Advertisment

ଫୋନି ପରେ ପୁରୀ ଜିଲ୍ଲାରେ ଝାଡ଼ାବାନ୍ତି ଭୟ, ସିଡିଏମ୍ଓ କହିଲେ ଉଦ୍‌ବେଗଜନକ ନୁହେଁ ସ୍ଥିତି

ଭୁବନେଶ୍ୱର: ଫୋନି ମାଡ଼ରେ ଘାଇଲା ପୁରୀ । ଜିଲ୍ଲାରେ ବଢୁଛି ଡାଇରିଆ ଭୟ । ଭଲ ପିଇବା ପାଣି ଅଭାବରୁ  ଜିଲ୍ଲାର ଅଧିକାଂଶ ଗାଁରେ ଲୋକେ ଛାଡାବାନ୍ତିରେ ପଡିଛନ୍ତି । ବିଜୁଳି ସଂଯୋଗ ହୋଇ ନ ଥିବାରୁ ଜଳ ଯୋଗାଣ ବ୍ୟବସ୍ଥା ସ୍ୱାଭାବିକ ହୋଇନାହିଁ। ଫଳରେ ଲୋକେ କୁଅ ଓ ନଳକୂଅ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି । ସେପଟେ ରୋଗୀଙ୍କ ଚିକିତ୍ସା ଲାଗି ସରକାରୀ ହସପିଟାଲରେ ଉପଯୁକ୍ତ ବ୍ୟବସ୍ଥା ନ ଥିବାରୁ ଅସନ୍ତୋଷ ବଢୁଛି […]

author-image
Mihir Pattnayak
ଫୋନି ପରେ ପୁରୀ ଜିଲ୍ଲାରେ ଝାଡ଼ାବାନ୍ତି ଭୟ, ସିଡିଏମ୍ଓ କହିଲେ ଉଦ୍‌ବେଗଜନକ ନୁହେଁ ସ୍ଥିତି

puri

ଭୁବନେଶ୍ୱର: ଫୋନି ମାଡ଼ରେ ଘାଇଲା ପୁରୀ । ଜିଲ୍ଲାରେ ବଢୁଛି ଡାଇରିଆ ଭୟ । ଭଲ ପିଇବା ପାଣି ଅଭାବରୁ  ଜିଲ୍ଲାର ଅଧିକାଂଶ ଗାଁରେ ଲୋକେ ଛାଡାବାନ୍ତିରେ ପଡିଛନ୍ତି । ବିଜୁଳି ସଂଯୋଗ ହୋଇ ନ ଥିବାରୁ ଜଳ ଯୋଗାଣ ବ୍ୟବସ୍ଥା ସ୍ୱାଭାବିକ ହୋଇନାହିଁ। ଫଳରେ ଲୋକେ କୁଅ ଓ ନଳକୂଅ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି । ସେପଟେ ରୋଗୀଙ୍କ ଚିକିତ୍ସା ଲାଗି ସରକାରୀ ହସପିଟାଲରେ ଉପଯୁକ୍ତ ବ୍ୟବସ୍ଥା ନ ଥିବାରୁ ଅସନ୍ତୋଷ ବଢୁଛି । ତେବେ ରୋଗ ସଂକ୍ରମଣ ରୋକିବାକୁ ପଦକ୍ଷେପ ନିଆଯାଉଥିବା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।

Advertisment

ସହର ଉପଖଣ୍ଠ ତୁଳସୀ ଚଉରା ଓ କେରାଣ୍ଡିପୁର ଗାଁରେ ଝାଡାବାନ୍ତି ବ୍ୟାପିବା ଭଳି ସ୍ଥିତି ଉପୁଜିଛି। ଫୋନି ବ୍ୟାତ୍ୟା ମାଡ଼ରେ ଧ୍ୱଂସ୍ତ ପୁରୀ ଜିଲ୍ଲାର ଅସ୍ତରଙ୍ଗ, ଡେଲାଙ୍ଗ, ସତ୍ୟବାଦୀ ସମେତ ଜିଲ୍ଲାର ଅଧିକାଂଶ ଗାଁରେ ରୋଗ ବ୍ୟାପିଛି । ସ୍ଥିତି ଉତ୍କଟ ନ ଥିଲେ ବି ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ବିଶୁଦ୍ଧ ପିଇବା ପାଣି ଅଭାବରୁ ରୋଗ ବ୍ୟାପୁଥିବା କୁହାଯାଉଛି । ବାତ୍ୟା ଯିବାକୁ ଦେଢ ମାସରୁ ଅଧିକ ସମୟ ହୋଇଥିଲେ ବି ଜିଲ୍ଲାର ଅଧିକାଂଶ ଗାଁକୁ ବିଜୁଳି ସଂଯୋଗ ହୋଇନାହିଁ । ଫଳରେ ଜଳ ଯୋଗାଣ ବ୍ୟବସ୍ଥା ଏ ଯାଏଁ କାର୍ଯ୍ୟକ୍ଷମ ହୋଇପାରିନାହିଁ। ସେହିପରି ଘରେ ବୋରିଂ ଥିଲେ ବି ଲୋକେ ମୋଟର ଯୋଗେ ପାଣି ଉଠାଇ ପାରୁନାହାନ୍ତି। ସେ ଦୃଷ୍ଟିରୁ ଅଧିକାଂଶ ଲୋକେ ଏବେ କୁଅ ଓ ଟ୍ୱିବ୍‌ୱେଲ ଉପରେ ନିର୍ଭର କରୁଛନ୍ତି । ତେବେ ବାତ୍ୟାରେ ପରିବେଶ ପ୍ରଦୂଷିତ ହେବା ସହ ଜଳଉତ୍ସଗୁଡିକ ବି ଦୂଷିତ ହୋଇଛି। ଫଳରେ ରୋଗ ସଂକ୍ରମଣ ହେଉଥିବା କୁହାଯାଉଛି ।

ଏଣେ ଡାଇରିଆ ରୋଗୀଙ୍କ ଚିକିତ୍ସା ଲାଗି ହସପିଟାଲରେ ଉପଯୁକ୍ତ ବ୍ୟବସ୍ଥା ନ ଥିବା ଅଭିଯୋଗ ହେଉଛି। ଚନ୍ଦନପୁର ଡାକ୍ତରଖାନାରେ ଜଣେ ମାତ୍ର ଡାକ୍ତର ଅନ୍ୟରୋଗୀଙ୍କ ସହ ଡାଇରିଆ ଆକ୍ରାନ୍ତଙ୍କ ଚିକିତ୍ସା କରୁଛନ୍ତି।  ବାତ୍ୟା ପରେ ହସପିଟାଲକୁ ଡାଇରିଆ ରୋଗୀଙ୍କ ସଂଖ୍ୟା ବଢିଥିବା ଡାକ୍ତର କହିଛନ୍ତି, ତେବେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ  ଏହା ମାନିବାକୁ ନାରାଜ। ଝାଡ଼ାବାନ୍ତି ସ୍ଥିତି ଉଦ୍‌ବେଗଜନକ ନୁହେଁ ବୋଲି ସେ କହିଛନ୍ତି । ତେବେ ରୋଗ ସଂକ୍ରମଣ ରୋକିବା ଲାଗି ବ୍ୟବସ୍ଥା କରାଯାଉଥିବା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।

Advertisment
Left Top
Advertisment
Advertisment