Advertisment

ବସ୍‌ଷ୍ଟାଣ୍ଡରେ ମିଳିବ ମଲ୍ଟିପ୍ଲେକ୍ସ ଓ ସପିଂ ମଲ୍‌ର ସୁବିଧା

ଭୁବନେଶ୍ୱର : ରାଜ୍ୟର ସବୁ ବସ୍‌ଷ୍ଟାଣ୍ଡଗୁଡ଼ିକର ହେବ ଉନ୍ନତୀକରଣ । ପ୍ରମୁଖ ବସ୍‌ଷ୍ଟାଣ୍ଡଗୁଡ଼ିକୁ ବିମାନ ବନ୍ଦର ଭଳି ଉନ୍ନତ କରାଯିବ । ସେଠାରେ ମଲ୍ଟିପ୍ଲେକ୍ସ ସହ ସପିଂ ମଲ୍ ସୁବିଧା ଯୋଗାଇ ଦିଆଯିବ। ଆଜି ଏହି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା। ଆଜିଠୁ ଏହି  ଦୁଇ ଦିନିଆ  କର୍ମଶାଳା ଆରମ୍ଭ ହୋଇଛି।  ଯାତ୍ରୀଙ୍କ ଯାତାୟତକୁ ବ୍ୟବସ୍ଥିତ କରାଯିବା ସହ ସରକାରୀ ବସ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ କିଭଳି ଭଲ ବ୍ୟବହାର ପ୍ରଦର୍ଶନ କରାଯିବ […]

author-image
Pradesh Pratyush
ବସ୍‌ଷ୍ଟାଣ୍ଡରେ ମିଳିବ ମଲ୍ଟିପ୍ଲେକ୍ସ ଓ ସପିଂ ମଲ୍‌ର ସୁବିଧା

bus stand

ଭୁବନେଶ୍ୱର : ରାଜ୍ୟର ସବୁ ବସ୍‌ଷ୍ଟାଣ୍ଡଗୁଡ଼ିକର ହେବ ଉନ୍ନତୀକରଣ । ପ୍ରମୁଖ ବସ୍‌ଷ୍ଟାଣ୍ଡଗୁଡ଼ିକୁ ବିମାନ ବନ୍ଦର ଭଳି ଉନ୍ନତ କରାଯିବ । ସେଠାରେ ମଲ୍ଟିପ୍ଲେକ୍ସ ସହ ସପିଂ ମଲ୍ ସୁବିଧା ଯୋଗାଇ ଦିଆଯିବ। ଆଜି ଏହି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା।

Advertisment

ଆଜିଠୁ ଏହି  ଦୁଇ ଦିନିଆ  କର୍ମଶାଳା ଆରମ୍ଭ ହୋଇଛି।  ଯାତ୍ରୀଙ୍କ ଯାତାୟତକୁ ବ୍ୟବସ୍ଥିତ କରାଯିବା ସହ ସରକାରୀ ବସ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ କିଭଳି ଭଲ ବ୍ୟବହାର ପ୍ରଦର୍ଶନ କରାଯିବ ସେନେଇ ଗୁରୁତ୍ୱାରୋପ କରାଯିବ ।  କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ ବା (କ୍ରୁଟ୍) ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ‘ମୋ ବସ’ ସହ ‘ଓଏସଆରଟିସି’ର ୧୨୦ କର୍ମଚାରୀ ଯୋଗ ଦେଇଥିଲେ । ଦେଶ ବିଦେଶରୁ ଆସିଥିବା ଏକ୍ସପର୍ଟ ଏହି କର୍ମଶାଳାରେ ବସ୍‌ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେବେ ।

ବର୍ତ୍ତମାନ ରାଜଧାନୀରେ ୨୦୦ଟି ‘ମୋ ବସ’ ଚାଲୁଛି ।  ଚଳିତ ବର୍ଷ ଶେଷ ସୁଦ୍ଧା ଆହୁରି ୧୮୯ଟି ବସ୍‌ ଯୋଡି ହେବ । ଏପ୍ରିଲ ମାସ ପ୍ରଥମ ସପ୍ତାହରେ ୫୦ଟି ଇ-ବସ୍ ଗଡ଼ିବା ନେଇ କ୍ରୁଟ ଏମଡି ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି । ସେହିପରି ଓଏସଆରଟିସ ରେ ଅଧିକ ସଂଖ୍ୟକ ବସ୍‌ ସାମିଲ କରିବାକୁ ଯୋଜନା କରାଯାଉଥିବା ସେ କହିଛନ୍ତି।

Advertisment

ଏ ସମ୍ପର୍କରେ ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି, ବସ୍‌ଷ୍ଟାଣ୍ଡଗୁଡ଼ିର ଉନ୍ନତିକରଣ କରାଯିବ। ବଡ଼ ବସ୍‌ଷ୍ଟାଣ୍ଡ  ହୋଇଥିଲେ ସେଠାରେ ମଲ୍ଟିପ୍ଲେକ୍ସ ସହ ସପିଂ ମଲ୍  ସୁବିଧା ମଧ୍ୟ ଯୋଗାଇ ଦିଆଯିବ।  ଓଏସ୍‌ଆରଟିସିରେ ବସ୍‌ ସଂଖ୍ୟା ବୃଦ୍ଧି କରାଯିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି।

Advertisment
Advertisment