Advertisment

କଲରାପତରିଆ ବାଘର ମୃତଦେହ ଉଦ୍ଧାର

କୁଚିଣ୍ଡା: ସମ୍ୱଲପୁର ଜିଲ୍ଲା ବାମରା ବନଖଣ୍ଡ ଅଞ୍ଚଳରୁ ଏକ କଲରାପତରିଆ ବାଘର ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ଗତ ସୋମବାର ଦିନ କୁତବ ଗ୍ରାମବାସୀ ବାଘର ମୃତଦେହକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଅଭୟାରଣ୍ୟର ୭ ନମ୍ବର ଓ୍ୱାଚ୍ ଟାଓ୍ୱାର ନିକଟ କୁଦାନଖୋଳ ଗୁମ୍ଫା ନିକଟରୁ ବାଘର ମୃତଦେହ ଉଦ୍ଧାର କରିଥିଲା ବନ ବିଭାଗ। ପରେ ବନ ବିଭାଗ କର୍ମଚାରୀ ବାଘଟିର ଶବକୁ ବ୍ୟବଚ୍ଛେଦ କରିବା ପରେ ମାଟି ତଳେ ପୋତି ଦେଇଥିଲେ। […]

author-image
Mahasweta Baral
କଲରାପତରିଆ ବାଘର ମୃତଦେହ ଉଦ୍ଧାର

tiger

କୁଚିଣ୍ଡା: ସମ୍ୱଲପୁର ଜିଲ୍ଲା ବାମରା ବନଖଣ୍ଡ ଅଞ୍ଚଳରୁ ଏକ କଲରାପତରିଆ ବାଘର ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ଗତ ସୋମବାର ଦିନ କୁତବ ଗ୍ରାମବାସୀ ବାଘର ମୃତଦେହକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଅଭୟାରଣ୍ୟର ୭ ନମ୍ବର ଓ୍ୱାଚ୍ ଟାଓ୍ୱାର ନିକଟ କୁଦାନଖୋଳ ଗୁମ୍ଫା ନିକଟରୁ ବାଘର ମୃତଦେହ ଉଦ୍ଧାର କରିଥିଲା ବନ ବିଭାଗ। ପରେ ବନ ବିଭାଗ କର୍ମଚାରୀ ବାଘଟିର ଶବକୁ ବ୍ୟବଚ୍ଛେଦ କରିବା ପରେ ମାଟି ତଳେ ପୋତି ଦେଇଥିଲେ।

Advertisment

ଅନ୍ୟପଟେ ବାଘଟିର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିନଥିବାବେଳେ ବୟାସାଧିକ କାରଣରୁ ବାଘଟିର ମୃତ୍ୟୁ ହୋଇଥିବା ଅନୁମାନ କରୁଛି ବନ ବିଭାଗ। ବାଘର ମୃତଦେହ ମିଳିବା ପରେ ଅଞ୍ଚଳବାସୀ ଏକପ୍ରକାର ଆତଙ୍କିତ ହୋଇପଡିଛନ୍ତି। ସମ୍ବଲପୁର ଆରସିସିଏଫ୍ ଚିତ୍ତରଞ୍ଜନ, ବାମରା ଡିଏଫଓ ନୃସିଂହ ଚରଣ ମିଶ୍ର, ଏସିଏଫ୍ ଯଦୁମଣି କେର୍କେଟା, ରାଜେନ୍ଦ୍ର ପ୍ରସାଦ ନାୟକ ପ୍ରମୁଖ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।

Advertisment
Advertisment