Advertisment

ଗାଁ ପିଲାଙ୍କୁ ମାଗଣାରେ ପାଠ ପଢାଉଛନ୍ତି ଦିବ୍ୟାଙ୍ଗ ଶିକ୍ଷୟିତ୍ରୀ

ନିଜର ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ଶାରୀରିକ ଅକ୍ଷମତା। ଜନ୍ମ ରୁ ଦିବ୍ୟାଙ୍ଗ ହେଲେ, ପିଲା ମାନଙ୍କୁ ପାଠ ପଢ଼ାଇବା ପାଇଁ ଜାରି ରଖିଛନ୍ତି ଉଦ୍ୟମ। ତାହା ପୁଣି ବିନା ମୂଲ୍ୟରେ, ପାଖାପାଖି ଏକ ବର୍ଷ ହେବ ଏପରି ଭାବରେ ମାଗଣାରେ ଅନେକ ପିଲାଙ୍କୁ ଶିକ୍ଷାଦାନ କରୁଛନ୍ତି ସୂର୍ଯ୍ୟମଣି ବେହେରା।

author-image
Sarbeswar
ଗାଁ ପିଲାଙ୍କୁ ମାଗଣାରେ ପାଠ ପଢାଉଛନ୍ତି ଦିବ୍ୟାଙ୍ଗ ଶିକ୍ଷୟିତ୍ରୀ

suryamani

ଉଦଳା(ମାନସ ପାଣି): ନିଜର ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ଶାରୀରିକ ଅକ୍ଷମତା। ଜନ୍ମ ରୁ ଦିବ୍ୟାଙ୍ଗ ହେଲେ, ପିଲା ମାନଙ୍କୁ ପାଠ ପଢ଼ାଇବା ପାଇଁ ଜାରି ରଖିଛନ୍ତି ଉଦ୍ୟମ। ତାହା ପୁଣି ବିନା ମୂଲ୍ୟରେ, ପାଖାପାଖି ଏକ ବର୍ଷ ହେବ ଏପରି ଭାବରେ ମାଗଣାରେ ଅନେକ ପିଲାଙ୍କୁ ଶିକ୍ଷାଦାନ କରୁଛନ୍ତି ସୂର୍ଯ୍ୟମଣି ବେହେରା।

Advertisment

ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକ କୁଣ୍ଡାବାଇ ପଞ୍ଚାୟତର ନୂଆଗାଁ ଗ୍ରାମର ସୂର୍ଯ୍ୟମଣି ବେହେରା l ଜନ୍ମରୁ ହିଁ ସୂର୍ଯ୍ୟମଣି ଦିବ୍ୟାଙ୍ଗ। ଗୋଟିଏ ଗୋଡ ଅକ୍ଷମ ଥିବାରୁ ଆଗକୁ ଚାଲିବା ପାଇଁ ବାଡ଼ିଟିଏ ତାଙ୍କ ପାଇଁ ସାହାରା ପାଲିଟିଛି l ସୂର୍ଯ୍ୟମଣି କୁଣ୍ଡାବାଇ କଲେଜରୁ  ବି.ଏ ପାସ୍‌ କରିଛନ୍ତି l ତେବେ କରୋନା କଟକଣା ଯୋଗୁଁ ସ୍କୁଲ ବନ୍ଦ ରହିବା ଫଳରେ ଛୋଟ ଛୋଟ ପିଲା ମାନଙ୍କୁ ଏବେ  ଶିକ୍ଷାଦାନ କରୁଛନ୍ତିl କରୋନା ମହାମାରୀରେ ଛୋଟ ପିଲାମାନଙ୍କର ଭବିଷ୍ୟତକୁ ଦୃଷ୍ଟିରେ ରଖି ବିନା କୌଣସି ପାରିଶ୍ରମିକରେ ଶିକ୍ଷା ଦାନ ଆରମ୍ଭ କରିଥିଲେ ସୂର୍ଯ୍ୟମଣି l

ସକାଳର ସୂର୍ଯ୍ୟ ଉଇଁଲା ଭଳି ସୂର୍ଯ୍ୟମଣି ଛାତ୍ର ଛାତ୍ରୀ ମାନଙ୍କର ଭବିଷ୍ୟତକୁ ନେଇ ନୂଆ ସ୍ୱପ୍ନ ଦେଖିଛନ୍ତି। ଆଉ ତାଙ୍କର ଏହି ନିଆରା ଉଦ୍ୟମକୁ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା କରାଯାଉଛି। କେବଳ ଏତିକି ନୁହେଁ ବରଂ ସୂର୍ଯ୍ୟମଣୀ ଅନ୍ୟ ଦିବ୍ୟାଙ୍ଗ ଯୁବତୀଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇପାରିବେ ବୋଲି ବୁଦ୍ଧିଜୀବୀ କହିଛନ୍ତି l ତେବେ ସୂର୍ଯ୍ୟମଣି ନିଜକୁ ଦିବ୍ୟାଙ୍ଗ ନ ଭାବି ଅନ୍ୟ ଦିବ୍ୟାଙ୍ଗମାନେ ମଧ୍ୟ ତାଙ୍କ ପରି କାମ କରିବା ଲାଗି ସେ ଆହ୍ୱାନ ଦେଇଛନ୍ତି।

Advertisment

ମନରେ ଦୃଢ ଇଚ୍ଛା ଶକ୍ତି ଓ ବଳ ଯୋଗୁଁ ସୂର୍ଯ୍ୟମଣି ସ୍ଥାନୀୟ ଅଂଚଳରେ ଆଜି ବେଶ ପରିଚିତ ହୋଇପାରିଛନ୍ତି। ସକାଳ ହେଲେ ଛାତ୍ର ଛାତ୍ରୀ ମାନେ ପହଞ୍ଚି ଯାଉଛନ୍ତି ସୂର୍ଯ୍ୟମଣୀଙ୍କ ଘରେ। ଆଉ କୁନି କୁନି ପିଲାଙ୍କୁ ବିଭିନ୍ନ କୌଶଳ ଆପଣାଇ ପାଠ ପଢାଉଛନ୍ତି ସେ, କହୁଛନ୍ତି ନିଜ ପାଠ ପଢି ଅନ୍ୟକୁ ଶିକ୍ଷାଦାନ କରିବାର ସୌଭାଗ୍ୟ ମତେ ମିଳିଥିବାରୁ ଖୁସୀ ଲାଗୁଛି। ତେବେ ଆଜିର ଏସମାଜ ସୂର୍ଯ୍ୟମଣୀଙ୍କୁ ସାଲ୍ୟୁଟ୍‌ ନିଶ୍ଚୟ କରିବ। କାରଣ ନିଜେ ସକ୍ଷମ ଥାଇ ଅନେକ ଘରେ ବସୁଥିବା ବେଳେ ଦିବ୍ୟାଙ୍ଗ ହୋଇ ସମାଜ କିଛି କରୁଥିବାରୁ ସ୍ଥାନୀୟ ଅଂଚଳରେ ବି ସୂର୍ଯ୍ୟମଣୀଙ୍କୁ ବେଶ ପ୍ରଶଂସା କରାଯାଉଛି।

ତେବେ ଅନେକ ସମୟରେ ଆମେ ମାନେ ଦେଖିଛେ, ଦୁନିଆରେ ସକ୍ଷମ ଥାଇ ମଧ୍ୟ ଲୋକମାନେ କିଛି କାମ କରୁନାହାନ୍ତି ଆଉ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ଆଜି ସମସ୍ତଙ୍କ ଲାଗି ଉଦହାରଣ ସାଜିଛନ୍ତି ସୂର୍ଯ୍ୟମଣୀ।

Advertisment
Advertisment