/odishatv-khabar/media/post_attachments/uploadimage/library/16_9/16_9_0/cbk-mohanty-2_1625051028.jpg)
cbk mohanty
ଭୁବନେଶ୍ୱର: ଆଜି ଲକଡାଉନ୍ ଅବଧିର ଶେଷ ଦିନ । ଆସନ୍ତାକାଲି ସକାଳ ୬ଟାରେ ଶେଷ ହେଉଛି ଲକଡାଉନ୍ ଅବଧି । ତେବେ ଲକଡାଉନ୍ ଅବଧି ବଢିବ ନା ସରକାର କୋହଳ କରିବେ ଏହାର ସମୟସୀମା ? ପ୍ରାୟ ଦୁଇ ମାସର ଲକଡାଉନ୍, ସପ୍ତାହାନ୍ତ ସଟ୍ ଡାଉନ୍ ଓ ପୁଣି ଆଂଶିକ ଲକଡାଉନ ପରେ ଏବେ ସମସ୍ତଙ୍କ ନଜର ଜୁଲାଇ ଗାଇଡ୍ ଲାଇନ୍ ଉପରେ ଥିବାବେଳେ ଏ ନେଇ ଆଜି ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।
ଅନ୍ୟପକ୍ଷେ ଲକ୍ଡାଉନ ଖୋଲିବା ଉଚିତ୍ କି ନାହିଁ , ଯଦି ଖୋଲିବ କିପରି ହେବା ଉଚିତ ସେ ନେଇ ମୁହଁ ଖୋଲିଛନ୍ତି ଡିଏମଇଟି ସିବିକେ ମହାନ୍ତି। ଡିଏମଇଟି ସିବିକେ ମହାନ୍ତି କହିଛନ୍ତି, ଜୀବନ ଜୀବିକା ପାଇଁ ରାଜ୍ୟରେ କଟକଣା କୋହଳ ହେବା ଆବଶ୍ୟକ ରହିଛି । କିନ୍ତୁ ତାହା ପର୍ଯ୍ୟାୟକ୍ରମେ ହେବା ଉଚିତ୍ ।
ହଠାତ ନିୟମ କୋହଳ କଲେ ଲୋକେ ଅମାନିଆ ହୋଇଯିବେ । ତେଣୁ ଆବଶ୍ୟକତାକୁ ଦେଖି ପଦକ୍ଷେପ ନିଆଯିବା ସହ କଟକଣା ରଖିବାକୁ ସେ କହିଛନ୍ତି । ଟିକାକରଣ ନେଇ ଡ. ମହାନ୍ତି କହିଛନ୍ତି, ଟିକା ପଠାଇବା ଦାୟିତ୍ୱ କେନ୍ଦ୍ର ସରକାରଙ୍କର । ଯେଉଁ ପରିମାଣର ଟିକା ଆସିବ, ସେଇ ଅନୁଯାୟୀ, ଟିକା ଦିଆଯିବ। ତା ଛଡ଼ା ରାଜ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ ଟିକା ଦିଆଯିବ ବୋଲି ସେ କହିଛନ୍ତି।
ସୂଚନାଥାଉ କି, ବିଭିନ୍ନ ରାଜ୍ୟରେ ୫୦ ପ୍ରତିଶତ ଲୋକଙ୍କୁ ନେଇ ଜିମ୍, ମଲ୍ ଓ ବସ୍ ସେବାକୁ ଅନୁମତି ମିଳିିଥିବାରୁ ଜୀବୀକାକୁ ଆଖି ଆଗରେ ରଖି ଆମ ରାଜ୍ୟରେ ବି ସେହି ଅନୁଯାୟୀ କରିବା ଉଚିତ ବୋଲି ମତ ପ୍ରକାଶ ପାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)