/odishatv-khabar/media/post_attachments/uploadimage/library/16_9/16_9_0/crocodile_1625330763.jpg)
crocodile
ବ୍ରହ୍ମପୁର: ଗଞ୍ଜାମ ଦିଗପହଣ୍ଡିରେ ବାଇକ୍ରେ କୁମ୍ଭୀର ନେବା ଘଟଣାରେ ନିଆଯାଇଛି ଦୃଢ଼ କାର୍ଯ୍ୟାନୁଷ୍ଠାନ। ଏହି ମାମଲାରେ ଦିଗପହଣ୍ଡି ବନବିଭାଗ ଡେପୁଟି ରେଞ୍ଜର ପ୍ରମୋଦ କୁମାର ଖଡ଼ଗରାୟଙ୍କୁ ସସପେଣ୍ଡ କରାଯାଇଥିବା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପ୍ରଶାନ୍ତ କୁମାର ମିଶ୍ର ସୂଚନା ଦେଇଛନ୍ତି।
ତେବେ ଉକ୍ତ ଘଟଣାରେ ସଂପୃକ୍ତ ଅନ୍ୟ କର୍ମଚାରୀଙ୍କ ନାଁରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। କିଭଳି ଓ କେଉଁ ପରିସ୍ଥିତିରେ କୁମ୍ଭୀରକୁ ବାନ୍ଧି ନିଆଗଲା ସେ ନେଇ ତଦନ୍ତ ହେଉଛି। କୁମ୍ଭୀରକୁ ଉଦ୍ଧାର କରାଯିବା ପରେ SOP ପାଳନ କରାଯାଇନଥିବା ଅଭିଯୋଗ ହୋଇଛି।
ଗତ ସପ୍ତାହରେ ଦିଗପହଣ୍ଡି ତଲାସିଙ୍ଗି ଗାଁରେ ଚାଷ ଜମିରେ କୁମ୍ଭୀର ବୁଲୁଥିବା ଦେଖିବା ପରେ ଲୋକେ ତାକୁ ଉଦ୍ଧାର କରି ଘୋଡ଼ାହାଡ ଡ୍ୟାମରେ ଛାଡ଼ିଥିଲେ। ହେଲେ ୧୦ କିଲୋମିଟର ରାସ୍ତାରେ ଲୋକେ ବାଇକ୍ରେ କୁମ୍ଭୀରକୁ ବାନ୍ଧି ବିପଦଜନକ ଭାବେ ନେଇଥିଲେ। ଘଟଣାର ଭିଡିଓ ଭାଇରାଲ ହେବା ପରେ ଓଟିଭିରେ ଖବର ପ୍ରସାରଣ ହୋଇଥିଲା। ଏହା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)