/odishatv-khabar/media/media_files/2026/02/08/niyamgiri-tribal-relocation-2026-02-08-15-47-21.jpg)
ନିୟମଗିରି ପାହାଡ଼ ଉପରୁ ତଳକୁ ଆସିବେ ୮ ପରିବାର Photograph: (OTV)
ନିୟମଗିରି ପାହାଡ଼ ଉପରୁ ତଳକୁ ଆସିବେ ୮ ପରିବାର। ନିୟମଗିରି ପାହାଡ଼ ଉପରେ ରହୁଛନ୍ତି ୮ଟି ଆଦିବାସୀ ପରିବାର । ଗାଁକୁ ରାସ୍ତା ନ ଥିବା ବେଳେ ନଳକୂଅ ସୁବିଧା କି ବିଜୁଳି ସଂଯୋଗ ନାହଁ । ଝରଣାରୁ ପିଇବା ପାଣି ଆଣିବାକୁ ୯୦୦ ଫୁଟ ତଳକୁ ଓହ୍ଲାଇବାକୁ ପଡ଼େ । ଡାକ୍ତରଖାନାର ମଧ୍ୟ କୌଣସି ସୁବିଧା ନାହିଁ।
Advertisment
ଏହି ୧୨ ଶହ ଫୁଟ ଉଚ୍ଚ ପାହାଡ ଚଢି ଲାଞ୍ଜିଗଡ଼ ବ୍ଳକ ତ୍ରିଲୋଚନପୁର ପଞ୍ଚାୟତ ଦୁର୍ଗମ କୁନ୍ନାକାଡୁ ଗାଁକୁ ଯାଇଥିଲେ କଳାହାଣ୍ଡି ଜିଲ୍ଲାପାଳ। ପାହାଡ଼ରୁ ତଳକୁ ଆସିଲେ ସେମାନଙ୍କୁ ସବୁ ସୁବିଧା ମିଳିବ ବୋଲି କହିଛନ୍ତି ଜିଲ୍ଲାପାଳ। ପୂର୍ବରୁ ଗାଁ, ମାଟି ଓ ଧରନୀ ଦେବୀଙ୍କୁ ଛାଡ଼ି କେଉଁଆଡ଼େ ଯିବୁନାହିଁ ବୋଲି କହିଥିଲେ ଗ୍ରାମବାସୀ। ଏବେ ଏହି ଗାଁ ଲୋକଙ୍କୁ ପାହାଡ଼ ଉପରୁ ତଳକୁ ଆଣିବା ପ୍ରୟାସ ରେ ସଫଳ ହୋଇଛି ପ୍ରଶାସନ।
- ନିୟମଗିରି ପାହାଡ଼ ଉପରୁ ତଳକୁ ଆସିବେ ୮ ପରିବାର
- ପାହାଡ ଉପରେ ରହିଛି ଲାଞ୍ଜିଗଡ଼ ବ୍ଳକର କୁନ୍ନାକାଡୁ ଗାଁ
- ୧୨ ଶହ ଫୁଟ ଉଚ୍ଚ ପାହାଡ ଚଢି ଗାଁକୁ ଯାଇଥିଲେ ଜିଲ୍ଲାପାଳ
- ସବୁ ସରକାରୀ ସୁବିଧା ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କ ପ୍ରତିଶୃତି
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)