Advertisment

ପାକିସ୍ତାନ ସେନା ଅଧିକାରୀଙ୍କୁ କଡ଼ା ଜବାବ ଦେଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ଓଡ଼ିଶାକୁ ହିନ୍ଦୁତ୍ୱ ଆସକ୍ତ କହି ବଡ଼ଦିନରେ ପାକ୍ ସେନା ମୁଖପାତ୍ରଙ୍କ ବିବାଦୀୟ ଟ୍ୱିଟ୍ ପ୍ରସଙ୍ଗ । ଧର୍ମ ନାଁରେ ନରସଂହାର, ଅତ୍ୟାଚାର ଏବଂ ସଂଖ୍ୟାଲଘୁଙ୍କ ଉପରେ ବ୍ୟଭିଚାରର ଉତ୍ପତ୍ତି ସ୍ଥଳରେ ଥିବା ଲୋକ ହୋଇ ପଡ଼ୋଶୀଙ୍କ ପାଇଁ ଏତେ ଚିନ୍ତା । ନିଜ ଦେଶରେ ଥିବା ଖ୍ରୀଷ୍ଟିଆନ୍‌ଙ୍କୁ ହତ୍ୟା କରିବା ପରେ ଏବେ ସେ ଅନ୍ୟ ପାଇଁ ଚିନ୍ତିତ ହୋଇପଡ଼ିଛି । ଏପରି କିଛି ଢଙ୍ଗରେ ପାକିସ୍ତାନ ସେନା ମୁଖପାତ୍ର ତଥା ଡିଜି ଆଇଏସ୍‌ପିଆର୍ […]

author-image
Pradesh Pratyush
ପାକିସ୍ତାନ ସେନା ଅଧିକାରୀଙ୍କୁ କଡ଼ା ଜବାବ ଦେଲେ ଧର୍ମେନ୍ଦ୍ର ପ୍ରଧାନ

pak

ଭୁବନେଶ୍ୱର : ଓଡ଼ିଶାକୁ ହିନ୍ଦୁତ୍ୱ ଆସକ୍ତ କହି ବଡ଼ଦିନରେ ପାକ୍ ସେନା ମୁଖପାତ୍ରଙ୍କ ବିବାଦୀୟ ଟ୍ୱିଟ୍ ପ୍ରସଙ୍ଗ । ଧର୍ମ ନାଁରେ ନରସଂହାର, ଅତ୍ୟାଚାର ଏବଂ ସଂଖ୍ୟାଲଘୁଙ୍କ ଉପରେ ବ୍ୟଭିଚାରର ଉତ୍ପତ୍ତି ସ୍ଥଳରେ ଥିବା ଲୋକ ହୋଇ ପଡ଼ୋଶୀଙ୍କ ପାଇଁ ଏତେ ଚିନ୍ତା । ନିଜ ଦେଶରେ ଥିବା ଖ୍ରୀଷ୍ଟିଆନ୍‌ଙ୍କୁ ହତ୍ୟା କରିବା ପରେ ଏବେ ସେ ଅନ୍ୟ ପାଇଁ ଚିନ୍ତିତ ହୋଇପଡ଼ିଛି । ଏପରି କିଛି ଢଙ୍ଗରେ ପାକିସ୍ତାନ ସେନା ମୁଖପାତ୍ର ତଥା ଡିଜି ଆଇଏସ୍‌ପିଆର୍ ଆସିଫ୍ ଗଫୁରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

Advertisment

ନିଜ ଦେଶରେ ଥିବା ଖ୍ରୀଷ୍ଟିଆନ୍‌ଙ୍କୁ ହତ୍ୟା କରିବା ପରେ ଏବେ ପାକିସ୍ତାନ ପଡ଼ୋଶୀଙ୍କ ପାଇଁ ଚିନ୍ତିତ କହି କଟାକ୍ଷ କରିଛନ୍ତି ଧର୍ମେନ୍ଦ୍ର । ଗତକାଲି ବଡ଼ଦିନ ଅବସରରେ ଓଡ଼ିଶାର ଧର୍ମ ନିରପେକ୍ଷ ଭାବନାକୁ ନେଇ ପ୍ରଶ୍ନ ଉଠାଇ ଟ୍ୱିଟ୍ କରିଥିଲେ ପାକ୍ ସେନା ମୁଖପାତ୍ର ।

Advertisment

ପାକିସ୍ତାନ ଓ ସାରା ବିଶ୍ୱର ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କୁ ଶୁଭେଚ୍ଛା ଜଣାଇବା ସହ ବିଶେଷ କରି ଓଡ଼ିଶା ଏବଂ ସେ ଧରଣର ହିନ୍ଦୁତ୍ୱ ଆସକ୍ତ ରାଜ୍ୟରେ ବସବାସ କରୁଥିବା ଖ୍ରୀଷ୍ଟିଆନଙ୍କୁ ଶୁଭେଚ୍ଛା ବୋଲି ଛିଗୁଲେଇ ଲେଖିଥିଲେ। ଯାହାକୁ ନେଇ ରାଜ୍ୟ ସମେତ ସାରା ଦେଶରେ ଏହାକୁ ନେଇ ବିରୋଧ ଦେଖାଦେଇଛି ।

ବିଜେଡି ସାଂସଦ ସସ୍ମିତ ପାତ୍ର ଟ୍ୱିଟ୍ କରି ଓଡ଼ିଶାରେ ଖ୍ରୀଷ୍ଟିଆନ ମାନେ ସୁରକ୍ଷିତ ଓ ସଶକ୍ତ ଥିବା ସହ ପାକିସ୍ତାନ ଭଳି ହତ୍ୟାର ଶିକାର ହେଉନାହାନ୍ତି କହିଥିଲେ ।

Advertisment
Advertisment