Advertisment

‘ମୋ ବସ୍‌’ରେ ଆରମ୍ଭ ହେଲା ଡିଜିଟାଲ୍ ପେମେଣ୍ଟ

ଭୁବନେଶ୍ୱର: ମୋ ବସ୍‌ରେ ଆରମ୍ଭ ହେଲା ଡିଜିଟାଲ୍ ପେମେଣ୍ଟ । ୨ଟି ରୁଟ୍  ପାଇଁ ଏହି ସେବା ଆରମ୍ଭ କରାଯାଇଛି । ପ୍ରଥମେ ୧୬ ନମ୍ବର ଓ ୨୦ ନମ୍ବର ରୁଟ୍ ପାଇଁ ଏହି ସେବା ଉପଲବ୍ଧ ହେବ ବୋଲି ସୂଚନା ମିଳିଛି। କରୋନା ସମୟରେ ଟଙ୍କା ଦେଣନେଣ ହେବା ଫଳରେ  ଭାଇରସ୍ ବ୍ୟାପିବାର ଆଶଙ୍କା ରହିଛି। ସେଥିପାଇଁ ଯାତ୍ରୀ ଓ ବସ୍ କର୍ମଚାରୀମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଛି । QR CODE ମାଧ୍ୟମରେ […]

author-image
Mahasweta Baral
‘ମୋ ବସ୍‌’ରେ ଆରମ୍ଭ ହେଲା ଡିଜିଟାଲ୍ ପେମେଣ୍ଟ

mo bus

ଭୁବନେଶ୍ୱର: ମୋ ବସ୍‌ରେ ଆରମ୍ଭ ହେଲା ଡିଜିଟାଲ୍ ପେମେଣ୍ଟ । ୨ଟି ରୁଟ୍  ପାଇଁ ଏହି ସେବା ଆରମ୍ଭ କରାଯାଇଛି । ପ୍ରଥମେ ୧୬ ନମ୍ବର ଓ ୨୦ ନମ୍ବର ରୁଟ୍ ପାଇଁ ଏହି ସେବା ଉପଲବ୍ଧ ହେବ ବୋଲି ସୂଚନା ମିଳିଛି।

Advertisment

କରୋନା ସମୟରେ ଟଙ୍କା ଦେଣନେଣ ହେବା ଫଳରେ  ଭାଇରସ୍ ବ୍ୟାପିବାର ଆଶଙ୍କା ରହିଛି। ସେଥିପାଇଁ ଯାତ୍ରୀ ଓ ବସ୍ କର୍ମଚାରୀମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଛି । QR CODE ମାଧ୍ୟମରେ ଏହି ସେବା ଯୋଗାଉଛି ମୋ ବସ୍।

ଅନ୍ୟ ପଟେ ଯେଉଁ ଯାତ୍ରୀଙ୍କ ପାଖରେ ସ୍ମାର୍ଟ୍ ଫୋନ ନାହଁ ସେମାନଙ୍କ ପାଇଁ TAP AND PAY CARDର ବ୍ୟବସ୍ଥା କରାଯାଇଛି। ଆଗାମୀ ଦିନରେ ଏହାକୁ ସଂପୂର୍ଣ୍ଣଭାବେ କାର୍ଯ୍ୟକ୍ରମ କରାଯିବା ନେଇ ମୋ ବସ୍‌ର ଜିଏମ୍ ଦିପ୍ତୀ ମହାପାତ୍ର କହିଛନ୍ତି।

Advertisment
Advertisment
Advertisment