Advertisment

ସହିଦ ବାପାଙ୍କୁ କୁନି ଝିଅର ପପି

ମାଲକାନଗିରି(ଜିତେନ୍ଦ୍ର ବେଉରା) : ବାପାଙ୍କ ଗାଲକୁ ଆଉଁସି ଦେଉଛି ଝିଅ। ଫୁଲ ଛିଞ୍ଚି ଦେଉଛି, ଲଡୁ ଖୁଆଇ ଦେଉଛି। ଗାଲକୁ ଗୋଟେ ଚୁମା ଦେଇ ମନରେ ଥିବା ସମସ୍ତ ସ୍ନେହକୁ ଢାଳି ଦେଉଛି ବାପାଙ୍କ ପାଖରେ। ବାପା କିନ୍ତୁ ନିସ୍ତବ୍ଧ, ସ୍ଥାଣୁ ପରି ସେମିତି ଝିଅକୁ ଦେଖୁଛନ୍ତି। ନା  ଛୁଇଁ ପାରୁଛନ୍ତି ନା କୋଳେଇ ପାରୁଛନ୍ତି କୁନି ଝିଅକୁ। ଆଶୀର୍ବାଦ ଦେବାକୁ ହାତ ବି ଅପହଞ୍ଚ ତାଙ୍କର। କାରଣ ବାପା ଆଉ ଏ ଦୁନିଆରେ ନାହାଁନ୍ତି। ବାପଙ୍କ ପ୍ରତିମା ପାଖରେ  କୁନି ଝିଅ […]

author-image
Pradesh Pratyush
ସହିଦ ବାପାଙ୍କୁ କୁନି ଝିଅର ପପି

sahid

ମାଲକାନଗିରି(ଜିତେନ୍ଦ୍ର ବେଉରା) ବାପାଙ୍କ ଗାଲକୁ ଆଉଁସି ଦେଉଛି ଝିଅ। ଫୁଲ ଛିଞ୍ଚି ଦେଉଛିଲଡୁ ଖୁଆଇ ଦେଉଛି। ଗାଲକୁ ଗୋଟେ ଚୁମା ଦେଇ ମନରେ ଥିବା ସମସ୍ତ ସ୍ନେହକୁ ଢାଳି ଦେଉଛି ବାପାଙ୍କ ପାଖରେ। ବାପା କିନ୍ତୁ ନିସ୍ତବ୍ଧସ୍ଥାଣୁ ପରି ସେମିତି ଝିଅକୁ ଦେଖୁଛନ୍ତି। ନା  ଛୁଇଁ ପାରୁଛନ୍ତି ନା କୋଳେଇ ପାରୁଛନ୍ତି କୁନି ଝିଅକୁ। ଆଶୀର୍ବାଦ ଦେବାକୁ ହାତ ବି ଅପହଞ୍ଚ ତାଙ୍କର। କାରଣ ବାପା ଆଉ ଏ ଦୁନିଆରେ ନାହାଁନ୍ତି। ବାପଙ୍କ ପ୍ରତିମା ପାଖରେ  କୁନି ଝିଅ ଯାହା କରୁଛି , ତାହା ଅନେକଙ୍କ ହୃଦୟରେ କୋହ ଭରି ଦେଇଛି । ସେ କି ବୁଝିବ ବାପା ତାର ଏ ଦୁନିଆରେ ନାହାଁନ୍ତି ।

Advertisment

ଏମିତି ଏକ ଦୁଃଖଦ ଚିତ୍ର ଦେଖିବାକୁ ମିଳିଛି ମାଲକାନଗିରି ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ। ଆଜି ସହିଦ ଇନ୍‌ସ୍ପେକ୍ଟର  ମୂଲଚନ୍ଦ୍ରଙ୍କ ଜନ୍ମଦିନ। ଏଥିପାଇଁ ତାଙ୍କ ପ୍ରତିମା ନିକଟରେ ପହଞ୍ଚିଥିଲା ପୂରା ପରିବାର। ସେଠାରେ ମୂଲଚନ୍ଦ୍ରଙ୍କୁ ଫୁଲ ମାଳ ପିନ୍ଧା ଯାଇଥିଲା ଏବଂ ଲଡୁ ଦେଇ ପୂଜା କରାଯାଇଥିଲା।

ବାପାଙ୍କ ଜନ୍ମ ଦିନରେ କୁନି ଝିଅ ମଧ୍ୟ ବାପାକୁ ପୂଜା କରିଥିଲା। ତାପରେ ତାର ଏସବୁ ଆଚରଣ ଉପସ୍ଥିତ ଲୋକଙ୍କ ଭାବବିହ୍ୱଳ କରି ଦେଇଥିଲା। ବାସ୍ତବରେ କଣ ସବୁ ଘଟି ଯାଇଛି ସସବୁ ବିଷୟରେ ଅଜ୍ଞ ଥିବା ଏହି କୁନି ଝିଅ କିନ୍ତୁ ବାପାକୁ ପାଖରେ ପାଇ ଖୁସି ଥିଲା।

Advertisment

ସୂଚନାଯୋଗ୍ୟଗତବର୍ଷ ଅର୍ଥାତ୍‌ ୨୦୧୮ ଜାନୁଆରୀ ୨୪ତାରିଖରେ ନାରାୟଣପୁର ଜଙ୍ଗଲରେ ପୁଲିସ୍‌ ଏବଂ ମାଓବାଦୀ ଲଢେଇ ବେଳେ ନକ୍ସଲ୍‌ଙ୍କ ଗୁଳି ଖାଇ ପ୍ରାଣ ହରାଇଥିଲେ ମୂଲଚନ୍ଦ୍ର।

Advertisment
Advertisment