Advertisment

ଆଜି ଅବପାତର ରୂପ ନେବ ବାତ୍ୟା

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଆଜି ଅବପାତର ରୂପ ନେବ। ଏହାପରେ କେଉଁ ଦିଗରେ ମୁହାଁଇ ସ୍ଥଳ ଭାଗକୁ ଆସିବ ସେନେଇ ଭାରତୀୟ ପାଣିପାଗ ବିଭାଗ ତରଫରୁ ସ୍ପଷ୍ଟ ସୂଚନା ଦିଆଯାଇପାରେ

author-image
Sarbeswar
ଆଜି ଅବପାତର ରୂପ ନେବ ବାତ୍ୟା

cycloned

ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଆଜି ଅବପାତର ରୂପ ନେବ। ଏହାପରେ କେଉଁ ଦିଗରେ ମୁହାଁଇ ସ୍ଥଳ ଭାଗକୁ ଆସିବ ସେନେଇ ଭାରତୀୟ ପାଣିପାଗ ବିଭାଗ ତରଫରୁ ସ୍ପଷ୍ଟ ସୂଚନା ଦିଆଯାଇପାରେ। ଅବପାତର ରୂପ ନେବା ପରେ ହିଁ ଏହାର ଗତି ସମ୍ପର୍କରେ କିଛିଟା ସୂଚନା ମିଳିପାରେ। ଆଇଏମଡ଼ି ଆକଳନ ଅନୁସାରେ, ୨୪ ତାରିଖ ସକାଳେ ଏହା ବାତ୍ୟାର ରୂପ ନେବ। ୨୬ ତାରିଖ ସଂଧ୍ୟାରେ ଅତି ଭୀଷଣ ବାତ୍ୟା ଭାବେ ଉପକୂଳ ଅତିକ୍ରମ କରିବ। ତେବେ ବାତ୍ୟା ୟାସ୍ ଉପକୂଳ ଛୁଇଁବା ବେଳକୁ ପବନର ବେଗ ଘଣ୍ଟା ପ୍ରତି ୧୨୦ରୁ ୧୬୫ କିଲୋମିଟର ରହିବ।

Advertisment

ବାତ୍ୟା ୟାସ୍ ର ସମସ୍ତ ଲାଇଭ ଉପଡେଟ୍ ପଢନ୍ତୁ

ସ୍ଥଳ ବିଶେଷରେ ମଝିରେ ମଝିରେ ୧୮୫ କି.ମି ମଧ୍ୟ ଛୁଇଁପାରେ। ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ- ବାଂଲାଦେଶ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଆଇଏମଡ଼ି। ଏହାର ପ୍ରଭାବରେ ୨୫ ତାରିଖ ଅପରାହ୍ନରୁ ଉତ୍ତର ଓଡ଼ିଶା ସହିତ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ। ୨୪ ତାରିଖ ସଂଧ୍ୟାରୁ ଉପକୂଳ ଓଡ଼ିଶାରେ ୪୦ରୁ ୫୦ କି.ମି ବେଗରେ ପବନ ବୋହିବ। ଏହାସହ ୨୫ ସକାଳୁ ୫୦ରୁ ୬୦ କିମି ଓ ୨୬ରେ ପବନ ବେଗ ବଢ଼ିବ ବୋଲି ଆଇଏମଡ଼ି ଡିଜି ସୂଚନା ଦେଇଛନ୍ତି।

ସେପଟେ,  ସମ୍ଭାବ୍ୟ ବାତ୍ୟା ୟାସକୁ ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାତ୍ୟା ୟାସ ଦ୍ୱାରା ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ମୁକାବିଲା ଲାଗି କିଭଳି ପ୍ରସ୍ତୁତି ହୋଇଛି, ସେ ନେଇ ସମୀକ୍ଷା ହୋଇଛି। ବିଶେଷକରି ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବା, ଶୁଖିଲା ଖାଦ୍ୟ ମହଜୁଦ ରଖିବା ଏବଂ ଆବଶ୍ୟକ ପଡ଼ିଲେ ଉପକୂଳବର୍ତ୍ତୀ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ବାତ୍ୟାରେ ଯେପରି ସବୁଠୁ କମ୍ କ୍ଷୟକ୍ଷତି ହୁଏ, ତାହା ମଧ୍ୟ ନିଶ୍ଚିତ କରିବା ଉପରେ ସମୀକ୍ଷା ବୈଠକରେ ଗୁରୁତ୍ୱ ଦିଆଯାଇଛି।

Advertisment

ସମସ୍ତ ବିଭାଗ ନିଜ ନିଜର ଦାୟିତ୍ୱ ଠିକ ଭାବେ ତୁଲାଇବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଗତକାଲିର ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଏସ୍ଆରସି ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳମାନେ ମଧ୍ୟ ଯୋଗ ଦେଇଥିଲେ। ସମ୍ଭାବ୍ୟ ବାତ୍ୟା ୟାସ ପାଇଁ ରାଜ୍ୟରେ ୬୬ଟି ଓଡ୍ରାଫ୍, ୨୨ଟି ଏନଡିଆରଏଫ, ୧୭୭ଟି ଫାୟାର ସର୍ଭିସ ଟିମ୍ ମୁତୟନ କରାଯିବ। ସେପଟେ ରାଜ୍ୟ ବାହାରକୁ ହେଉଥିବା ଅକ୍ସିଜେନ୍ ଯୋଗାଣ ପ୍ରକ୍ରିୟା ଯେପରି ପ୍ରଭାବିତ ନହେବ ତା ଉପରେ ମଧ୍ୟ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Cyclone Yass
Advertisment
Advertisment