Advertisment

କେତେ ଟଙ୍କାରେ ବିକ୍ରି ହେଲା ବିଦ୍ୟା ବାଲାନଙ୍କ ସମ୍ବଲପୁରୀ ଶାଢ଼ି ?

ଭୁବନେଶ୍ୱର: ୫୫ ହଜାର ଟଙ୍କାରେ ବିକ୍ରି ହେଲା ବିଦ୍ୟା ବାଲାନଙ୍କ ସମ୍ବଲପୁରୀ ଶାଢ଼ି। ଅନ୍‌ଲାଇନ୍‌ରେ ଏହି ଶାଢ଼ିକୁ ନିଲାମ କରାଯାଇଥିଲା। ୫୫ ହଜାର ଟଙ୍କାରେ ତାକୁ କିଣିଛନ୍ତି ଆଇଆଇଟି ଗୁଆହାଟୀର ଜଣେ ଛାତ୍ରୀ ଦେବାଂଶୀ ମିଶ୍ର। ତାଙ୍କ ଘର ଭଦ୍ରକରେ। ସେ ଗୁଆହାଟୀରେ ଆଇଆଇଟି ପଢୁଛନ୍ତି। ଶାଢ଼ି କିଣିସାରିବା ପରେ ବହୁତ ଖୁସୀ ଅଛନ୍ତି ଦିବ୍ୟାଂଶୀ। ଉତ୍କଳ ଅମ୍ରିତା ପକ୍ଷରୁ ଶାଢ଼ୀର ଅନଲାଇନ୍ ନିଲାମ ହୋଇଥିଲା। ନିଲାମରୁ ମିଳିଥିବା ସମସ୍ତ ଟଙ୍କା ଶାଢ଼ିର ପ୍ରକୃତ ବୁଣାକାର ଭାଗବତ […]

author-image
Abinash Pati
ଅଦ୍ୟତନ ହୋଇଛି
କେତେ ଟଙ୍କାରେ ବିକ୍ରି ହେଲା ବିଦ୍ୟା ବାଲାନଙ୍କ ସମ୍ବଲପୁରୀ ଶାଢ଼ି ?

bidya-balan

ଭୁବନେଶ୍ୱର: ୫୫ ହଜାର ଟଙ୍କାରେ ବିକ୍ରି ହେଲା ବିଦ୍ୟା ବାଲାନଙ୍କ ସମ୍ବଲପୁରୀ ଶାଢ଼ି। ଅନ୍‌ଲାଇନ୍‌ରେ ଏହି ଶାଢ଼ିକୁ ନିଲାମ କରାଯାଇଥିଲା। ୫୫ ହଜାର ଟଙ୍କାରେ ତାକୁ କିଣିଛନ୍ତି ଆଇଆଇଟି ଗୁଆହାଟୀର ଜଣେ ଛାତ୍ରୀ ଦେବାଂଶୀ ମିଶ୍ର। ତାଙ୍କ ଘର ଭଦ୍ରକରେ। ସେ ଗୁଆହାଟୀରେ ଆଇଆଇଟି ପଢୁଛନ୍ତି। ଶାଢ଼ି କିଣିସାରିବା ପରେ ବହୁତ ଖୁସୀ ଅଛନ୍ତି ଦିବ୍ୟାଂଶୀ।

Advertisment

ଉତ୍କଳ ଅମ୍ରିତା ପକ୍ଷରୁ ଶାଢ଼ୀର ଅନଲାଇନ୍ ନିଲାମ ହୋଇଥିଲା। ନିଲାମରୁ ମିଳିଥିବା ସମସ୍ତ ଟଙ୍କା ଶାଢ଼ିର ପ୍ରକୃତ ବୁଣାକାର ଭାଗବତ ମେହେରଙ୍କୁ ପ୍ରଦାନ କରାଯିବ ବୋଲି ନିଲାମ କର୍ତ୍ତା କହିଛନ୍ତି। ଫିଲ୍ମ ଶକନ୍ତୁଳା ଦେବୀରେ ଏହି ଶାଢ଼ି ପିନ୍ଧିଥିଲେ ଅଭିନେତ୍ରୀ ବିଦ୍ୟା ବାଲାନ। ଫିଲ୍ମ ପ୍ରମୋସନରେ ବିଦ୍ୟା ସେହି ଶାଢ଼ି ପିନ୍ଧିବା ପରେ ଶାଢ଼ିକୁ ନେଇ ବହୁତ ଚର୍ଚ୍ଚା ହୋଇଥିଲା। ଶାଢ଼ି ପିନ୍ଧିବା ପରେ ଏହା ତାଙ୍କୁ ଖୁବ୍ ଭଲ ଲାଗୁଛି ବୋଲି ବିଦ୍ୟା ଏକ ଭିଡିଓ ଜାରି କହିଥିଲେ। ଉତ୍କଳ ଅମ୍ରିତା ପକ୍ଷରୁ ହିଁ ବିଦ୍ୟା ବାଲାନଙ୍କୁ ଏହି ଶ୍ରୀଗଣିତ ଶାଢ଼ି ଦିଆଯାଇଥିଲା।

Advertisment
Advertisment