛନ୍ତି ଡିଏମ୍ଇଟି । ମୃତ୍ୟୁ ସଂଖ୍ୟା ବଢ଼ିବାର କାରଣ ସଂପର୍କରେ ସେ କହିଛନ୍ତି, ୧୫ ଦିନ ଆଗରୁ ଅନେକ ଲୋକ କ୍ରିଟିକାଲ ଥିଲେ। ତେଣୁ ଏବେ ମୃତ୍ୟୁ ସଂଖ୍ୟା ବଡୁଛି। କିନ୍ତୁ ପ୍ରତିଶତ ହିସାବରେ ଆମେ ଭଲ ସ୍ଥିତିରେ ରହିଛୁ ।

ତୃତୀୟ ଲହରି ନେଇ କିଛି ସ୍ପଷ୍ଟ ହୋଇନଥିଲେ ମଧ୍ୟ ଆମେ ପ୍ରସ୍ତୁତ ରହିବା ଉଚିତ ବୋଲି ସେ କହିଛନ୍ତି।

Advertisment

ସୂଚନାଥାଉ କି, ଗତାକାଲି ଓଡ଼ିଶାରେ କରୋନା ସ୍ଥିତିର ସମୀକ୍ଷା କରି  ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର  ମଧ୍ୟ ସମାନ କଥା କହିଥିଲେ। ସେ କହିଥିଲେ, ରାଜ୍ୟ ପାଇଁ ମେ’ ମାସ ଘାତକ ଥିଲା । ଏବେ କରୋନାର ଟ୍ରେଣ୍ଡ କମୁଛି। ଆଶା କରାଯାଉଛି ଜୁନ ମାସରେ ସେପରି ହେବନି। ହେଲେ ସଂକ୍ରମଣ ବଢ଼ିଲେ ଲକଡାଉନ ବଢିପାରେ, ତେଣୁ ସଜାଗ ରହିବା ଉଚିତ ହେବ।

ଡା.ମିଶ୍ର କହିଥିଲେ, ସାଧାରଣତଃ ଲକ୍ ଡାଉନର ପ୍ରଭାବ ୪ ସପ୍ତାହ ପରେ ଦେଖିବାକୁ ମିଳେ । ବର୍ତ୍ତମାନ ତାର ପ୍ରଭାବ ଦେଖିବା ଆରମ୍ଭ ହୋଇଛି।

ସୂଚନାଥାଉ କି, ମେ’ ୩୧ ତାରିଖ ୮୭୩୫ ଜଣ କରୋନା ପଜିଟିଭ ବାହାରିଥିବାବେଳେ ଗତକାଲି ଅର୍ଥାତ ମେ’  ୩୦ ତାରିଖ  ୮,୩୧୩  ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ମେ’ ୨୯ରେ ୯,୫୪୧, ମେ’ ୨୮ରେ ୭,୧୮୮ , ମେ’ ୨୭ରେ, ୭,୨୧୬, ମେ’ ୨୬ରେ ୬, ୭୩୬ ଏବଂ  ମେ’ ୨୫ରେ ୧୧, ୬୨୩ କରୋନା ରୋଗୀ ଚିହ୍ନଟ ହୋଇଥିଲେ।

ସେହିପରି ଗତକିଛି ଦିନ ହେବ ମୃତ୍ୟୁ ସଂଖ୍ୟା ଲଗାତାର ୩୦ ଉପରେ ରହୁଛି। ଗତକାଲି ୩୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ଆଜି ୩୭ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି।

Advertisment
Advertisment