Advertisment

IAS ବିଜୟ କେତନ ଉପାଧ୍ୟାୟ ସସ୍‌ପେଣ୍ଡ

ଭୁବନେଶ୍ୱର :  ଲାଞ୍ଚ ନେଇ ଧରାପଡ଼ିଥିବା ଆଇଏଏସ ବିଜୟ କେତନ ଉପାଧ୍ୟାୟ ସସ୍‌ପେଣ୍ଡ। ବିଜୟ କେତନଙ୍କୁ ସସ୍‌ପେଣ୍ଡ କରିଛନ୍ତି ରାଜ୍ୟ ସରକାର । ଆଜି ରାଜଧାନୀରେ ଲାଞ୍ଚ ନେଇ ଧରାପଡ଼ିଥିଲେ ଆଇଏଏସ୍ ଅଫିସର । ଆଇଏଏସ୍ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ଉଦ୍ୟାନ ବିଭାଗ ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ ୧ ଲକ୍ଷ ଟଙ୍କା ଲାଞ୍ଚ ନେଲା ବେଳେ ଧରାପଡ଼ିଥିଲେ ଭିଜିଲାନ୍ସ ହାତରେ । ବାଲେଶ୍ୱର ଜିଲ୍ଲା ସୋର ଏବଂ ବାହାନଗା […]

author-image
Pradesh Pratyush
IAS ବିଜୟ କେତନ ଉପାଧ୍ୟାୟ ସସ୍‌ପେଣ୍ଡ

ias

ଭୁବନେଶ୍ୱର :  ଲାଞ୍ଚ ନେଇ ଧରାପଡ଼ିଥିବା ଆଇଏଏସ ବିଜୟ କେତନ ଉପାଧ୍ୟାୟ ସସ୍‌ପେଣ୍ଡ। ବିଜୟ କେତନଙ୍କୁ ସସ୍‌ପେଣ୍ଡ କରିଛନ୍ତି ରାଜ୍ୟ ସରକାର । ଆଜି ରାଜଧାନୀରେ ଲାଞ୍ଚ ନେଇ ଧରାପଡ଼ିଥିଲେ ଆଇଏଏସ୍ ଅଫିସର ।

Advertisment

ଆଇଏଏସ୍ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ଉଦ୍ୟାନ ବିଭାଗ ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ ୧ ଲକ୍ଷ ଟଙ୍କା ଲାଞ୍ଚ ନେଲା ବେଳେ ଧରାପଡ଼ିଥିଲେ ଭିଜିଲାନ୍ସ ହାତରେ । ବାଲେଶ୍ୱର ଜିଲ୍ଲା ସୋର ଏବଂ ବାହାନଗା ଅଞ୍ଚଳରେ ବିଜୟଙ୍କର ଥିବା ବାସଗୃହରେ ବି ଭିଜିଲାନ୍ସ ଚଢଉ କରିଛି।  ପୈତୃକ ଘର ବାହାନଗା ବ୍ଲକର କୋଚିଆ କୋଇଲି ଗାଁ ଏବଂ ସୋରସ୍ଥିତ ବାସଭନରେ ୧୦ଜଣିଆ ଟିମ୍ ଏହି ଚଢଉ କରିଛି ।

୨୦୦୯ମସିହା ବ୍ୟାଚ୍‌ର ଆଇଏଏସ୍ ଅଫିସର ହେଉଛନ୍ତି ବିଜୟ କେତନ ଉପାଧ୍ୟାୟ।  ଏପଟେ ପୁଅକୁ କେହି ଫସେଇ ଦେଇଥିବେ ବୋଲି କହିଛନ୍ତି ବିଜୟଙ୍କ ବାପା ରବି ନାରାୟଣ ଉପାଧ୍ୟାୟ।

Advertisment
Advertisment
Advertisment