Advertisment

ଆସନ୍ତାକାଲିଠୁ ଅନବସର ନୀତି, ଅଲାରନାଥ ପୀଠରେ ଲାଗିବ ଗହଳି

ପୁରୀ: ବିଶ୍ୱ ନିୟନ୍ତାଙ୍କ ମାନବୀୟ ଲୀଳା। ଭକ୍ତର ଅଭିଳାଷ ପୂରଣ ପାଇଁ ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ଓହ୍ଲାଇ ଆସିଛନ୍ତି ବିଶ୍ୱର ଆରାଧ୍ୟ ଦେବତା । ଶ୍ରୀମନ୍ଦିରର ଦ୍ୱାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ସ୍ନାନଯାତ୍ରା ଅବସରରେ ଆଜି ୧୦୮ ଗରା ସୁବାସିତ ଜଳରେ ଦିବ୍ୟସ୍ନାନ ପରେ ଅଗଣିତ ଭକ୍ତଙ୍କୁ ହାତୀବେଶରେ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧାମୂରତୀ । ଆସନ୍ତାକାଲିଠାରୁ ଶ୍ରୀଜୀଉଙ୍କର ଚାଲିବ ୧୫ଦିନ ଧରି ଅନବସର ନୀତି । ଏହି ସମୟରେ ପ୍ରିୟ କାଳିଆ ଠାକୁରଙ୍କ ଦର୍ଶନରୁ ବଞ୍ଚିତ ଭକ୍ତଙ୍କର […]

author-image
Mihir Pattnayak
ଆସନ୍ତାକାଲିଠୁ ଅନବସର ନୀତି, ଅଲାରନାଥ ପୀଠରେ ଲାଗିବ ଗହଳି

snana-pur

ପୁରୀ: ବିଶ୍ୱ ନିୟନ୍ତାଙ୍କ ମାନବୀୟ ଲୀଳା। ଭକ୍ତର ଅଭିଳାଷ ପୂରଣ ପାଇଁ ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ଓହ୍ଲାଇ ଆସିଛନ୍ତି ବିଶ୍ୱର ଆରାଧ୍ୟ ଦେବତା । ଶ୍ରୀମନ୍ଦିରର ଦ୍ୱାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ସ୍ନାନଯାତ୍ରା ଅବସରରେ ଆଜି ୧୦୮ ଗରା ସୁବାସିତ ଜଳରେ ଦିବ୍ୟସ୍ନାନ ପରେ ଅଗଣିତ ଭକ୍ତଙ୍କୁ ହାତୀବେଶରେ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧାମୂରତୀ । ଆସନ୍ତାକାଲିଠାରୁ ଶ୍ରୀଜୀଉଙ୍କର ଚାଲିବ ୧୫ଦିନ ଧରି ଅନବସର ନୀତି । ଏହି ସମୟରେ ପ୍ରିୟ କାଳିଆ ଠାକୁରଙ୍କ ଦର୍ଶନରୁ ବଞ୍ଚିତ ଭକ୍ତଙ୍କର ସୁଅ ଛୁଟିବ ବ୍ରହ୍ମଗିରିର ଅଲାରନାଥ ପୀଠକୁ।

Advertisment

ସ୍ନାନଯାତ୍ରା ପାଇଁ ଭୋରରୁ ଚଳଚଞ୍ଚଳ ହୋଇପଡିଥିଲା ଶ୍ରୀମନ୍ଦିର । ଘଣ୍ଟ, ଘଣ୍ଟା କାହାଳୀର ତାଳେ ତାଳେ ଧାଡ଼ି ପହଣ୍ଡିରେ ପ୍ରଥମେ ଚକ୍ରରାଜ ସୁଦର୍ଶନ, ତା ପରେ ବଡ଼ଠାକୁର ବଳଭଦ୍ର, ଉଭଣୀ ସୁଭଦ୍ରା ଓ ଶେଷରେ କାଳିଆ ସାଆନ୍ତ ସ୍ନାନ ମଣ୍ଡପଙ୍କୁ ବିଜେ କରିଥିଲେ। ସେଠାରେ ଅନ୍ୟାନ୍ୟ ନୀତିକାନ୍ତି ସରିବା ପରେ ସୁନାକୂଅରୁ ସଂଗୃହୀତ ୧୦୮ ଗରା ସୁବାସିତ ଜଳରେ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ସ୍ନାନ କରାଇଥିଲେ ସେବାୟତ। ଏହା ପରେ ଅପରାହ୍ନ ସାଢ଼େ ୨ଟାରେ ଗଜପତି ମହାରାଜାଙ୍କ ଛେରାପହଁରା ନୀତି ପରେ ଶ୍ରୀଜିଉଙ୍କୁ ହାତୀ ବେଶରେ ସଜ୍ଜିତ କରାଯାଇଥିଲା। ଚର୍ମ ଚକ୍ଷୁରେ ଦିବ୍ୟ ଦର୍ଶନ କରି ସତେ ଯେମିତି କୃତ୍ୟ କୃତ୍ୟ ହୋଇ ପଡିଥିଲେ ଭକ୍ତ । ସ୍ନାନ ଯାତ୍ରା ଓ ହାତୀବେଶ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ହୋଇଥିଲା ସ୍ୱତନ୍ତ୍ର ବ୍ୟବସ୍ଥା

ଘୋଷଯାତ୍ରାର ଅୟମାରମ୍ଭ ଭାବେ ବିବେଚନା କରାଯାଉଥିବା ସ୍ନାନ ପୂର୍ଣ୍ଣମୀ ପରେ ୧୫ଦିନ ଧରି ଚାଲିବ ଶ୍ରୀଜିଉଙ୍କ ଅଣସର ନୀତି । ଅତ୍ୟଧିକ ସ୍ନାନ ଯୋଗୁଁ ଜ୍ୱରରେ ଆକ୍ରାନ୍ତ ଶ୍ରୀଜୀଉଙ୍କର ଚାଲିବ ଗୁପ୍ତ ଉପଚାର। ରତ୍ନସିଂହାସନରେ ଆଉ ଭକ୍ତ ପ୍ରିୟ କାଳିଆ ଠାକୁରଙ୍କୁ ଦର୍ଶନ ପାଇବେ ନାହିଁ। ଏହି ସମୟରେ ତିନି ବାଡ଼ରେ ପଟିଦିଅଁ ପୂଜା ପାଇବାର ବିଧି ରହିଛି। ତେବେ ଏହି ସମୟରେ ବ୍ରହ୍ମଗିରିରେ ଚତୁର୍ଭୁଜ ନାରାୟଣ ରୂପୀ ଅଲରାନାଥଙ୍କୁ ଦର୍ଶନ କଲେ ଜଗନ୍ନାଥ ଦର୍ଶନ ସମ ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି। ତେଣୁ ଆସନ୍ତାକାଲିଠାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଅଲାରନାଥ ପୀଠରେ ମଧ୍ୟ ଶୃଙ୍ଖଳିତ ନୀତିକାନ୍ତି ଉପରେ ଗୁରୁତ୍ୱ ଦେଇଛି ମନ୍ଦିର ଓ ଜିଲ୍ଲା ପ୍ରଶାସନ।

Advertisment

ସେପଟେ ସ୍ନାନ ପୂର୍ଣ୍ଣମୀ ଅବସରରେ ଆଜି ସିଂହଦ୍ୱାର ସମ୍ମୁଖରେ ସ୍ଥାପନ ହୋଇଛି ଦ୍ୱାରପାଳ ଜୟବିଜୟଙ୍କ ନୂଆ ମୂର୍ତ୍ତି । ଗତ ଫୋନି ବାତ୍ୟାରେ ଜୟଙ୍କ ମୂର୍ତ୍ତି ନଷ୍ଟ ହୋଇଯିବା ପରେ ୫ଫୁଟ୍ ଉଚ୍ଚର ଖାଣ୍ଡେଲାଇଟ୍ ପଥରରେ ନୂଆ ମୂର୍ତ୍ତି ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲା ମନ୍ଦିର ପ୍ରଶାସନ।

Left Top
Advertisment
Advertisment