Advertisment

ଫୋନି ପରେ ଦାଉ ସାଧୁଛି ଝାଡ଼ାବାନ୍ତି

ପୁରୀ: ପ୍ରକୃତିର ତାଣ୍ଡବ ପରେ ଦୁର୍ଦ୍ଦଶା ଆସିବା ନିଶ୍ଚିତ। ତେବେ କେଉଁଠି କେଉଁ ରୂପରେ ଆସିବ ତାହା କହିବା ମୁସ୍କିଲ । ପୁରୀ ଜିଲ୍ଲାରେ ଫୋନିର କ୍ରୁର ଆକ୍ରମଣ ପରେ ଦାଉ ସାଧୁଛି ଝାଡ଼ାବାନ୍ତି । ଦୂଷିତ ପାଣି ବ୍ୟବହାର କରି ଶତାଧିକ ଲୋକ ଡାଇରିଆରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଜଳଉତ୍ସ ସବୁ ପ୍ରଦୂଷିତ ହୋଇଥିବା କଥା ବି ଖୋଦ୍ ରାଜ୍ୟ ସରକାର ଶକ୍ତି ଓ ଶ୍ରମମନ୍ତ୍ରୀ ଗତକାଲି ସ୍ୱୀକାର କରିଛନ୍ତି। ପ୍ରତିକାର ପାଇଁ […]

author-image
Mihir Pattnayak
ଫୋନି ପରେ ଦାଉ ସାଧୁଛି ଝାଡ଼ାବାନ୍ତି

diu

ପୁରୀ: ପ୍ରକୃତିର ତାଣ୍ଡବ ପରେ ଦୁର୍ଦ୍ଦଶା ଆସିବା ନିଶ୍ଚିତ। ତେବେ କେଉଁଠି କେଉଁ ରୂପରେ ଆସିବ ତାହା କହିବା ମୁସ୍କିଲ । ପୁରୀ ଜିଲ୍ଲାରେ ଫୋନିର କ୍ରୁର ଆକ୍ରମଣ ପରେ ଦାଉ ସାଧୁଛି ଝାଡ଼ାବାନ୍ତି । ଦୂଷିତ ପାଣି ବ୍ୟବହାର କରି ଶତାଧିକ ଲୋକ ଡାଇରିଆରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଜଳଉତ୍ସ ସବୁ ପ୍ରଦୂଷିତ ହୋଇଥିବା କଥା ବି ଖୋଦ୍ ରାଜ୍ୟ ସରକାର ଶକ୍ତି ଓ ଶ୍ରମମନ୍ତ୍ରୀ ଗତକାଲି ସ୍ୱୀକାର କରିଛନ୍ତି। ପ୍ରତିକାର ପାଇଁ ବ୍ୟବସ୍ଥା ହୋଇଥିବା ସ୍ୱାସ୍ଥ୍ୟ ସଚିବ ବି କହିଛନ୍ତି।

Advertisment

ପୁରୀ ମୁଖ୍ୟ ଚିକିତ୍ସାଳୟରେ ଡାଇରିଆ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। କିଏ ତଳେ, ତ କିଏ ଗାମୁଛା ଖଣ୍ଡେ ପକେଇ ପୁଣି କିଏ ବେଡ୍‌ରେ ଶୋଇଛନ୍ତି ରୋଗୀ। ପୁଣି କାହାଠି ଲାଗିଛି ସାଲାଇନ୍ । ସାମୁଦ୍ରିକ ଝଡ଼ ଫୋନି ପରଠୁ ସାରା ସହରକୁ ଗ୍ରାସି ଚାଲିଛି ଝାଡ଼ାବାନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଦିନକୁ ଆସୁଛନ୍ତି ପ୍ରାୟ ୧୫ରୁ ୨୦ ରୋଗୀ । ସମସ୍ତଙ୍କର ସମାନ ଅଭିଯୋଗ, ପାଣି ଦୂଷିତ ହୋଇଛି, ପିଇବାକୁ ଭଲ ଲାଗୁନି । ବ୍ୟବହାର କରିବାର କିଛି ଘଣ୍ଟା ମଧ୍ୟରେ ଝାଡ଼ା ବାନ୍ତି ହେଉଛି।

ପ୍ରଭାବିତ ବ୍ରହ୍ମଗିରି ରେବଣାନୂଆଗାଁରେ ବି ଡାଇରିଆ ରୋଗୀଙ୍କ ସଂଖ୍ୟା କମ୍ ନୁହେଁ। ଜଗନ୍ନାଥପୁର, ଶିଶୁପୁର, ବ୍ରହ୍ମଗିରି, ବରୁଡ଼ି, ମଠପାଟଣା ଓ ମୋଟ ଆଦି ଗାଁର ଅନେକ ଲୋକ ଆକ୍ରାନ୍ତ ହୋଇ ମେଡିକାଲ ଆସିଥିଲେ।  ୬ ଜଣ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ହୋଇ ଫେରିଛନ୍ତି। କୁଶୁପୁର, ବଳଭଦ୍ରପାଟଣା, କୁଷ୍ଣସରଣପୁର, ଆରଖକୁଦ ଆଦି ଗାଁରୁ ମଧ୍ୟ ୧୫ ଅଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ମେଡିକାଲ ଆସିଥିଲେ।

Advertisment

ସମସ୍ତଙ୍କ ଗୋଟିଏ ଅଭିଯୋଗ। ଦୂଷିତ ହୋଇଛି ପାଣି କୂଅ। ପୋଖରୀ ହେଉ କି ଛୋଟ ନଈ-ନାଳ କେଉଁଠି ଗଛର ଡାଳପତ୍ର ପଡ଼ି ପଚିଯାଇଛି ତ କେଉଁଠି ଲୁଣା ପାଣି ମିଶିଛି । ପୁଣି କେଉଁଠି ମଲା ପଶୁ ପକ୍ଷୀଙ୍କ ଶବ ପଚୁଛି। ତେଣୁ ତାକୁ ବ୍ୟବହାର କରିବା ମାତ୍ରେ ଝାଡ଼ାବାନ୍ତି ହେଉଛି। ଖାଲି ସେତିକି ନୁହେଁ ବାତ୍ୟା ପରେ ବିଜୁଳି ନ ଥିବାରୁ ଅସହ୍ୟ ଗରମ ସାଙ୍ଗକୁ ଅସ୍ୱାସ୍ଥ୍ୟକର ପରିବେଶ ବି ଏହାର ଅନ୍ୟତମ କାରଣ ବୋଲି ଅନୁମାନ କରାଯାଉଛି।

Left Top
Advertisment
Advertisment