/odishatv-khabar/media/post_attachments/uploadimage/library/16_9/16_9_0/mm-5_1626690818.jpg)
mm
ଭୁବନେଶ୍ୱର : ବିନା ବାଜା ରୋଷଣୀ, ବରଯାତ୍ରୀ ଆଉ ବେଦମନ୍ତ୍ର ଉଚ୍ଚାରଣରେ ସମ୍ପର୍ଣ୍ଣ ହେଲା ବିବାହ। ସମ୍ବିଧାନକୁ ସାକ୍ଷୀ ରଖି ବିବାହ ବନ୍ଧନରେ ବାନ୍ଧି ହେଲେ ଅରିଜିତ ଓ ଶିବାଲିକା ।ରାଜଧାନୀ ଭୁବନେଶ୍ୱରରେ ବିନା ଜାତି, ଜାତକ, କର୍ମକାଣ୍ଡରେ ଏଭଳି ଏକ ନିଆରା ବିବାହ ଦେଖିବାକୁ ମିଳିଛି ।
Advertisment
ସୂଚନା ମୁତାବକ, ଅରିଜିତ ଓ ଶିବାଲିକା ପରସ୍ପରକୁ ଭଲ ପାଉଥିଲେ । ଆଉ ସେହି ପ୍ରେମସାଥିରୁ ଜୀବନସାଥି ହେବା ପାଇଁ ବାପା ମାଆଙ୍କ ସହମତିରେ ପ୍ରେମ ବିବାହ କରିଛନ୍ତି। ସହମତି ପରେ ମାତ୍ର ୧୦ ମିନିଟ୍ ଭିତରେ ଉଭୟଙ୍କ ବିବାହ ସ୍ଥିର ହୋଇଥିଲା। ସମ୍ବିଧାନ ଉପରେ ହାତ ରଖି ଉଭୟ ଅରିଜିତ୍ ଓ ଶିବାଲିକାଙ୍କୁ ଶପଥ ପାଠ କରାଯାଇଥିଲା। ଏପରି ବିବାହକୁ ନେଇ ବର, କନ୍ୟା ମଧ୍ୟ ଖୁସି ଜାହିର କରିଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)