/odishatv-khabar/media/post_attachments/uploadimage/library/16_9/16_9_0/dead_1626691863.jpg)
dead
ରାଉରକେଲା : ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନାର ବେଦବ୍ୟାସ ଛକ ନିକଟ ଥାନା ପଛପଟ ବସ୍ତିର ଏକ ଘରୁ ଜଣେ JCB ଡ୍ରାଇଭରର ମୃତ ଦେହ ଉଦ୍ଧାର କରାଯାଇଛି । ଉକ୍ତ ଡ୍ରାଇଭର ଜଣକ ହେଲେ ଗମେଇ କିଣ୍ଡୋ। ଗତକାଲି ରାତିରେ ଘରେ ଶୋଇଥିବା ଅବସ୍ଥାରେ କେହି ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି ।
Advertisment
ମୃତକ ଗମେଇଙ୍କ ଡାହାଣ ପାଖ ମୁଣ୍ଡରେ ଏକ ଗଭୀର କ୍ଷତ ରହିଛି। ମୃତକଙ୍କ ସ୍ତ୍ରୀ କାରମି କିଣ୍ଡୋ ହାତୀବରୀ ଥାନା ଅଞ୍ଚଳରେ ନିଜ ଘରକୁ ଯାଇଥିବା ବେଳେ ଘରେ ଗମେଇ ଏକା ରହିଥିଲେ। ବ୍ରାହ୍ମଣୀ ତରଙ୍ଗ ଥାନା ପୁଲିସ ସାଇଣ୍ଟିଫିକ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ଏ ବାବଦରେ ବ୍ରାହ୍ମଣୀ ତରଙ୍ଗ ଥାନାରେ ଏକ ମାମଲା ରଜ୍ଜୁ କରି ବିଭିନ୍ନ ଦିଗରୁ ପୁଲିସ ତଦନ୍ତ ଜାରି ରଖିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)