/odishatv-khabar/media/post_attachments/uploadimage/library/16_9/16_9_0/dilip-ray-780_1626758207.jpg)
dilip-ray
ଭୁବନେଶ୍ୱର: ଆଜି ଦିଲ୍ଲୀପ ରାୟ ବିଜେଡିରେ ମିଶିପାରନ୍ତି। ଗତକାଲି ସନ୍ଧ୍ୟାରେ ସେ ନବୀନ ନିବାସ ଆସି ଆଲୋଚନା କରି ଫେରି ଯାଇଥିଲେ। ଏହାପରେ ଦିଲ୍ଲୀପ ବିଜେଡିକୁ ପ୍ରତ୍ୟାବର୍ତ୍ତନ କରିବା ଏକ ପ୍ରକାର ସ୍ପଷ୍ଟ ହୋଇଛି। ତେବେ ଏନେଇ ଦିଲ୍ଲୀପ କିମ୍ବା ବିଜେଡି ପକ୍ଷରୁ କୌଣସି ବିଧିବଦ୍ଧ ସୂଚନା ଦିଆଯାଇ ନାହିଁ।
Advertisment
ସୂଚନାଯୋଗ୍ୟ, ରାଉରକେଲାର ପୂର୍ବତନ ବିଧାୟକ ଦିଲୀପ ରାୟ, ଗତବର୍ଷ ନଭେମ୍ବରରେ ବିଜେପିରୁ ଇସ୍ତଫା ଦେବା ସହ ରାଉରକେଲା ବିଧାୟକ ପଦ ମଧ୍ୟ ଛାଡ଼ିଥିଲେ। ତା’ପରେ ସେ କେଉଁ ଦଳକୁ ଯିବେ ସେ ନେଇ ଚର୍ଚ୍ଚା ଲାଗି ରହିଥିଲା। ସେ ବିଜେଡିର ପ୍ରତିଷ୍ଠାତା ସଦସ୍ୟ ଥିଲେ। ତା’ସହ ସେ ବିଜୁ ବାବୁଙ୍କ ଘନିଷ୍ଠ ସହଯୋଗୀ ମଧ୍ୟ ଥିଲେ। ୨୦୦୨ରେ ତାଙ୍କୁ ବିଜେଡିରୁ ବହିଷ୍କାର କରାଯାଇଥିଲା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)