Advertisment

ଜୁଲାଇ ପହିଲାରୁ ଭୁବନେଶ୍ୱରରୁ ପ୍ରୟାଗରାଜକୁ ସିଧାସଳଖ ବିମାନ ସେବା

ଭୁବନେଶ୍ୱର : ଜୁଲାଇ ପହିଲାରୁ ଭୁବନେଶ୍ୱରରୁ ପ୍ରୟାଗରାଜକୁ ଆରମ୍ଭ ହେବ ସିଧାସଳଖ ବିମାନ ସେବା।  ଇଣ୍ଡିଗୋ ପକ୍ଷରୁ ଏହି ବିମାନ ଉଡ଼ିବ।  ଆଜି ଭୁବନେଶ୍ୱରରେ ଏୟାରଲାଇନ୍ସ ସିଇଓ ଓ ରାଜ୍ୟ ସରକାରଙ୍କ ବୈଠକ ପରେ ଏନେଇ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ଏଥିସହ ରାଜ୍ୟରୁ ୧୦ରୁ ଅଧିକ ନୂଆ ରୁଟ୍‌ରେ ବିମାନ ଚଳାଚଳ ପ୍ରସ୍ତାବ ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି।  ଗତ ୨୦ ତାରିଖରୁ ଭୁବନେଶ୍ୱରରୁ ବେଙ୍ଗାଲୁରୁ ଓ ସୁରତକୁ ଏୟାର୍ ଇଣ୍ଡିଆ ବିମାନ […]

author-image
Pradesh Pratyush
ଜୁଲାଇ ପହିଲାରୁ ଭୁବନେଶ୍ୱରରୁ ପ୍ରୟାଗରାଜକୁ ସିଧାସଳଖ ବିମାନ ସେବା

flights

ଭୁବନେଶ୍ୱର : ଜୁଲାଇ ପହିଲାରୁ ଭୁବନେଶ୍ୱରରୁ ପ୍ରୟାଗରାଜକୁ ଆରମ୍ଭ ହେବ ସିଧାସଳଖ ବିମାନ ସେବା।  ଇଣ୍ଡିଗୋ ପକ୍ଷରୁ ଏହି ବିମାନ ଉଡ଼ିବ।  ଆଜି ଭୁବନେଶ୍ୱରରେ ଏୟାରଲାଇନ୍ସ ସିଇଓ ଓ ରାଜ୍ୟ ସରକାରଙ୍କ ବୈଠକ ପରେ ଏନେଇ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ଏଥିସହ ରାଜ୍ୟରୁ ୧୦ରୁ ଅଧିକ ନୂଆ ରୁଟ୍‌ରେ ବିମାନ ଚଳାଚଳ ପ୍ରସ୍ତାବ ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି।  ଗତ ୨୦ ତାରିଖରୁ ଭୁବନେଶ୍ୱରରୁ ବେଙ୍ଗାଲୁରୁ ଓ ସୁରତକୁ ଏୟାର୍ ଇଣ୍ଡିଆ ବିମାନ ଉଡ଼ାଣ ଆରମ୍ଭ ହୋଇସାରିଥିବା ବେଳେ, ଆସନ୍ତା ୨୪ରୁ ଝାରସୁଗୁଡ଼ାରୁ କୋଲକାତା ଓ ୩୧ରୁ ଭୁବନେଶ୍ୱର ଓ ବାରାଣସୀ ମଧ୍ୟରେ ଆଲାଏନ୍ସ ଏୟାର୍ ବିମାନ ଚଳାଚଳ ନେଇ ନିଷ୍ପତ୍ତି ହୋଇଛି।

Advertisment

ସେହିପରି ଫେବୃଆରୀ ୨୯ରୁ ବାରାଣସୀ ଓ ଭୁବନେଶ୍ୱର ମଧ୍ୟରେ ଇଣ୍ଡିଗୋ ସିଧା ସଳଖ ବିମାନ ସେବା ଯୋଗାଇଦେବ।  ତେବେ ଆଗକୁ ଝାରସୁଗୁଡ଼ା-ମୁମ୍ବାଇ, ପ୍ରୟାଗରାଜ-ଭୁବନେଶ୍ୱର ଏବଂ ଭୁବନେଶ୍ୱରରୁ ବ୍ୟାଙ୍କକ, ସିଙ୍ଗାପୁର ଓ ଆବୁଧାବିକୁ ବିମାନ ଚଳାଚଳ ପ୍ରସ୍ତାବ ଉପରେ ମଧ୍ୟ ଆଲୋଚନା ହୋଇଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି।

ବୈଠକରେ ଉତ୍ତର ପୂର୍ବାଞ୍ଚଳ ଓ ବିମାନ ଯୋଗାଯୋଗ ନଥିବା ଅଞ୍ଚଳ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।  ଏସବୁ ଅଞ୍ଚଳକୁ ଘରୋଇ ବିମାନ ଉଡ଼ାଣ ପାଇଁ ପ୍ରସ୍ତାବ ଦିଆଯାଇଛି।  ଘରୋଇ ଉଡ଼ାଣ ପାଇଁ ୧ ପ୍ରତିଶତ ଭାଟ୍‌ରେ ଇନ୍ଧନ ଯୋଗାଇ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସେପଟେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ସଚିବ କହିଛନ୍ତି, ଗତ ୫ ବର୍ଷରେ ଦେଶରେ ବିମାନ ଯାତ୍ରୀଙ୍କ ସଂଖ୍ୟା ହାରାହାରି ୧୭ ପ୍ରତିଶତ ବଢ଼ିଥିବା ବେଳେ, ଭୁବନେଶ୍ୱରରେ ୨୯ ପ୍ରତିଶତ ବଢ଼ିଛି।

Advertisment

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଏହି ବୈଠକରେ  କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ସଚିବ ପ୍ରଦୀପ ସିଂ ଖୋରଲା,  ଯୁଗ୍ମ ସଚିବ ଉଷା ପାଢୀ, ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଅରବିନ୍ଦ ସିଂହ, ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସହିତ ଅନ୍ୟ ବିଭାଗୀୟ ଅଧିକାରୀ ଏବଂ ବିଭିନ୍ନ ଏୟାରଲାଇନ୍ସ କମ୍ପାନୀର ସିଇଓ ଓ ବରିଷ୍ଠ ଅଧିକାରୀ ଯୋଗ ଦେଇଛନ୍ତି ।

Advertisment
Advertisment