/odishatv-khabar/media/post_attachments/uploadimage/library/16_9/16_9_0/DIBYANGA_1626686823.jpg)
DIBYANGA
ପାରଳାଖେମୁଣ୍ଡି : ଓଡିଶା ବିକଳାଙ୍ଗ ମଞ୍ଚର ରାଜ୍ୟ ସଭାପତି ନିରଞ୍ଜନ ବେହେରାଙ୍କୁ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଭିନ୍ନ କ୍ଷମତା କ୍ଷେତ୍ରରେ ବ୍ୟକ୍ତିଗତ ଓ ଜଣେ ଅଣପେଷାଦାର କର୍ମୀ ଭାବେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବାକୁ ସେ ଏହି ସମ୍ବର୍ଦ୍ଧନା ପାଇଛନ୍ତି । ଗତ ୩ ତାରିଖରେ ଦିଲ୍ଲୀ ଠାରେ ଅନୁଷ୍ଠିତ ଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନିରଞ୍ଜନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ। ପାରଳାଖେମୁଣ୍ଡି ଫେରିବା ପରେ ସହରବାସୀଙ୍କ ପକ୍ଷରୁ ତାଙ୍କୁ ଉଚ୍ଛ୍ୱସିତ ସମ୍ମାନ ପ୍ରଦାନ କରାଯାଇଛି।
ରେଳଷ୍ଟେସନରୁ ଏକ ବିରାଟ ପଟୁଆରରେ ତାଙ୍କୁ ସହରବାସୀ ପାଛୋଟି ଆଣିଥିଲେ। ଶୋଭାଯାତ୍ରାରେ ତାଙ୍କୁ ସହହର ପରିକ୍ରମା କରିବା ବେଳେ ବିଭିନ୍ନ ସ୍ଥାନରେ ଲୋକେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ପୂର୍ବରୁ ସେ ୨୦୧୩ମସିହାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିଲେ। ପ୍ରତ୍ୟେକ ପୁରସ୍କାର ତାଙ୍କୁ ଅଧିକ ଉତ୍ସାହିତ କରିବା ସହ ଏହି କ୍ଷେତ୍ରରେ ତାଙ୍କୁ ଅଧିକ କାମ କରାଇବାକୁ ପ୍ରେରଣା ଯୋଗାଉଥିବା କହିଛନ୍ତି ନିରଞ୍ଜନ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)