/odishatv-khabar/media/post_attachments/uploadimage/library/16_9/16_9_0/daughter-1_1626690278.jpg)
daughter
ନବରଙ୍ଗପୁର : ପିତାଙ୍କୁ ମୁଖାଗ୍ନି ଦେଲା ଝିଅ । ହିନ୍ଦୁ ପରମ୍ପରାରେ ପୁଅ ମୁଖାଗ୍ନି ଦେବାର ବିଧି ରହିଛି । କିନ୍ତୁ ନବରଙ୍ଗପୁରରେ ଦେଖିବାକୁ ମିଳିଛି ଭିନ୍ନ ଏକ ଦୃଶ୍ୟ। ସମସ୍ତ ପରମ୍ପରା ଏବଂ ସାମାଜିକ ରୀତିନୀତିକୁ ପଛରେ ପକାଇ ପିତାଙ୍କୁ ମୁଖାଗ୍ନି ଦେଇ ଅନ୍ତିମ ବିଦାୟ ଜଣାଇଛନ୍ତି ଏକମାତ୍ର ଅଳିଅଳି କନ୍ୟା ଶତାବ୍ଦୀ ପାଳ। ନବରଙ୍ଗପୁର ଜିଲ୍ଲାର ପୂର୍ବତନ ବିଜେପି ଜିଲ୍ଲା ସଭାପତି ତଥା ବରିଷ୍ଠ ଆଇନଜୀବୀ ଲୋକନାଥ ପାଳଙ୍କ ଜୟପୁର ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଆକସ୍ମିକ ଦେହାନ୍ତ ହୋଇଥିଲାl
Advertisment
ସ୍ୱର୍ଗତ ଲୋକନାଥଙ୍କ ପୁଅ ନଥିବାରୁ ପରିବାରର ପୁରୁଷବର୍ଗର ସଦସ୍ୟମାନେ ମୁଖାଗ୍ନି ଦେବାପାଇଁ ପ୍ରସ୍ତୁତ ହେବା ପୂର୍ବରୁ ଲୋକନାଥଙ୍କ ଏକମାତ୍ର ଝିଅ ଶତାବ୍ଦୀ ନିଜ ପିତାଙ୍କୁ ମୁଖାଗ୍ନି ଦେବାପାଇଁ ଆଗେଇ ଆସିଥିଲେ । ଯାହାକୁ ପରିବାର ବର୍ଗ ବି ରାଜି ହୋଇଥିଲେ। ଫଳରେ ନିଜେ ପିତାଙ୍କ ଶବ ସହ ଶ୍ମଶାନକୁ ଯାଇ ଶ୍ମଶାନରେ ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ ଏବଂ ପିତାଙ୍କୁ ମୁଖାଗ୍ନି ଦେଇଥିଲେ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)