Advertisment

Devotees Donate Kilograms of Gold and Silver: ଶ୍ରୀଜଗନ୍ନାଥଙ୍କ ହୁଣ୍ଡିରୁ ୧୮.୫୯ କୋଟି; ମିଳିଛି ୩ କେଜି ୪୪୧ ଗ୍ରାମ ମିଶ୍ରିତ ସୁନା

ଜଗା ହୁଣ୍ଡିରୁ ୧୮ କୋଟି। ଶ୍ରୀଜଗନ୍ନାଥଙ୍କ ହୁଣ୍ଡିରୁ ୧୮.୫୯ କୋଟି ସଂଗ୍ରହ। ହୁଣ୍ଡିରୁ ମିଳିଛି ୩ କେଜି ୪୪୧ ଗ୍ରାମ ମିଶ୍ରିତ ସୁନା। ଗତବର୍ଷ ମନ୍ଦିର ହୁଣ୍ଡିରୁ ୧୮ କୋଟି ୫୯ଲକ୍ଷ ୨୩ ହଜାର ଟଙ୍କା ସଂଗ୍ରହ। ବିଧାନସଭାରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଲିଖିତ ଉତ୍ତର।

author-image
Pramod Behera
Devotees Donate Kilograms of Gold and Silver

ଶ୍ରୀଜଗନ୍ନାଥଙ୍କ ହୁଣ୍ଡିରୁ ୧୮.୫୯ କୋଟି Photograph: (OTV)

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ହୁଣ୍ଡିକୁ ଆସୁଛି କେଜି କେଜି ସୁନା । ଭକ୍ତମାନେ ସ୍ବହସ୍ତରେ ଦାନ କରୁଛନ୍ତି ସୁନା ରୁପା । ଶ୍ରୀଜଗନ୍ନାଥ ମନ୍ଦିର ହୁଣ୍ଡିରୁ ଗତବର୍ଷ ୧୮ କୋଟି ୫୯ ଲକ୍ଷ ୨୩ ହଜାର ଟଙ୍କା ମିଳିଛି । ଶ୍ରଦ୍ଧାଳୁ ୩ କେଜି ୪୪୧ ଗ୍ରାମ ମିଶ୍ରିତ ସୁନା, ପ୍ରାୟ ୩୩ କେଜି ୬୪୮ ଗ୍ରାମ ମିଶ୍ରିତ ରୁପା ଅଳଙ୍କାର ଗତବର୍ଷ ଦାନ କରିଛନ୍ତି। ୧୯୮୧ ମସିହାରୁ 2024-25 ସୁଦ୍ଧା ୫୮ କେଜି ୩୧୭ ଗ୍ରାମ ସୁନା ହୁଣ୍ଡିରୁ ମିଳିଛି । ସେହିପରି ୧୫୮ କେଜି ୮୩୬ ଗ୍ରାମ ରୁପା ହୁଣ୍ଡିରୁ ସଂଗ୍ରହ ହୋଇଛି । 

Advertisment

ସେହିପରି ୨୦୧୧ ମସିହାରୁ ୨୦୨୪-୨୫ ବର୍ଷ ଭିତରେ ହୁଣ୍ଡି ଏବଂ ଅନ୍ୟାନ୍ୟ ଦାନରୁ ୩୦୪ କୋଟି ୫୭ ଲକ୍ଷ ଆଦାୟ ହୋଇଛି । ବିଧାନସଭାରେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏଭଳି ଲିଖିତ ଉତ୍ତର ରଖିଛନ୍ତି । ହୁଣ୍ଡିରୁ ଆଦାୟ ଅର୍ଥର ୯୦ ପ୍ରତିଶତ ଓ ଅନ୍ୟାନ୍ୟ ଦାନ ଯୋଜନାରେ ସଂଗୃହିତ ୫ ଶହ ଟଙ୍କାରୁ ଅଧିକ ପରିମାଣର ଦାନ ରାଶି ଶ୍ରୀଜଗନ୍ନାଥ ମନ୍ଦିର ଫାଉଣ୍ଡେସନ ଫଣ୍ଡ ଯୋଜନାରେ ଦୀର୍ଘ ମିଆଦି ସ୍ଥାୟୀ ଜମାରେ ରଖାଯାଉଛି। 
ସେହିପରି ହୁଣ୍ଡିରୁ ଆଦାୟ ଅର୍ଥର ୧୦ ପ୍ରତିଶତ ଓ ଅନ୍ୟାନ୍ୟ ଦାନ ଯୋଦନାରେ ସଂଗୃହିତ ୫ ଶହ ଟଙ୍କା ପର୍ଯ୍ୟନ୍ତ ଦାନ ରାଶିମାନ ଶ୍ରୀଜଗନ୍ନାଥ ମନ୍ଦିର ଫଣ୍ଡ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ମନ୍ଦିରର ଦୈନନ୍ଦିନର ଖର୍ଚ୍ଚରେ ବ୍ୟବହାର ହେଉଛି ।

  • ଜଗା ହୁଣ୍ଡିରୁ ୧୮ କୋଟି
  • ଶ୍ରୀଜଗନ୍ନାଥଙ୍କ ହୁଣ୍ଡିରୁ ୧୮.୫୯ କୋଟି ସଂଗ୍ରହ
  • ହୁଣ୍ଡିରୁ ମିଳିଛି ୩ କେଜି ୪୪୧ ଗ୍ରାମ ମିଶ୍ରିତ ସୁନା
  • ଗତବର୍ଷ ମନ୍ଦିର ହୁଣ୍ଡିରୁ ୧୮ କୋଟି ୫୯ଲକ୍ଷ ୨୩ ହଜାର ଟଙ୍କା ସଂଗ୍ରହ
  • ବିଧାନସଭାରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଲିଖିତ ଉତ୍ତରଭକ୍ତମାନେ ୩ କେଜି ୪୪୧ ଗ୍ରାମ ମିଶ୍ରିତ ସୁନା ଦାନ କରିଛନ୍ତି
Advertisment
Gold & Silver Jagannath Temple Puri Lord Jagannanth
Advertisment
Advertisment