Advertisment

‘ଫୋନି’ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ଧର୍ମେନ୍ଦ୍ର ପ୍ରଧାନ

ପୁରୀ: ପ୍ରଳୟଙ୍କରୀ ସାମୁଦ୍ରିକ ଝଡ଼ ‘ଫୋନି’ ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି। ‘ଫୋନି’ ଦ୍ୱାରା ବିଶେଷ ପ୍ରଭାବିତ ପୁରୀ ଜିଲ୍ଲାର ନିମାପଡ଼ା, ଗୋପ, କୋଣାର୍କ, ବ୍ରହ୍ମଗିରି, କୃଷ୍ଣପ୍ରସାଦ ଆଦି ଅଞ୍ଚଳ ପରିଦର୍ଶନ କରିବା ସହ ଜନସାଧାରଣଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି। ଘରଭଙ୍ଗା, ଫସଲ ନଷ୍ଟ, ପଶୁ ସମ୍ପଦ କ୍ଷତିର ଆକଳନ ବିଳମ୍ବିତ ହେବା କାରଣରୁ ସରକାରୀ ସହାୟତା ମିଳିବାରେ ସମସ୍ୟା ଦେଖା ଦେଇଥିବା କଥା […]

author-image
Rosalin Rath
‘ଫୋନି’ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ଧର୍ମେନ୍ଦ୍ର ପ୍ରଧାନ

3

ପୁରୀ: ପ୍ରଳୟଙ୍କରୀ ସାମୁଦ୍ରିକ ଝଡ଼ ‘ଫୋନି’ ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି। ‘ଫୋନି’ ଦ୍ୱାରା ବିଶେଷ ପ୍ରଭାବିତ ପୁରୀ ଜିଲ୍ଲାର ନିମାପଡ଼ା, ଗୋପ, କୋଣାର୍କ, ବ୍ରହ୍ମଗିରି, କୃଷ୍ଣପ୍ରସାଦ ଆଦି ଅଞ୍ଚଳ ପରିଦର୍ଶନ କରିବା ସହ ଜନସାଧାରଣଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି।

Advertisment

ଘରଭଙ୍ଗା, ଫସଲ ନଷ୍ଟ, ପଶୁ ସମ୍ପଦ କ୍ଷତିର ଆକଳନ ବିଳମ୍ବିତ ହେବା କାରଣରୁ ସରକାରୀ ସହାୟତା ମିଳିବାରେ ସମସ୍ୟା ଦେଖା ଦେଇଥିବା କଥା କେନ୍ଦ୍ର ମନ୍ତ୍ରୀ ଜାଣିବାକୁ ପାଇଛନ୍ତି।

ଲୋକମାନଙ୍କ ସହ ଏ ପ୍ରସଙ୍ଗରେ ଆଲୋଚନା କରିବା ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସମସ୍ୟା ପ୍ରସଙ୍ଗରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି।

Advertisment
Advertisment
Advertisment