Advertisment

କାଲି ବାତ୍ୟାର ରୂପ ନେବ ଅବପାତ, ୮ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର: ଆଜି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଲଘୁଚାପ ଅବପାତରେ ପରିଣତ ହେବା ପରେ ଗତିପଥକୁ ନେଇ ଭାରତୀୟ ପାଣିପାଗ ବିଭାଗର ମଡେଲ୍ କହୁଛି- ଆସନ୍ତାକାଲି ସୁଦ୍ଧା ବାତ୍ୟାର ରୂପ ନେଇ ସମୁଦ୍ରରେ ଅଧିକ ବଳ ଗୋଟାଇବ। କ୍ରମେ ଏହା ଅତି ପ୍ରବଳ ବାତ୍ୟା ବା ଭେରି ସିଭିୟର ସାକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇ ୨୬ ତାରିଖ ସାରେ ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳକୁ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଅତିକ୍ରମ କରିପାରେ। ଆଇଏମଡି […]

କାଲି ବାତ୍ୟାର ରୂପ ନେବ ଅବପାତ, ୮ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

cyclone

Advertisment

ଭୁବନେଶ୍ୱର: ଆଜି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଲଘୁଚାପ ଅବପାତରେ ପରିଣତ ହେବା ପରେ ଗତିପଥକୁ ନେଇ ଭାରତୀୟ ପାଣିପାଗ ବିଭାଗର ମଡେଲ୍ କହୁଛି- ଆସନ୍ତାକାଲି ସୁଦ୍ଧା ବାତ୍ୟାର ରୂପ ନେଇ ସମୁଦ୍ରରେ ଅଧିକ ବଳ ଗୋଟାଇବ। କ୍ରମେ ଏହା ଅତି ପ୍ରବଳ ବାତ୍ୟା ବା ଭେରି ସିଭିୟର ସାକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇ ୨୬ ତାରିଖ ସାରେ ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳକୁ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଅତିକ୍ରମ କରିପାରେ। ଆଇଏମଡି ଡିଜିଙ୍କ ସୂଚନା ଅନୁଯାୟୀ ୟାସ୍ ଲ୍ୟାଣ୍ଡଫଲ୍ କରିବା ବେଳେ ପବନର ବେଗ ଘଣ୍ଟାକୁ ୧୫୫ରୁ ୧୬୫ କିଲୋମିଟର ରହିବ ସ୍ଥଳବିଶେଷରେ ଏହା ୧୮୫ କିଲୋମିଟର ପର୍ଯ୍ୟନ୍ତ ବି ଯିବାର ସମ୍ଭାବନା ରହିଛି।

Advertisment

ବାତ୍ୟା ୟାସ୍ ର ସମସ୍ତ ଲାଇଭ ଉପଡେଟ୍ ପଢନ୍ତୁ

ଏହାର ପ୍ରଭାବରେ ୨୫, ୨୬ ଓ ୨୭ ଏଇ ତିନି ଦିନ ଧରି ରାଜ୍ୟର ଅଧିକାଂଶ ଭାଗରେ ପ୍ରବଳ ବର୍ଷାପବନ ଲାଗି ରହିବ। ସବୁଠୁ ଅଧିକ ପ୍ରଭାବିତ ହେବେ ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଯାଜପୁର, କଟକ ଓ ମୟୂରଭଞ୍ଜରେ ବି ବାତ୍ୟାର ପ୍ରଭାବ ଅଧିକ ରହିବ। ପ୍ରବଳ ପବନ ଯୋଗୁଁ ବଡ଼ବଡ଼ ଗଛ ଧରାଶାୟୀ ହୋଇପାରେ। ଆଜବେଷ୍ଟସ୍, କଚ୍ଚା ଓ ଟିଣ ଘର ଭାଙ୍ଗିଯାଇପାରେ, ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ଯାଇପାରେ। ସ୍ଥିତିକୁ ଦେଖି ପାଣିପାଗ ବିଭାଗ ପକ୍ଷରୁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ମୟୂରଭଞ୍ଜ ଓ କେଉଁଝର ଜିଲ୍ଲାରେ ୨୬ ତାରିଖ ପାଇଁ ରେଡ୍ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ଏହିସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ଏବଂ ଠାଏ ଠାଏ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି ୨୫ ତାରିଖରେ ୧୧ଟି ଜିଲ୍ଲା ଓ ୨୭ ତାରିଖରେ ୩ଟି ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଲ୍ୟାଣ୍ଡଫଲ୍ ପୂର୍ବ ଓ ପର ୬ ଘଣ୍ଟାରେ ବାତ୍ୟାର ବେଶି ପ୍ରଭାବ ପଡ଼ିବାକୁ ଥିବା ବେଳେ ୨୬ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ବାତ୍ୟର ପ୍ରକୋପ ଅଧିକ ରହିବ ବୋଲି କୁହାଯାଇଛି। ଏପଟେ ଓଡ଼ିଶା ଉପକୂଳକୁ ମାଡ଼ି ଆସୁଥିବା ଏ ମହାବିପତ୍ତିକୁ ସାମ୍ନା କରିବାକୁ ଚାଲିଛି ବଡ଼ ପ୍ରସ୍ତୁତି। ଯେକୌଣସି ସ୍ଥିତିର ସାମ୍ନା କରିବାକୁ ପୁରା ପ୍ରସ୍ତୁତ ଏନଡିଆରଏଫ। ପ୍ରଭାବିତ ହେବାକୁ ଥିବା ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ମୁତୟନ ହେଲେଣି ଯବାନ। NDRF ଡିଜିଙ୍କ ସୂଚନା ଅନୁଯାୟୀ, ଓଡ଼ିଶା ପାଇଁ ବାତ୍ୟା ମୁକାବିଲା ଲାଗି ୩୨ଟି ଟିମ୍ ପ୍ରସ୍ତୁତ ଅଛି। ଏବେ ୨୨ଟି ଟିମ୍ ଥିବା ବେଲେ ଆଜି ରାତି ସୁଦ୍ଧା ଓଡ଼ିଶାକୁ ଆଉ ୧୦ଟି ଟିମକୁ ଏୟାର ଲିଫ୍ଟ କରି ପହଞ୍ଚାଯିବ ବୋଲି ସେ ସୂଚନା ଦେଇଛନ୍ତି।

Advertisment

ସେହିପରି ବାତ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ପାଇଁ ନେଭିସିପ୍ ଓ ଏୟାରକ୍ରାଫ୍ଟ ସହ ତୟାର ନୌସେନା ଓଡ଼ିଶା ଓ ପଶ୍ଚିମବଙ୍ଗ ପାଇଁ ୮ଟି ଫ୍ଲଡ୍ ରିଲିଫ୍ ଟିମ୍ ଓ ୪ଟି ଡାଇଭିଂ ଟିମ୍‌କୁ ମୁତୟନ କରାଯାଇଛି। ରିଲିଫ୍ ଓ ଉଦ୍ଧାରକାର୍ଯ୍ୟ ଲାଗି ନୌସେନାର ୪ଟି ଜାହାଜକୁ ଷ୍ଟାଣ୍ଡବାଏ ମୋଡରେ ରଖାଯାଇଛି। ବାତ୍ୟା ପରବର୍ତ୍ତୀ ସ୍ଥିତିର ଅନୁଧ୍ୟାନ ଲାଗି ବିଶାଖାପାଟଣମ୍ ଓ ଚେନ୍ନାଇରେ ଦୁଇଟି ନାଭାଲ୍ ଏୟାରକ୍ରାଫ୍ଟକୁ ପ୍ରସ୍ତୁତ ରଖାଯାଇଛି।

Cyclone Yass
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ