Advertisment

ମାଓବାଦୀ କରୋନା ସଂକ୍ରମିତ ହୋଇଥିଲେ ଆତ୍ମସମର୍ପଣ କରନ୍ତୁ: ଡିଜିପି

କଳାହାଣ୍ଡି : ମାଓ ଦମନ ନେଇ ଡିଜିପିଙ୍କ ସମୀକ୍ଷା ବୈଠକ। ବିଏସ୍ଏଫ୍ କ୍ୟାମ୍ପରେ ସମୀକ୍ଷା ବେଳେ ସମାଜର ମୁଖ୍ୟ ସ୍ରୋତକୁ ଫେରି ଆସିବା ଲାଗି ମାଓବାଦୀଙ୍କୁ ଆହ୍ବାନ ଦେଇଛନ୍ତି ଡିଜିପି। ଯଦି କେହି ମାଓବାଦୀ କରୋନା ସଂକ୍ରମିତ, ତା ହେଲେ ଆତ୍ମସମର୍ପଣ…

author-image
Chandan Shishu
ମାଓବାଦୀ କରୋନା ସଂକ୍ରମିତ ହୋଇଥିଲେ ଆତ୍ମସମର୍ପଣ କରନ୍ତୁ: ଡିଜିପି

dgp

କଳାହାଣ୍ଡି : ମାଓ ଦମନ ନେଇ ଡିଜିପିଙ୍କ ସମୀକ୍ଷା ବୈଠକ। ବିଏସ୍ଏଫ୍ କ୍ୟାମ୍ପରେ ସମୀକ୍ଷା ବେଳେ ସମାଜର ମୁଖ୍ୟ ସ୍ରୋତକୁ ଫେରି ଆସିବା ଲାଗି ମାଓବାଦୀଙ୍କୁ ଆହ୍ବାନ ଦେଇଛନ୍ତି ଡିଜିପି। ଯଦି କେହି ମାଓବାଦୀ କରୋନା ସଂକ୍ରମିତ, ତା ହେଲେ ଆତ୍ମସମର୍ପଣ କରନ୍ତୁ। ସେମାନଙ୍କ ଚିକିତ୍ସା ଖର୍ଚ୍ଚ ବହନ କରାଯିବ ବୋଲି ସେ କହିଛନ୍ତି। ସମୀକ୍ଷା ସହ ଏମଭି ୮୮ରେ ନୂତନ ଫାଣ୍ଡିର ଉଦଘାଟନ କରିଛନ୍ତି ଡିଜିପି।

Advertisment

ଶେଷରେ ମୁଖ୍ୟ ପ୍ରବେଶ ପଥ ମୋଟୁରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିବା ସହ ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀଙ୍କ ପାଇଁ ବ୍ୟବସ୍ଥା ଉପରେ ପଚାରି ବୁଝିଛନ୍ତି। ଡିଜିପିଙ୍କ ସହ ଗୁଇନ୍ଦା ବିଭାଗ ମୁଖ୍ୟ ଆରକେ ଶର୍ମା ଓ ପ୍ରବୀଣ କୁମାର ଗସ୍ତରେ ସାମିଲ ହୋଇଛନ୍ତି।

ଏହା ପୂର୍ବରୁ ଡିଜିପି କୋରାପୁଟ ଜିଲ୍ଲା ଗସ୍ତ କରିଥିଲେ। ସୁନାବେଡ଼ା ହାଲ୍ ହେଲିପ୍ୟାଡରେ ପୂର୍ବାହ୍ନ ୯ଟା ୨୫ରେ ଅବତରଣ କରିବା ପରେ କୋରାପୁଟ ଏସ୍ପିଙ୍କ ସହ ଜିଲ୍ଲାରେ କରୋନା ସ୍ଥିତି ଓ ମାଓ ସ୍ଥିତିର ସମୀକ୍ଷା କରିଥିଲେ। ଡିଜିପି ସୀମା ସୁରକ୍ଷା ସଂପର୍କରେ କଥା ହେବା ସହ ଯାଞ୍ଚକୁ କଡ଼ାକଡ଼ି କରିବାକୁ ଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ ପୋଲିସ ଡିଜି। କୋରାପୁଟ ପରେ ଡିଜିପି ମାଲକାନଗିରି ଓ ନବରଙ୍ଗପୁର ଗସ୍ତରେ ଯାଇଛନ୍ତି।

Advertisment

ଛତିଶଗଡ଼ରେ ମାଓବାଦୀଙ୍କୁ କରୋନା ବ୍ୟାପିବା ପରେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। କରୋନା କିମ୍ବା ଅନ୍ୟ ରୋଗରେ ପୀଡ଼ିତ ଥିଲେ ଆତ୍ମସମର୍ପଣ କରିବାକୁ ଅପିଲ୍ କରିଛନ୍ତି ମାଲକାନଗିରି ଏସ୍ପି ହୃଷିକେଶ ଖିଲାରୀ। ପୋଲିସ ପକ୍ଷରୁ ମାଓବାଦୀଙ୍କୁ ମାଗଣା ଚିକିତ୍ସା ଓ ଅନ୍ୟାନ୍ୟ ସହଯୋଗ କରାଯିବ ବୋଲି ଏସପି କହିଛନ୍ତି। ସେହିଭଳି ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ନାଁରେ କୌଣସି ମାମଲା ହେବ ନାହିଁ ବୋଲି କହିଛନ୍ତି।

ଲାଲଗଡ଼ରେ ବି କରୋନା ସଙ୍କଟ ଦେଖାଦେଇଥିବା ସୂଚନା ମିଳିଥିଲା । ସୁକମା, ବିଜାପୁର ଓ ଦାନ୍ତେୱାଡା ଅଞ୍ଚଳରେ ପ୍ରାୟ ୫୦ ଜଣ ମାଓବାଦୀ କରୋନା ସଂକ୍ରମିତ ହୋଇଥିଲେ । ଛତିଶଗଡ଼ ଦାନ୍ତେୱାଡା ଜିଲ୍ଲାରେ ଫୁଡ ପଏଜନ୍ ଓ କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିଲେ୧୦ ଜଣ ମାଓବାଦୀ । ମାଓବାଦୀଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଥିଲେ ଦାନ୍ତେଓ୍ବାଡ଼ା ଏସପି ଅଭିଷେକ ପଲ୍ଲବ । ମୃତ ସମସ୍ତ ମାଓବାଦୀ ଦକ୍ଷିଣ ବସ୍ତର ମାଓ ସଂଗଠନର ବୋଲି ସୂଚନା ମିଳିଛି ।

Advertisment
Advertisment